ଭୁଲ୍ ମାଗିଲା କିଟକାଟ୍ ! ଚକୋଲେଟ ଖୋଳରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋ ଦେଖିବା ପରେ ତାତିଲେ ଜନତା, ଆଉ ତା’ ପରେ…

ଭୁଲ ମାଗିଲା କିଟକାଟ୍ । ସ୍ଵିସ କମ୍ପାନୀ ନେସଲେ ଇଣ୍ଡିଆ କ୍ଷମା ମାଗିବା ସହ ବଜାରରୁ ଫେରାଇ ନେଲା କିଟକାଟ୍ ଚକୋଲେଟ । ଏହାକୁ ନେଇ ସାରା ଭାରତରେ ବିରୋଧ ପ୍ରକାଶ ପାଇବା ପରେ ଏପରି କରିବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ଯ ଉତ୍ପାଦନକାରୀ କମ୍ପାନୀ ନେସଲେ । ହିନ୍ଦୁଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଫଟୋ ଚିତ୍ର କିଟକାଟ୍ ଚକୋଲେଟରେ ଦେଖିବାକୁ ମିଳିବା ପରେ ସାରା ଦେଶରେ ଆରମ୍ଭ ହୋଇଥିଲା ବିରୋଧ ।

ଲୋକେ ସୋ-ସି-ଆ-ଲ ମି-ଡି-ଆ-ରେ ନେସଲେ କମ୍ପାନୀ ଉପରେ ଖୁବ୍ ବର୍ଷିଥିଲେ । ହାସଟ୍ୟାଗ ବୟକଟ୍ ନେସଲେ ମଧ୍ୟ ଟ୍ରେଣ୍ଡ କରିବାରେ ଲାଗିଥିଲା । ଆଉ ସାରା ଭାରତର ଲୋକଙ୍କ ରୋଷର ଶିକାର ହେବା ପରେ ନେସଲେ ଇଣ୍ଡିଆ କ୍ଷମା ମାଗିଛି । ଏହାସହ କମ୍ପାନୀ ମହାପ୍ରଭୁଙ୍କ ଫଟୋ ଥିବା ଚକୋଲେଟ ଗୁଡିକୁ ବଜାରରୁ ପ୍ରତ୍ୟାହାର କରି ନେଇଥିବା ସଫେଇ ଦେଇଛି । ଟ୍ବି-ଟ ମାଧ୍ୟମରେ ନେସଲେ କମ୍ପାନୀ କହିଛି କି, “ଏଭଳି ଘଟଣାର ସମ୍ବେଦନଶୀଳତାକୁ ଆମେ ବୁଝିପାରୁଛୁ । ଏଥିପାଇଁ ଆମେ କ୍ଷମା ଚାହୁଁଛୁ ।

ଆମର ଅନିଚ୍ଛା ସତ୍ତ୍ୱେ ଏପରି ଘଟଣା ଯଦି କାହାକୁ ବାଧା ଦେଇଥାଏ ତା’ହେଲେ ଆମେ ଦୁଃଖିତ । ଏମିତିକି ଯେଉଁମାନେ ସୋ-ସି-ଆ-ଲ ମି-ଡି-ଆ-ରେ ବ୍ୟକ୍ତିଗତ ଭାବେ ଅଭିଯୋଗ କରିଥିଲେ କିମ୍ବା ପ୍ରଶ୍ନ ଉଠାଇଥିଲେ ନେସଲେ କମ୍ପାନୀ ସେମାନଙ୍କୁ ସ୍ପଷ୍ଟୀକରଣ ଦେବା ସହ କ୍ଷମା ପ୍ରାର୍ଥନା କରୁଛି ।”

ଚକୋଲେଟ ଖୋଳରେ ମହାପ୍ରଭୁଙ୍କ ଫଟୋ ଛାପି ନେସଲେ କମ୍ପାନୀ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିଛି ବୋଲି ସୋ-ସି-ଆ-ଲ ମି-ଡି-ଆ-ରେ ଅଭିଯୋଗ ଉଠିବା ପରେ କମ୍ପାନୀ ସଫେଇ ଦେଇ କହିଛି କି, କିଟକାଟ୍ ର ଏହି ଚକୋଲେଟ ଗୁଡିକ ଟ୍ରାଭେଲ ପ୍ୟାକ୍ ନାମରେ ବଜାରକୁ ଆସିଥିଲା । ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଏପରି ପ୍ରୟାସ ହୋଇଥିଲା । ଓଡିଶାର ପୁରାତନ ପଟ୍ଟଚିତ୍ରକୁ ପ୍ରଦର୍ଶନ କରିବା ଓ ଏହାର ଶିଳ୍ପୀମାନଙ୍କ ସମ୍ପର୍କରେ ଜାଣିବା ପାଇଁ ଉତ୍ସାହ ସୃଷ୍ଟି କରିବା ନିମନ୍ତେ ଏହା କରା ଯାଇଥିଲା ।

କିନ୍ତୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ପ୍ରମୁଖ ଖାଦ୍ଯ ଉତ୍ପାଦନକାରୀ କମ୍ପାନୀ ନେସଲେ ଇଣ୍ଡିଆ କ୍ଷମା ମାଗିବାକୁ ବାଧ୍ୟ ହୋଇଛି । ଗତବର୍ଷ ଏପ୍ରିଲ ମାସରେ ଟ୍ରାଭେଲ ପ୍ୟାକ୍ ନାମରେ କିଟକାଟ୍ ଚକୋଲେଟ ଏକ ନୂଆ ଖୋଳରେ ଆସିଥିଲା । ଏଥିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋ ରହିଥିଲା । ଏହି ଫଟୋରେ ଏକାମ୍ର ହାଟରେ ଥିବା ହସ୍ତତନ୍ତ୍ରକୁ ପ୍ରଶଂସା କରା ଯାଇଥିଲା ।

ବେଶ କିଛିଦିନ ଧରି ନେସଲେର ଏହି ଉତ୍ପାଦ ବଜାରରେ ବିକ୍ରି ହୋଇଥିଲା । ଆଉ ଭଲ ବିକ୍ରି ହେଉଥିବାରୁ କମ୍ପାନୀ ଅଧିକରୁ ଅଧିକ ଉତ୍ପାଦନ କରିଥିଲା । କିନ୍ତୁ ଏହାର ଖୋଳ ଏଣେତେଣେ ପଡିବାରୁ ଏହା ଚର୍ଚ୍ଚାକୁ ଆସିଥିଲା । ଅନେକ ସ୍ଥାନରେ ଜଗନ୍ନାଥଙ୍କ ଫଟୋ ଥିବା ଏହି ଚକୋଲେଟ ଖୋଳ ଉପରେ ଲୋକେ ଚଢିବା ଏବଂ ନାଳନର୍ଦ୍ଦମାରେ ପଡିବା ପରେ ଘୋର ବିବାଦର ସମୁଖୀନ ହୋଇଥିଲା କମ୍ପାନୀ ।

ତୁରନ୍ତ ଜଗନ୍ନାଥଙ୍କ ଫଟୋକୁ କିଟକାଟ୍ ଚକୋଲେଟ ଖୋଳରୁ ହଟାଇବା ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ଦାବି କରିଥିଲେ ଶହ ଶହ ସଂସ୍କୃତି ପ୍ରେମୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।