ରାଜସ୍ଥାନରୁ ଉଡିବାର ଥିଲା ମିରାଜ 2000, ଅଚାନକ ଭାରତୀୟ ବାୟୁସେନା ବଦଳାଇଦେଲା ନିଜ ପ୍ଳାନ, ଜାଣନ୍ତୁ କାହିଁକି

ପାକିସ୍ଥାନର ଆତଙ୍କିମାନଙ୍କୁ ବୁଦ୍ଧି ଶିଖେଇବା ଓ ତାଙ୍କର ଟେରର କ୍ୟାମ୍ପ କୁ ଧ୍ଵଂସ କରିବା ପାଇଁ ଯେଉଁ ଭାରତୀୟ ଆକ୍ରମଣ କରାଯାଇଥିଲା ତାହା ସଫଳ ହେଲା । ଏବେ ଆମ ଦେଶର ଗୋଟିଏ ପାଇଲଟ ପାକିସ୍ଥାନ କବ୍ଜାରେ ଅଛି, କିନ୍ତୁ ଭାରତ ଏବେ ତାଙ୍କୁ ଜଲ୍ଦି ମୁକୁଳାଇବାର ବ୍ୟବସ୍ଥା କରୁଛି । ଏହି ଆକ୍ରମଣ ଅଚାନକ କରା ଯାଇ ନଥିଲା, ଏହାର ପ୍ରସ୍ତୁତି ପୁଲବାମା ଆକ୍ରମଣ ପରେ ଆରମ୍ଭ ହୋଇ ଯାଇଥିଲା । ଆତଙ୍କିମାନଙ୍କ ଆଡ୍ଡାକୁ ଧ୍ଵଂସ କରିବା ପାଇଁ ବାୟୁସେନାକୁ ଗ୍ରୀନ ସିଗନାଲ ଦିଆ ଯାଇଥିଲା । ଏଠାରୁ ମିରାଜ 2000 କୁ ପଠାଇବା ପାଇଁ ସେଥିରେ ଇନ୍ଧନ ଭରିବା ପାଇଁ ଆଗ୍ରାରୁ ରିଫ୍ୟୁଲର IAL-78 ବିମାନ ବି ପଠାଯାଇଥିଲା ।

ରାଜସ୍ଥାନରୁ ମିରାଜ 2000 ବିମାନ ଉଡିବାର ଥିଲା

ଲଢେଇ ବିମାନକୁ ଏକୁଟିଆ ପଠାଯାଇ ନଥିଲା, ତାକୁ କଭର କରିବା ପାଇଁ ବାୟୁସେନାର ଜଗୁଆର ବିମାନ ବି ସାଥିରେ ଥିଲେ । ତିନି ଦିନ ପର୍ଯ୍ୟନ୍ତ ଏହାର ଜବରଦସ୍ତ ପ୍ରଶିକ୍ଷଣ କରାଯାଇଥିଲା । ମହାରାଜପୁରା ରେ ବାଲାକୋଟ, ମୁଜଫ୍ଫରାବାଦ ଓ ଚକୋଟି ର ନକ୍ସା ତିଆରି କରି ଚିହ୍ନିତ ଠିକାନା କୁ କୁହା ଯାଇଥିଲା । ଏଠାରେ ଏକ୍ସପର୍ଟ, ବଛାଯାଇଥିବା ପାଇଲଟଙ୍କୁ କହିଥିଲେ କି କେଉଁ ସ୍ଥାନରେ କାହାକୁ ଟାର୍ଗେଟ କରିବାର ଅଛି ।

ଜଣାଇ ଦେଉଛୁ କି ବାୟୁସେନା ମହାରାଜପୁର ବ୍ୟତୀତ ରାଜସ୍ଥାନର ବି ଗୋଟିଏ ଏୟାରବେଶ ରେ ଏହି ପ୍ରକାରର ପ୍ରସ୍ତୁତି କରିଥିଲେ । ଜଣାଯାଉଥିଲା କି ପ୍ରଥମେ ରାଜସ୍ଥାନ ରୁ ମିରାଜ 2000 ବିମାନ କୁ ଉଡିବାର ଥିଲା, କିନ୍ତୁ ରାତିରେ ମହାରାଜପୁରା ରୁ ବିମାନ ଉଡିଥିଲା । ଏମିତି କେବଳ ସାମ୍ନା ବାଲାକୁ ଚଖମା ଦେବା ପାଇଁ ଓ ଅସାମଞ୍ଜସ୍ୟ ରେ ପକାଇବା ପାଇଁ କରା ଯାଇଥିଲା ।

ମହାରାଜପୁରା ରୁ ଭୋର 2.30 ଟା ରୁ ମିରାଜ 2000 ବାହାରିଥିଲା । ମିରାଜ ରେ ଫ୍ୟୁଲ ଭରିବା ପାଇଁ ଆଗ୍ରାରୁ ରିଫ୍ୟୁଲର ଆଇଏଲ-78 ବିମାନଗୁଡିକ ବି ଉଡିଥିଲା । ଜଣାଇ ଦେଉଛୁ କି ଯେଉଁ ବିମାନ ଗୁଡିକ ବମ ନେଇ ଉଡିଥାନ୍ତି ସେଥିରେ ଇନ୍ଧନ କମ ନିଆ ଯାଇଥାଏ ।

ଏହା ପରେ ମିରାଜ କୁ କଭର କରିବା ପାଇଁ ଆଦମପୁର ରୁ ଜହୁଆର ଲଢେଇ ବିମାନ ବି ଉଡିଥିଲା । ଆଗ୍ରାରୁ ବି ଆଉ 4 ଟି ରିଫ୍ୟୁଲର ଆଇଏଏଲ-78 କୁ ପ୍ରସ୍ତୁତ ରଖା ଯାଇଥିଲା । ଜଗୁଆର ମିରାଜ ବିମାନକୁ ନଜର ରଖିଥିଲେ ଓ ଭିଡିଓଗ୍ରାଫି କରୁଥିଲେ । ଏହା ପରେ ମିରାଜ 2000 ହାରାହାରି 1000 କିଲୋ ବମ ଜୈଶ-ଏ-ମହମ୍ମଦ ର ଟେରର ଲଞ୍ଚ ପ୍ୟାଡ ଉପରେ ପକାଇଥିଲା ଓ ନିଜର ଯବାନ ମାନଙ୍କର ବଳିଦାନର ପ୍ରତିଶୋଧ ନେଇଥିଲା ।

ପୋଷ୍ଟଟିକୁ ଗର୍ବର ସହିତ ଶେୟାର କରନ୍ତୁ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।