ମିଡିଆ ଫୋକସ୍ ରେ ରହିଛନ୍ତି Tapaswini, ଆଉ ତାଙ୍କ ଆଢୁଆଳରେ ଲୁଚି ଯାଉଛି Mamita ଓ Chittaranjan ହତ୍ୟା ମାମଲା, ଦେଖନ୍ତୁ ଏନେଇ କ’ଣ କହୁଛନ୍ତି ଲୋକେ

ମମିତା ପ୍ରସଙ୍ଗରେ ଏବେ ନୀରବ ବିରୋଧୀ । ତପସ୍ଵିନୀଙ୍କ ଝଡରେ ଲୁଚି ଗଲାଣି ବ୍ରହ୍ମଗିରିର ଚିତ୍ତ ହତୟା ଘଟଣା । ତପସ୍ଵିନୀଙ୍କ ଉପରେ ସମସ୍ତଙ୍କ ନଜର । ବିଧାନସଭା ଧୋଇଗଲା ହେଲେ ନୀରବି ଗଲା ପ୍ରତିବାଦର ସ୍ଵର । ହଜାରେ ପ୍ରସଙ୍ଗ ମଧ୍ୟରେ ମିଡିଆ କ୍ୟାମେରା ଆଗରେ ରହିଛନ୍ତି ତପସ୍ଵିନୀ । ବ୍ରହ୍ମପୁର ବ୍ରହ୍ମାନଗରର ତପସ୍ଵିନୀଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ତପସ୍ଵିନୀଙ୍କ ହକ୍ ଲଢେଇରେ ଲୁଚିଯାଉଛି ଚିତ୍ତ ହତୟା ଘଟଣା, ଯେଉଁଥିରେ ଯୋଜନା ବୋର୍ଡ ର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଛନ୍ଦି ହୋଇଛନ୍ତି ।

ମୃତ ଚିତ୍ତରଞ୍ଜନ ସଞ୍ଜୟ ଦାସବର୍ମାଙ୍କ ପିଏଏସଓ ଥିଲେ । ମିଡିଆ କ୍ୟାମେରା ଫୋକସରେ ତପସ୍ଵିନୀ ଥିବା ବେଳେ ଚିତ୍ତରଞ୍ଜନ ହତୟା ପଛର ମାଷ୍ଟର ମାଇଣ୍ଡ କିଏ, ତାହାକୁ ନେଇ ବିବାଦ ଘନେଇବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଜଗନ୍ନାଥ ଷଡଙ୍ଗୀ ଓରଫ ଜଗାର ଲାଇ ଡିଟେକ୍ସନ ଟେଷ୍ଟ ପରେ ହିଁ ପ୍ରକୃତ ସତ ସମାନାକୁ ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି । ସେପଟେ ମମିତା ହତୟା ଘଟଣାରେ ବିଧାନସଭାରେ ବିରୋଧୀ ନାକେଦମ କରିଦେଲେ ।

ବିଧାନସଭା ଶେଷ ହେବା ପରେ ଏବେ ନୀରବ ଅଛନ୍ତି ବିରୋଧୀ । ଏପଟେ ଚିତ୍ତରଞ୍ଜନ ଓ ମମିତାଙ୍କ ହତୟା ଘଟଣାରେ ବିରୋଧୀ କାହିଁକି ନୀରବ ଅଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୂର୍ବରୁ ମମିତାଙ୍କ ନ୍ୟାୟ ଦାବିରେ ସୋସିଆଲ ମିଡିଆ ଉଠୁଥିଲା ପଡୁଥିଲା । ଏବେ କିନ୍ତୁ ସଞ୍ଜୟ ଦାସବର୍ମାଙ୍କ ପିଏଏସଓ ଚିତ୍ତରଞ୍ଜନ ହତୟା ଘଟଣାର ଗନ୍ଧ ବାସନା ବି ମିଳୁନାହିଁ । କୁହାଯାଉଛି କି, ମିଡିଆ କ୍ୟାମେରା ଫୋକସରେ ତପସ୍ଵିନୀ ଥିବାରୁ ମମିତା ଏବଂ ଚିତ୍ତରଞ୍ଜନ ହତୟା ଘଟଣା ଧୀରେ ଧୀରେ ଲୁଚି ଯାଉଛି ।

ଏପଟେ ତପସ୍ଵିନୀଙ୍କ ମାମଲାକୁ କାହିଁକି ଏତେ ଗୁରୁତ୍ଵ ଦେଉଛି ମିଡିଆ ? ସୁମିତ ଓ ତପସ୍ଵିନୀଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଇ ଚାଲିଥିବା ବେଳେ ପ୍ରତିଦିନ କିଛି ନୂଆ କଥା ସାମନାକୁ ଆସିଛି । ଇତିମଧ୍ୟରେ ତପସ୍ଵିନୀଙ୍କ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ତପସ୍ଵିନୀଙ୍କ ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତପସ୍ଵିନୀ କିନ୍ତୁ ବର୍ଣ୍ଣନା କରିଛନ୍ତି ଏହି ଭିଡିଓର ଅନ୍ୟ ଏକ ଚିତ୍ର । ସେପଟେ ସୁମିତ ଏକ ଅଡିଓ ମଧ୍ୟ ଜାରି କରି ତପସ୍ଵିନୀଙ୍କ ଆଚରଣ ଓ ଉଦ୍ଦେଶ୍ୟ ଉପରେ ଉଠାଇଛନ୍ତି ପ୍ରଶ୍ନ । ତେବେ ତପସ୍ଵିନୀଙ୍କ ମାମଲାରେ ଅନ୍ୟ କେତେକ ମୁଖ୍ୟ ମାମଲା ଏବେ ଲୁଚି ରହି ଯାଉଛି ବୋଲି ସବୁଆଡେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।