ସୁମିତ ଓ ତପସ୍ଵିନୀଙ୍କ ମାମଲାରେ ଆସିଛି ଏକ ନୂଆ ଟ୍ଵିଷ୍ଟ ଆସିଛି । ସୋସିଆଲ ମିଡିଆରେ ଉଭୟଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଅନେକ ତପସ୍ଵିନୀଙ୍କ ସତ୍ୟତାକୁ ନେଇ ପ୍ରଶ୍ନ କରୁଛନ୍ତି । ଇତିମଧ୍ୟରେ ସୁମିତ ପ୍ରକାଶ କରିଛନ୍ତି ଏହି ଭିଡିଓର ସତ୍ୟତା । ଭାଇରାଲ ହେଉଥିବା ଭିଡିଓ ଟିକୁ ସୁମିତ ଭାଇରାଲ କରି ନାହାନ୍ତି ବୋଲି କହିଛନ୍ତି । ତପସ୍ଵିନୀଙ୍କ ଯୋଗୁଁ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ସେ କହିଛନ୍ତି । ତପସ୍ଵିନୀ କେବଳ ମିଛ କହି ଚାଲିଛନ୍ତି ଓ ସୁମିତ ଏବଂ ତାଙ୍କ ପରିବାରକୁ ହାରାସ୍ କରୁଛନ୍ତି ବୋଲି କହିଛନ୍ତି ସୁମିତ ।
ଏହାସହ ସୁମିତ କହିଛନ୍ତି କି, ଭିଡିଓରେ ତପସ୍ଵିନୀଙ୍କ ଉଦ୍ଦେଶ୍ୟ ପରିଷ୍କାର ଭାବେ ଜଣାପଡି ଯାଉଛି । ଭିଡିଓରେ ତପସ୍ଵିନୀ ତାଙ୍କୁ ୮ ଲକ୍ଷ ଟଙ୍କା ମାଗୁଛନ୍ତି ଯାହାକି ଏକଦମ ସତ । ଏପରିକି ତପସ୍ଵିନୀ ସବୁବେଳେ ଟଙ୍କା ମାଗି ଆସିଛନ୍ତି । ତପସ୍ଵିନୀଙ୍କ ତାଙ୍କ ଘର ଆଗରେ ବସି ରହିବା , ରନ୍ଧାବଢା କରିବା ତାଙ୍କୁ ଖୁବ୍ କଷ୍ଟ ଦେଉଛି ବୋଲି ସେ କହୁଛନ୍ତି । ତାଙ୍କ ଯୋଗୁଁ ଲୋକମାନେ ମଧ୍ୟ ତାଙ୍କ ଘର ଆଗରେ ଆସି ପାଟିତୁଣ୍ଡ, ହୋହାଲ୍ଲା କରୁଛନ୍ତି ।
ସୁମିତଙ୍କ ସାହି ଲୋକ ସେଠାରେ କେହି ନାହାନ୍ତି । ବୋଧହୁଏ ତପସ୍ଵିନୀଙ୍କ ଘରଲୋକ ବାହାରୁ ଲୋକ ଡାକିକରି ଆଣୁଛନ୍ତି । ଗୋଟିଏ ପଟେ କୋର୍ଟ କେସ୍ ଚାଲିଛି, ଏପଟେ ଘର ଆଗରେ ତପସ୍ଵିନୀ ବସିଛନ୍ତି ଆଉ ଅନ୍ୟପଟେ ସୁମିତଙ୍କ ଚାକିରି ଏସବୁ ମଧ୍ୟରେ ପେଶୀ ହେଉଛନ୍ତି ସୁମିତ । ତପସ୍ଵିନୀ ଆରମ୍ଭରୁ କୋର୍ଟର ଅବମାନନା କରି ଆସୁଛନ୍ତି ଓ ଏବେ ବି କରୁଛନ୍ତି ।
ସୁମିତଙ୍କ ଉପରେ ମିଛ ଆରୋପ ଲଗାଇ ତାଙ୍କୁ ଅପମାନ ଦେଉଛନ୍ତି, ଯାହାକି ସୁମିତଙ୍କ ମାନସିକ ଶାନ୍ତିକୁ ଅତ୍ୟନ୍ତ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି । ଏହାସହ ସୁମିତ ଡିମ୍ପଲଙ୍କ ସହ ବିଲକୁଲ ମଧ୍ୟ ରହିବାକୁ ଚାହୁଁ ନାହାନ୍ତି, ଏତେ ସବୁ ହେବା ପରେ ତ ଆଉ ବିଲକୁଲ ମଧ୍ୟ ସେ ତାଙ୍କୁ ଆପଣେଇବାକୁ ଚାହୁଁ ନାହାନ୍ତି ବୋଲି ସିଧାସଳଖ କହିଛନ୍ତି । ଯେହେତୁ ସବୁକିଛି କୋର୍ଟରେ ରହିଛି ତେଣୁ ସୁମିତ କେବଳ କୋର୍ଟଙ୍କ ହିସାବରେ ଆଗକୁ ବଢିବାକୁ ଚାହିଁବେ ବୋଲି କହିଛନ୍ତି ।
ତପସ୍ଵିନୀଙ୍କୁ ମଧ୍ୟ କୋର୍ଟଙ୍କ ହିସାବରେ ଯିବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କ ଘର ସାମନାରେ ବସି ରହି ଗୋଟିଏ ଫ୍ୟାମିଲିକୁ ହାରାସ୍ କରିବା କେତେ ଦୂର ଠିକ୍ ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।