ଶୁକ୍ରବାର ଦିନ କରାଯାଇଥିବା ଏହି ଉପାୟ ରାତାରାତି ବଦଳାଇଦେବ ଆପଣଙ୍କ ଭାଗ୍ୟ, କରିଦେବ ଆପଣଙ୍କୁ ଧନୀ

ବର୍ତ୍ତମାନ ସମୟରେ କାହାକୁ ଟଙ୍କାର ମହତ୍ଵ ବିଷୟରେ କହିବା ଆବଶ୍ୟକ ନାହିଁ । ଆଜି ଟଙ୍କା ହିଁ ସବୁ କିଛି ହୋଇଛି, ଯାହାକୁ ଦେଖନ୍ତୁ ସେ ଟଙ୍କା ପଛରେ ଦୌଡୁଛି । କିଛି ଲୋକମାନେ ଟଙ୍କା ପାଇଁ ଖରାପ କାମ ମଧ୍ୟ କରିଥାନ୍ତି । କୁହନ୍ତି କି ଖରାପ କାମ କରି ଆୟ କରିଥିବା ଟଙ୍କା ଦୁଃଖ ଦେଇଥାଏ, କିନ୍ତୁ ଭଲ କାମ କରି ଆୟ କରିଥିବା ଅଳ୍ପ ଟଙ୍କାରେ ବି ବ୍ୟକ୍ତି ବହୁତ ଖୁସି ଦେଇଥାଏ ।

ହିନ୍ଦୁ ଧର୍ମରେ ଧନ ପ୍ରାପ୍ତି ପାଇଁ ବିଭିନ୍ନ ଉପାୟ ବିଷୟରେ କୁହାଯାଇଛି । ହିନ୍ଦୁ ଧର୍ମରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଦ୍ଵାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ । ଶୁକ୍ରବାରକୁ ମାତା ଲକ୍ଷ୍ମୀଙ୍କର ଦିନ ମଧ୍ୟ କୁହାଯାଏ । ଶୁକ୍ରବାର ଦିନ କିଛି କାମ କରିବା ଦ୍ଵାରା ଆପଣଙ୍କର ଶୁକ୍ର ଗ୍ରହ ବି ଅନୁକୂଳ ହୋଇଯାଏ । ଏହା ସହିତ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ବି ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଗୁଜୁରାତିର ଏକ ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ରାତାରାତି ଆପଣଙ୍କର ଭାଗ୍ୟକୁ ବଦଳାଇ ଦେବ । ଏହି ଉପାୟ ଦ୍ଵାରା ଆପଣଙ୍କର ଧନ – ସମ୍ପତ୍ତି ସହିତ ଆପଣଙ୍କର ସବୁ ମନୋକାମନା ପୁରା ହୋଇଯାଏ । ଏହି ଉପାୟକୁ ଶୁକ୍ରବାର ରାତିର ୧୨ ଟା ବେଳେ ହିଁ କରିବା ଉଚିତ ।

ଏହି ପ୍ରକାରରେ କରନ୍ତୁ ଉପାୟ :

·    ଶୁକ୍ରବାର ରାତିରେ ୧୨ ଟା ପୂର୍ବରୁ ସର୍ବ ପ୍ରଥମେ ଭଲ ଭାବରେ ହାତ – ଗୋଡ ଧୋଇ ସ୍ଵଚ୍ଛ ହୋଇ ଯାଆନ୍ତୁ ଓ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।

·    ଏହା ପରେ କମଳ ଆସନରେ ବସିଥିବା ମାତା ଲକ୍ଷ୍ମୀଙ୍କର ଫଟୋକୁ ଘରର କୌଣସି ଶାନ୍ତ ଓ ସ୍ବଚ୍ଛ ଜାଗାରେ ସ୍ଥାପନ କରନ୍ତୁ ।

·    ବର୍ତ୍ତମାନ ଫଟୋ ସାମ୍ନାରେ ୩ଟି ଗୁଜୁରାତି ରଖନ୍ତୁ ଓ ଏହା ପରେ ମାତା ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ଧ୍ୟାନ କରି ଶୁକ୍ରଦେବଙ୍କୁ ନିଜର ମନୋକମନା ପୂର୍ଣ କରିବା ପାଇଁ ଏବଂ ଜୀବନର ସବୁ ସମସ୍ୟା ଦୂର କରିବା ପାଇଁ କୁହନ୍ତୁ ।

·    ଏହା ପରେ ଶୁକ୍ର ମନ୍ତ୍ର “ଓଁ ଦ୍ରାଂ ଦ୍ରୀଂ ଦ୍ରୌଂ ସ: ଶୁକ୍ରାୟ ନମଃ” କୁ ୨୧ ଥର ଜପ କରନ୍ତୁ ।

·    ମନ୍ତ୍ର ଜପ କରିବା ପରେ ଗୁଜୁରାତିକୁ ଡାହାଣ ହାତରେ ରଖନ୍ତୁ ଓ ସବୁ ଗ୍ରହଙ୍କୁ ଧ୍ୟାନ କରି ଜୀବନର ସବୁ ସମସ୍ୟା ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ ।

·    ଏହା ପରେ ନିଜ ହାତ ଖୋଲି ଏହାକୁ ତିନି ଥର ଫୁଙ୍କନ୍ତୁ । ଏହା ପରେ ଏହି ଗୁଜୁରାତିକୁ କୌଣସି ପାତ୍ରରେ ରଖି ଘରର ମୁଖ୍ୟ ଦ୍ଵାରାରେ ରଖନ୍ତୁ ।

·    ବର୍ତ୍ତମାନ ଯେଉଁ ପାତ୍ରରେ ଗୁଜୁରାତି ରଖିଛନ୍ତି, ସେଥିରେ କର୍ପୁର ପକାଇ ତାହାକୁ ଜାଳି ଦିଅନ୍ତୁ । ଯେତେବେଳେ ଗୁଜୁରାତି ପୂରାପୂରି ଜଳିଯିବ ତେବେ ତାହାକୁ ତୁଳସୀ ଗଛରେ ପକାଇ ଦିଅନ୍ତୁ ।

·    ଯଦି ତୁଳସୀ ଗଛ ମିଳୁନାହିଁ ତେବେ ଆପଣ କୌଣସି ନଦୀରେ ବି ଏହାକୁ ବିସର୍ଜନ କରି ପାରିବେ । କିଛି ଦିନ ପରେ ଏହି ଉପାୟର ଫଳ ଆପଣଙ୍କୁ ମିଳିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।