କଦଳୀ ଅଣ୍ଡା ଖାଉନ, କଣ ଅରେଞ୍ଜ ଜୁସ୍ ପିଉନ… ଭାଇରାଲ ହେଉଛି Papu Pom Pom ଙ୍କ ଗୀତ ‘ତୁ କିଏ ବେ’, ଶୁଣିଲେ ହସି ହସି ବେଦମ୍ ହୋଇଯିବେ, ଦେଖନ୍ତୁ Video

“କଣ ଥିଲା ଚେହେରା ତୁମ କଣ ତୁମେ ହେଲଣି, ଆପେଲ୍ ପରି ଥିଲ ଏବେ କଳା କାଠ ପଡିଗଲଣି” ଆପଣମାନେ ସୋସିଆଲ ମିଡିଆରେ ଏହି ଅଣ୍ଡା କଦଳୀ ଗୀତକୁ ତ ନିଶ୍ଚୟ ଶୁଣିଥିବେ । ୟୁଟ୍ଯୁବ, ଫେସବୁକ ଏବଂ ଇନଷ୍ଟାଗ୍ରାମ ସବୁଠି ଏହି ଓଡିଆ ଗୀତ ଭାଇରାଲ ହେବାର ଲାଗିଛି । ଏବେ ପର୍ଯ୍ୟନ୍ତ ପାଖାପାଖି ସାତ ଲକ୍ଷ ଲୋକ ୟୁଟ୍ଯୁବରେ ଏହି ଗୀତକୁ ଦେଖି ସାରିଲେଣି । ଓଡିଆ ଅଭିନେତା ପପୁ ପମପମ୍ ଏହି ଗୀତକୁ ଗାଉଥିବାର ଆପଣ ମାନେ ସମସ୍ତେ ଦେଖିଥିବେ ।

ଗତ କିଛିଦିନର ଘଟଣା ଆପଣଙ୍କର ନିଶ୍ଚୟ ମନେ ଥିବ । ବିଜୁ ପଟ୍ଟନାୟକ କଲେଜର ଛାତ୍ରୀମାନେ ରାଗିଯାଇ କଲେଜ ଅଧ୍ୟାପକ ଶୁଭେନ୍ଦୁ ସାରଙ୍କ ନାଁରେ ଗଣମାଧ୍ୟମରେ ଜୋରସାର ପ୍ରତିକ୍ରିୟା ରଖିଥିଲେ । ଆଉ ସେହି ସମୟରେ ଜଣେ ଛାତ୍ରୀ ରାଗିଯାଇ କହିଥିଲେ କି, ସାର କହୁଛନ୍ତି ତୁମେ ଝଡି ଗଲଣି ଅଣ୍ଡା କଦଳୀ ଟିକେ ଖାଉନ । ବାସ୍ ତା’ପରେ ଏହି ଡାଇଲଗ ସୋସିଆଲ ମିଡିଆରେ ଘାଇଁ ଘାଇଁ ହୋଇ ଭାଇରାଲ ହେବାରେ ଲାଗିଥିଲା ।

ଆଉ ଏବେ ସେହି ଭାଇରାଲ ଭିଡିଓକୁ ନେଇ ପ୍ରସ୍ତୁତ କରାଯାଇଛି ଏହି ଓଡିଆ ଗୀତ । ଏହି ଗୀତରେ ପପୁ ପମପମ୍ ଗାଉଛନ୍ତି, “କଦଳୀ ଅଣ୍ଡା ଖାଉନ କଣ ଅରେଞ୍ଜ ଜୁସ୍ ପିଉନ, କହିଦେଲି ବୋଲି ତମ ବିଦ୍ଯାରାଣ ଦେହକୁ ନବନି” । ଆଉ ଠିକ ଏହାପରେ ଭାଇରାଲ ହେଉଥିବା ଉକ୍ତ କଲେଜ ଯୁବତୀଙ୍କ ଡାଇଲଗ ଆସୁଛି, ତୁ କିଏ ବେ ! ଆଉ ତା’ପରେ ପପୁ ପମପମ୍ ଗାଉଛନ୍ତି କି, ମାମୁନି ଲୋ ମାମୁନି ତୁମେ ପୁରା ଝଡି ଗଲଣି, ମାମୁନି ଲୋ ମାମୁନି ଶୁଖିକି କଳା ହେଲଣି ।

ଏହି ଗୀତଟି ଏବେ ସୋସିଆଲ ମିଡିଆର ସେନ୍ସେସନ ପାଲଟିବାରେ ଲାଗିଲାଣି । ପିଲାଙ୍କ ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଗୀତର ତାଳେ ତାଳେ ଝୁମୁଛନ୍ତି । କିଛିଦିନ ତଳେ ଭୁବନେଶ୍ବରର ଏକ କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା । ଆଉ ସେହି ସମୟର ଖବର ନେବା ପାଇଁ ସବୁ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ମଧ୍ୟ ଜମିଥିଲା । ଆଉ ସାରଙ୍କ କଥା କହୁ କହୁ କିଛି ଏମିତି ଢଙ୍ଗରେ ‘ତୁ କିଏ ବେ’ କହି ଦେଇଥିଲେ ଛାତ୍ରୀ ଜଣକ ।

ହୁଏତ ସେ ନିଜେ ବି ଜାଣି ନଥିବେ କି ପରବର୍ତ୍ତୀ ସମୟରେ ତାଙ୍କର ଏହି ଡାଇଲଗରୁ ଗୀତ ତିଆରି ହୋଇଯିବ ବୋଲି । ସେ ଯାହା ବି ହେଉ ଏବେ ଏହି ଗୀତଟି ବେଶ ଭାଇରାଲ ହେବାରେ ଲାଗୁଛି ଓ ଲୋକେ ଏହାର ମଜା ଉଠାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।