ପିଲାମାନଙ୍କର ଖରାପ ଲାଳନ ପାଳନ ତାଙ୍କ ଭବିଷ୍ୟକୁ ନଷ୍ଟ କରିଦିଏ ଓ ତାହା ସହିତ ପତନର ମଧ୍ୟ କାରଣ ହୋଇଥାଏ

ପିଲାମାନଙ୍କୁ ଲାଳନ ପାଳନ କରିବା ସହଜ କଥା ନୁହେଁ । ପିଲାମାନଙ୍କୁ ଲାଳନ ପାଳନରେ କେବଳ ତାଙ୍କୁ ଭଲ ଖାଦ୍ୟ ଓ ଟଙ୍କା ଦେବା ନୁହେଁ ଏହା ଛଡା ତାଙ୍କୁ ଭଲ ଶିକ୍ଷା ଓ ସଂସ୍କାର ଦେବା ବି ଉଚିତ । ଯେଉଁମାନେ ନିଜର ପିଲାମାନଙ୍କର ପାଳନରେ ଅସାବଧାନତା କରନ୍ତି ତେବେ ସେହି ପିଲାଙ୍କର ଭବିଷ୍ୟତ ଖରାପ ହୋଇଯାଏ ।

ଏହି କଥାର ଉଦାହରଣ ଆମକୁ ମହାଭାରତରେ ଦେଖିବାକୁ ମିଳିଥାଏ । ଗୋଟିଏ ପଟେ କୌରବ ଓ ଅନ୍ୟ ପଟେ ପାଣ୍ଡବ । ଏହା ସଂସ୍କାରର ଖେଳ ଥିଲା କି ୫ ପାଣ୍ଡବ ୧୦୦ କୌରବଙ୍କ ଉପରେ ଭାରି ପଡିଥିଲେ ।

ଶିକ୍ଷା ଓ ସଂସ୍କାରରେ ମଜଭୁତ ହୋଇଥାଏ ଲାଳନ ପାଳନ

ଯେତେବେଳେ ଆମେ ପିଲାମାନଙ୍କୁ ସଠିକ ଶିକ୍ଷା ଓ ସଂସ୍କାର ଦେଇଥାଉ ତେବେ ସେମାନେ ସଠିକ ରାସ୍ତାରେ ଆଗକୁ ବଢିଥାନ୍ତି । ମହାଭାରତରେ ଏହାର ଉଦାହରଣ ଦିଆଯାଇଛି । ଗୋଟିଏ ପରିବାର ଦୁଇ ଭାଗ ହୋଇଯାଇଥିଲା । ଗୋଟିଏ ଥିଲେ କୌରବ ଓ ଦ୍ଵିତୀୟ ଥିଲେ ପାଣ୍ଡବ । କୌରବଙ୍କ ପାଖରେ ସୁଖ ଧନ ସମ୍ପତ୍ତି ସବୁକିଛି ଥିଲା । ଅନ୍ୟ ପଟେ ପାଣ୍ଡବଙ୍କ ପାଖରେ ବି ବହୁତ ଜିନିଷ ଥିଲା, କିନ୍ତୁ ତାଙ୍କୁ ଜଙ୍ଗଲରେ ବାସ କରିବାକୁ ପଡିଲା ।

ଶିକ୍ଷାର କଥା କହିଲେ କୌରବ ଓ ପାଣ୍ଡବ ଉଭୟ ଗୁରୁ ଦ୍ରୋଣାଚାର୍ୟଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । କିନ୍ତୁ ସଂସ୍କାର ଦୁଇ ଜଣଙ୍କୁ ନିଜ ପରିବାରରୁ ଅଲଗା ଅଲଗା ମିଳିଥିଲା । ଧୃତରାଷ୍ଟ୍ର ଜନ୍ମାଂନ୍ଧ ଥିଲେ, କିନ୍ତୁ ସେ ସବୁକିଛି ବୁଝି ପାରୁଥିଲେ । ସେ ନିଜ ପୁତ୍ରର ମୋହରେ ଅନ୍ଧ ହୋଇ ଯାଇଥିଲେ । ଦୁର୍ୟୋଧନ କେତେ ବି ଭୁଲ କାର୍ଯ୍ୟ କରୁଥିଲେ ମଧ୍ୟ ଧୃତରାଷ୍ଟ୍ର କେବେ ବି କିଛି କହୁ ନ ଥିଲେ । ମାତା ଗାନ୍ଧାରୀ ବି ନିଜର ପୁତ୍ରର ସମସ୍ତ ଖରାପ କାମ ବିଷୟରେ ଜାଣି ମଧ୍ୟ ଚୁପ ରହୁଥିଲେ ।

ମାତା ପିତାଙ୍କର ଭୁଲ

ଅନ୍ୟ ପଟେ ମାତା କୁନ୍ତି ଏକୁଟିଆ ହିଁ ନିଜର ୫ ପୁତ୍ରଙ୍କର ଲାଳନ ପାଳନ କରିଥିଲେ ଏବଂ ଓ ଉଚିତ ଶିକ୍ଷା ଦେଇଥିଲେ । ତାଙ୍କ ଭିତରେ ନିଜ ମାତାଙ୍କର ସଂସ୍କାର ଭରି ରହିଥିଲା । ପାଣ୍ଡବ କେବେ ବି ଚାହୁଁ ନ ଥିଲେ କି ଯୁଦ୍ଧ ହେଉ । କିନ୍ତୁ ଦୁର୍ୟୋଧନ ଓ କର୍ଣ୍ଣ ଯୁଦ୍ଧ ପାଇଁ ଇଚ୍ଛୁକ ଥିଲେ ।

କୌରବ ଧନ ଓ ସିଂହାସନ ଲୋଭୀ ବି ଥିଲେ । ଯେଉଁ କାରଣରୁ ଯେତେବେଳେ ଶ୍ରୀକୃଷ୍ଣ ସନ୍ଧିର ପ୍ରସ୍ତାବ ନେଇ ହସ୍ତିନାପୁର ଗଲେ ତେବେ ସେ ଦୁର୍ୟୋଧନଙ୍କୁ କେବଳ ୫ଟି ଗ୍ରାମ ମାଗିଥିଲେ । କିନ୍ତୁ ଦୁର୍ୟୋଧନ ତାଙ୍କୁ ମନା କରି ଦେଲେ ଯାହା ପରେ ମହାଭାରତ ଯୁଦ୍ଧ ହୋଇଥିଲା ।

ଯଦି କୌରବଙ୍କୁ ସଠିକ ଶିକ୍ଷା ସହ ସଠିକ ଜ୍ଞାନ ବି ମିଳିଥାନ୍ତା ତେବେ କେବେ ବି ଏହି ଯୁଦ୍ଧ ହୋଇ ନ ଥାନ୍ତା । ଏହି ଯୁଦ୍ଧ ଓ ପୁରା ମହାଭାରତ ଆମକୁ ଶିକ୍ଷା ଦେଇଥାଏ କି ଯଦି ନିଜର ପିଲାମାନଙ୍କର ଲାଳନ ପାଳନ ସଠିକ ଉପାୟରେ ନ କରାଯାଏ ତେବେ ଆମେ ଆମ ପିଲାମାନଙ୍କର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଥାଉ ।