ସୁମିତଙ୍କ ସହ ସାତ ଦିନ ଏକାଠି ରହଣି ସମୟର କଥା ବଖାଣିଲେ Tapaswini, ଦେଖନ୍ତୁ କ’ଣ ସବୁ କହୁଛନ୍ତି ତପସ୍ଵିନୀ…! ଦେଖନ୍ତୁ Video

ତପସ୍ଵିନୀ ଏବଂ ସୁମିତଙ୍କ ଦାମ୍ପତ୍ୟ ଜୀବନର ଝଡ ସାରା ଓଡିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଛି । ସ୍ବାମୀଙ୍କ ସହ ରହିବାକୁ ଚାହାନ୍ତି ବୋଲି ସୁମିତଙ୍କ ଘର ଆଗରେ ଧାରଣା ଦେଇଥିଲେ ତପସ୍ଵିନୀ । ଦୀର୍ଘ ଦିନ ଧରି ଦାଣ୍ଡରେ ବସି ରହିବା ପରେ ମାନନୀୟ କୋର୍ଟ ସୁମିତ ଓ ତପସ୍ଵିନୀଙ୍କୁ ଏକାଠି ରହିବାକୁ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ମାନି ସେମାନେ ଏକାଠି ମଧ୍ୟ ରହୁଥିଲେ । ତେବେ ସାତ ଦିନର ଅବଧି ଶେଷ ହେବା ପରେ ଆହୁରି ସାତ ଦିନ ଅଧିକ ତପସ୍ଵିନୀଙ୍କ ସହ ରହିବା ପାଇଁ କୋର୍ଟ ପୁଣି ଥରେ ଆଦେଶ ଦେଇଥିଲେ ।

ତେବେ ଏହାପରେ ସୁମିତ ତପସ୍ଵିନୀଙ୍କୁ ଛାଡି ଫେରାର ହୋଇ ଯାଇଛନ୍ତି । ଯାହା ତପସ୍ଵିନୀଙ୍କ ସମେତ ତାଙ୍କର ସମସ୍ତ ଶୁଭେଚ୍ଛୁଙ୍କ ମନରେ ମଧ୍ୟ ନିହାତି ଭାବେ ଆଘାତ ଦେଇଛି । ତେବେ ତପସ୍ଵିନୀ କିନ୍ତୁ ନିଜ ସ୍ଥାନରେ ଅଟଳ ରହିବେ ବୋଲି କହିଛନ୍ତି । ଏହି ଲଢେଇ ସେ ଥରେ ଆରମ୍ଭ କରିଛନ୍ତି ମାନେ, ଥରେ ସେ ସମସ୍ତଙ୍କ ଇଜ୍ଜତକୁ ବାଜି ଲଗାଇ ଦାଣ୍ଡକୁ ଓହ୍ଲାଇଛନ୍ତି ମାନେ ଯାହା ହେଲେ ମଧ୍ୟ ସେ ପଛକୁ ଫେରିବେ ନାହିଁ ବୋଲି କହିଛନ୍ତି ।

ସେ କହିଛନ୍ତି କି, ସୁମିତଙ୍କୁ ସେ ଜବରଦସ୍ତି ବିବାହ କରି ନଥିଲେ । ଉଭୟ ପରସ୍ପରକୁ ଭଲ ପାଇଥିଲେ ଏବଂ ଦୁହିଁଙ୍କ ସହମତିରେ ଏହି ବିବାହ ହୋଇଥିଲା । ତେଣୁ ସେ କୌଣସି ଖେଳଣା ନୁହନ୍ତି ଯେ ଯେତେବେଳେ ଇଚ୍ଛା ସେ ତାଙ୍କୁ ବିବାହ କରିବେ, ପାଖରେ ରଖିବେ ଏବଂ ଯେତେବେଳେ ଇଚ୍ଛା ତାଙ୍କୁ ଛାଡପତ୍ର ଦେଇଦେବେ । ତପସ୍ଵିନୀ ନିଜ ପାଇଁ ଏବଂ ଏପରି ହେଉଥିବା ଆହୁରି ଅନେକ ମହିଳାଙ୍କ ପାଇଁ ଏହି ଲଢେଇ ଲଢିବାକୁ ଚାହାନ୍ତି । ଏହି ଲଢେଇ ଲଢୁ ଲଢୁ ତାଙ୍କ ଜୀବନ ଚାଲିଗଲେ ମଧ୍ୟ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି ତପସ୍ଵିନୀ ।

ସେମାନେ ସାତଦିନ ଏକାଠି ରହିଥିବା ସମୟରେ ବିଭିନ୍ନ କଥା କହି ତପସ୍ଵିନୀ ସୁମିତଙ୍କୁ ବୁଝାଇବାକୁ ଚାହିଁଥିଲେ । କିପରି ସେମାନେ ଭଲ ପାଇଥିଲେ ଓ ଲକଡାଉନ ସମୟରେ କିପରି ଗୋଟିଏ ସ୍କୁଟିରେ ବସି କୋର୍ଟ ମ୍ୟାରେଜ ପାଇଁ ଯାଇଥିଲେ, ଏହିପରି ସେମାନଙ୍କ ଅନେକ ଭଲ ଦିନ ସବୁ ମନେପକାଇ ସୁମିତଙ୍କୁ ବୁଝାଇଥିଲେ ତପସ୍ଵିନୀ । କିନ୍ତୁ ସୁମିତ ଏହିସବୁ ବିଷୟରେ କଥା ହେବାକୁ ଚାହାନ୍ତି ନାହିଁ ବୋଲି କହୁଥିଲେ । ତପସ୍ଵିନୀଙ୍କୁ ଡିଭୋର୍ସ ଦେବାର କାରଣ ମଧ୍ୟ ସୁମିତଙ୍କୁ ସେ ପଚାରିଥିଲେ ।

ମୁହଁ ଖୋଲି କହିଦିଅ କି ତୁମେ ମୋତେ ଭଲ ପାଅନି ବୋଲି ମଧ୍ୟ ତପସ୍ଵିନୀ ସୁମିତଙ୍କୁ କହିଥିଲେ । ଏହି କଥାରେ ମଧ୍ୟ ନୀରବ ରହୁଥିଲେ ସୁମିତ । ତେବେ ସେମାନଙ୍କ ବୈବାହିକ ଜୀବନର ସମସ୍ଯା ସମାଧାନ ହେଉଛି ବୋଲି ଦେଖା ଯାଉଥିବା ବେଳେ ସୁମିତଙ୍କ ଏହିପରି ପଦକ୍ଷେପ ନିହାତି ଭାବେ ଏହି ମାମଲାକୁ ଆହୁରି ଅଡୁଆ ସୂତାରେ ଗୁଡାଇ ଦେଇଛି । ଏହି ମାମଲାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।