ସୁଧୁରୁ ନାହିଁ ପାକିସ୍ତାନ, ସୀମା ଉପରେ ପୁଣିଥରେ ଗୋଲାବାରି ଜାରି, ଭାରତର ଜବାବି କାରବାଇ ଡରରେ ପୁରା ରାତି ପାକିସ୍ତାନରେ…

ଭାରତର ବାୟୁସେନା ଦ୍ଵାରା ଜବାବି କାର୍ଯ୍ୟକାରୀ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅବସ୍ଥା ଖରାପ ଅଛି । ପାକିସ୍ତାନ ବାରମ୍ବାର ନିଜର ଗୁଣରୁ ଛାଡୁ ନାହିଁ । ଏବଂ ଲାଗାତର ବର୍ଡର ଉପରେ ଫାଇରିଙ୍ଗ କରୁଛି । ଏହି ଫାଇରିଙ୍ଗର ଜବାବ ଭାରତୀୟ ସେନାମାନେ ବି ଦେଉଛନ୍ତି । ତଥାପି ପାକିସ୍ତାନ ନିଜ ଗୁଣରୁ ବାଜ ଆସୁ ନାହଁ । ସେ ଜାଣିପାରୁ ନାହିଁ କି ସେ ନିଆଁ ସହିତ ଖେଳୁଛି । ତେବେ ଚାଲନ୍ତୁ ଜାଣିବା ଭାରତ ଏବଂ ପାକିସ୍ତାନ ବର୍ଡରରୁ କଣ ତାଜା ଖବର ସାମନାକୁ ଆସୁଛି ?

ବୁଧବାର ରାତିରୁ ହିଁ ବର୍ଡର ଉପରୁ ଅଧିକ ଫାଇରିଙ୍ଗ ହେଉଛି, ଯାହା କି ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ଅଛି । ବର୍ଡର ଉପରେ ଏହିଭଳି ପରିସ୍ଥିତିକୁ ଦେଖି ମୋଦୀ ସକାଳୁ ସକାଳୁ ଏକ ବୈଠକ ଡକାଇଛନ୍ତି । ଯେଉଁଠି ଏହି ବିଷୟରେ ଚର୍ଚା ହେବ । କହି ଦେଉଛୁ ଯେ ପିଏମ ମୋଦୀ ଗୁରୁବାର ଦିନ ସନ୍ଧ୍ୟାରେ ବି କ୍ୟାବିନେଟ ମିଟିଙ୍ଗ ଡାକିଛନ୍ତି । ଯେଉଁଥିରେ ପାକିସ୍ତାନ ବିରୁଦ୍ଧରେ ଆଗାମୀ ରଣନୀତି ଉପରେ କଥାବାର୍ତ୍ତା କରାଯିବ ।

ବର୍ତ୍ତମାନ ପାକିସ୍ତାନ ଏବଂ ଭାରତ ସୀମା ଉପରେ ଫାଇରିଙ୍ଗ ହେଉଛି । ଯେଉଁଥିରେ ବର୍ଡର ଉପରେ ଡରର ବାତାବରଣ ଖେଳି ଯାଇଛି ।

ପିଏମ ମୋଦୀ ଭାରତୀୟ ସେନାଙ୍କୁ ପୁରାପୁରୀ ଖୋଲା ଛାଡି ଦେଇଛନ୍ତି

ପାକିସ୍ତାନ ତରଫରୁ ହେବାକୁ ଥିବା ଫାଇରିଙ୍ଗକୁ ନେଇ ପିଏମ ମୋଦୀ ସେନାଙ୍କୁ ପୂରାପୂରି ଖୋଲା ଛାଡି ଦେଇଛନ୍ତି । ପିଏମ ମୋଦୀ କହିଛନ୍ତି କି ସେନା ନିଜ ତରଫରୁ ଜବାବ ଦେବା ପାଇଁ ସ୍ଵତନ୍ତ୍ର ଅଟେ । ବର୍ତ୍ତମାନ ଭାରତୀୟ ସେନା ପାକିସ୍ତାନ ତରଫରୁ ହେଉଥିବା ଫାଇରିଙ୍ଗର ଜବାବ ଦେଉଛନ୍ତି । ଯେଉଁଥିରେ ପାକିସ୍ତାନରେ ଭୟର ବାତାବରଣ ଖେଳି ଯାଇଛି ।

ପାକିସ୍ତାନରେ ଭୟର ବାତାବରଣ

ବାୟୁସେନାର ଆକ୍ରମଣ ପରେ ମଙ୍ଗଳବାର ଏବଂ ବୁଧବାର ରାତିରେ ପକ୍ଷୀଷ୍ଟନ ରେ ପୂରାପୂରି ବିଜୁଳି ବନ୍ଦ କରା ଯାଇଛି । କହିବାକୁ ଗଲେ ପାକିସ୍ତାନ ଆର୍ମୀର ବର୍ଡର ଆଖ ପାଖରେ ଥିବା ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ରାତିରେ ଲାଇଟ ବନ୍ଦ କରିବା ପାଇଁ କୁହା ଯାଇଛି । ଏହା ପରେ ପାକିସ୍ତାନରେ ବିଜୁଳି ପୂରାପୂରି ବନ୍ଦ ଅଛି । ଏମିତିରେ ପାକିସ୍ତାନରେ ହାଇ ଅଲର୍ଟ ରହିଅଛି । ବର୍ଡର ଉପରେ ଥିବା ପାକିସ୍ତାନ ଲୋକମାନଙ୍କର କହିବା ଅଟେ ତାଙ୍କୁ ବହୁତ ଡର ଲାଗୁଛି ।

ଭାରତର କାର୍ଯ୍ୟକାରୀ ଦ୍ଵାରା ପାକିସ୍ତାନ ପୁରାପୁରୀ ଡରି ଯାଇଛି ଏବଂ ସମୁଦ୍ର ସୀମାରେ ବି ହଲଚଲ ବଢୁଛି । ସୂତ୍ର ଅନୁସାରେ ପାକିସ୍ତାନ ନିଜର ମାଛଧରାମାନଙ୍କୁ ବି ସମୁଦ୍ର ଭିତରକୁ ଯିବା ପାଇଁ ମନା କରି ଦେଇଛନ୍ତି । ଏହା ଛଡା ବି ପାକିସ୍ତାନରେ କିଛି ମୁଭମେଣ୍ଟ ଦେଖିବାକୁ ମିଳୁଛି, ଯେଉଁଥିରେ ଭାରତୀୟ ସେନାଙ୍କୁ ବି ଅଲର୍ଟ ରଖା ଯାଇଛି ।

କହିଦେଉଛୁ ଯେ ଏହା ପୂର୍ବରୁ ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବନ୍ଦ କରିଦେଇଛି । ଯାହା କି ଲାହୌରରୁ ଦିଲ୍ଲୀ ଆସିଥାଏ ଏବଂ ଦିଲ୍ଲୀରୁ ଲାହୌର ଯାଇଥାଏ ।