ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ଭୁଲ ରେ ବି ନିଜର ଏହି 9ଟି କଥା କାହାକୁ କହିବା କଥା ନୁହେଁ, ନେହେଲେ..

ଶୁକ୍ରାଚାର୍ୟଙ୍କ ଏମିତ ୯ ଟି କଥା ବିଷୟରେ କହିଛନ୍ତି ଯାହାକୁ ସବୁବେଳେ ଅନ୍ୟ ଲୋକଙ୍କ ଠାରୁ ଲୁଚେଇ ରଖିବା ଉଚିତ । ଯଦି ଆପଣଙ୍କର ଏହି କଥା ଅନ୍ୟ ଲୋକମାନଙ୍କୁ ଜଣା ପଡିଯିବ ତେବେ ଏହା ଆପଣଙ୍କ ପାଇଁ ଅସୁବିଧାକୁ ଆମନ୍ତ୍ରିତ କରିଥାଏ ।

ଶାରୀରିକ ସମ୍ବନ୍ଧ :

କୌଣସି ସ୍ଵାମୀ – ସ୍ତ୍ରୀ ମଧ୍ୟରେ ବହୁତ ଗୁପ୍ତ କଥା ଥାଏ । ଯେତେବେଳ ଏହି ଗୁପ୍ତ କଥା ଅନ୍ୟ ଲୋକଙ୍କୁ ଜଣା ପଡେ ତେବେ ସେହି ଦମ୍ପତିଙ୍କ ପାଇଁ ଏହା ବହୁତ ଅସୁବିଧା ଏବଂ ଲଜ୍ୟା ର କଥା ହୋଇ ଥାଏ । ସେଥିପାଇଁ ନିଜର ଗୁପ୍ତ କଥାକୁ ସବୁବେଳେ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

ବୟସ :

ବ୍ୟକ୍ତି କୁ ନିଜର ବୟସ ବିଷୟରେ କାହାକୁ କହିବା ଉଚିତ ନୁହେଁ । ଏହାକୁ ଗୁପ୍ତ ରଖିବା ଦରକାର ।

ଘରର କଥା :

ଆମ ମଧ୍ୟରେ କେତେକ ଲୋକମାନେ ନିଜ ଘରର କଥା ନିଜ ସାଙ୍ଗମାନଙ୍କୁ ଏବଂ ଅନ୍ୟ ଲୋକମାନଙ୍କୁ କହି ଦିଅନ୍ତ । ପରେ ସେମାନେ ସେହି ଲୋକଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେଥିପାଇଁ ଘରର ଯେକୌଣସି ପ୍ରକାର କଥା କାହା ସାମ୍ନାରେ କହିବା କଥା ନୁହେଁ ।

ଧନ :

ଟଙ୍କା ବିଷୟରେ ବି କୌଣସି ବ୍ୟକ୍ତିଙ୍କୁ କହିବା ଉଚିତ ନୁହେଁ । ଟଙ୍କା ଏମିତି ଏକ ଜିନିଷ ଅଟେ ଯାହାକି ମିତ୍ରକୁ ମଧ୍ୟ ଶତ୍ରୁ ବନାଇ ଦେଇ ଥାଏ ।

ଡାକ୍ତର :

ଡାକ୍ତରଙ୍କ ସହ ହେଇଥିବା କୌଣସି ବି ପର୍ସୋନାଲ କଥା କାହାକୁ ବି କହିବା କଥା ନୁହେଁ ।

ଦାନ :

ଏମିତି କୁହାଯାଏ କି ଦାନ – ଧର୍ମ ର କଥା ଗୁପ୍ତ ରଖିବା ଦ୍ଵାରା ତାହର ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ଲୋକମାନଙ୍କ ମଧ୍ୟରେ ନିଜକୁ ବଡ ଦେଖେଇବା ପାଇଁ ସମସ୍ତଙ୍କ ସାମନ୍ନାରେ ଦାନ କରନ୍ତି, ତେବେ ତାଙ୍କୁ କେବେ ବି ଫଳ ମିଳି ନଥାଏ ।

ମନ୍ତ୍ର :

ଆପଣ ଭଗବାନଙ୍କୁ ଖୁସି କରିବା ପାଇଁ ଯେଉଁ ମନ୍ତ୍ର ର ଜପ କରନ୍ତି, ତାହା ବିଷୟରେ ମଧ୍ୟ କାହାକୁ ବି କହିବା ଉଚିତ ନୁହେଁ ।

ମାନ – ସମ୍ମାନ :

ନିଜର ମାନ – ସମ୍ମାନ କୁ କାହା ଆଗରେ ଦେଖେଇ ହେବା କଥା ନୁହେଁ । ଏହି କାମ ଛୋଟ ଭାବନା ରଖୁଥିବା ଲୋକମାନେ କରନ୍ତି । ଏହାକୁ କରିବା ଦ୍ଵାରା ଲୋକମାନେ ଆପଣଙ୍କ ଉପରେ ଚିଡି ଯାଆନ୍ତି, ଯାହାର ସିଧା ପ୍ରଭାବ ଆପଣଙ୍କ ମାନ ସମ୍ମାନ ଉପରେ ପଡିଥାଏ ।

ଅପମାନ :

ମାନ – ସମ୍ମାନ ଭଳି ଲୋକଙ୍କୁ ନିଜର ଅପମାନ ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ । ଅନ୍ୟ ଲୋକଙ୍କୁ ଏହି ବିଷୟରେ କହିବା ଦ୍ଵାରା ଆପଣଙ୍କୁ ଅସୁବିଧା ହୋଇଥାଏ । ଶୁକ୍ରାଚାର୍ୟଙ୍କ ଅନୁସାରେ ଏମିତ ୯ ଟି କଥା ବିଷୟରେ କହିଛନ୍ତି ଯାହାକୁ ସବୁବେଳେ ଅନ୍ୟ ଲୋକଙ୍କ ଠାରୁ ଲୁଚେଇ ରଖିବା ଉଚିତ ।

ଆପଣଙ୍କ ଏହି କଥା ଅନ୍ୟ ଲୋକମାନଙ୍କୁ ଜଣା ପଡେ ତେବେ ସେମାନେ ମଧ୍ୟ ଆପଣଙ୍କ ସମ୍ମାନ କରିବେ ନାହିଁ।