ଦଶମ ଶ୍ରେଣୀରେ ପାଠ ପଢୁଥିବା ସୁଭଦ୍ରା ପଣ୍ଡା ବର୍ତ୍ତମାନ ଓଡିଶାର ଏକ ଚର୍ଚ୍ଚିତ ଚେହେରା । ପ୍ରଥମେ ଏକ ଗଣମାଧ୍ୟମ ତାଙ୍କ ଦୁଃଖ କାହାଣୀ ଲୋକଲୋଚନକୁ ଆଣିବା ପରେ କ୍ରମେ ଏହା ନିଆଁ ଭଳି ସାରା ରାଜ୍ୟରେ ବ୍ୟାପି ଯାଇଥିଲା । ଯାହାପରେ ତାଙ୍କୁ ଅନେକ ସ୍ଵେଚ୍ଛାସେବୀ ସଂଗଠନ ଓ ପ୍ରଶାସନ ସାହାଯ୍ୟ ଓ ସହଯୋଗର ହାତ ବଢେଇଥିଲେ । ତେବେ ସିନେ ତାରକା ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି ।

ତରଙ୍ଗ ଚ୍ଯାନେଲରେ ପ୍ରସାରିତ ଧାରାବାହିକ “ଝିଅ ଆମର ନୂଆ ବୋହୂ” ରେ ଉମା ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ସୋନାକ୍ଷୀ ସାହୁ ମଧ୍ୟ ସୁଭଦ୍ରାଙ୍କୁ ଭେଟିବାକୁ ଯାଇଥିଲେ । ଶୁକ୍ରବାର ଦିନ ସନ୍ଧ୍ୟାରେ ସେ ଶୁଟିଙ୍ଗ ସେଟ୍ ରେ ଥିବାବେଳେ ସୁଭଦ୍ରାଙ୍କର ନ୍ଯୁଜ ଦେଖିଥିଲେ ଓ ସେହି ସମୟରେ ତାଙ୍କୁ ବହୁତ କଷ୍ଟ ଲାଗିଥିଲା । କାରଣ ଦେଢ ବର୍ଷ ତଳେ ତାଙ୍କର ନିଜ ଭଉଣୀଙ୍କର ମୃତ୍ୟୁ ହୋଇଯାଇଛି ।
ତେଣୁ ସୁଭଦ୍ରାଙ୍କୁ ଦେଖି ତାଙ୍କ ମନରେ ଏକ ଭଉଣୀର ସ୍ନେହ ଜାଗ୍ରତ ହୋଇଥିଲା । ସେ ୬ ଦିନ ଶୁଟିଙ୍ଗ ସେଟ୍ ରେ କାମ କରନ୍ତି ଓ ରବିବାର ଦିନ ତାଙ୍କୁ ବିଶ୍ରାମ ପାଇଁ ଛୁଟି ମିଳେ । ହେଲେ ସେ ବିଶ୍ରାମ ନକରି ଛୁଟି ଦିନରେ ସୁଭଦ୍ରାଙ୍କୁ ଭେଟିବା ପାଇଁ ଧାଇଁ ଆସିଥିଲେ । ସୋନାକ୍ଷୀ କହିଛନ୍ତି କି ସେ ସୁଭଦ୍ରାଙ୍କୁ ସେମିତି କୌଣସି ବଡ ଧରଣର ଆର୍ଥିକ ସାହାଯ୍ୟ କରିବେ ପାଇଁ ଆସିନାହାନ୍ତି ।

କିନ୍ତୁ ସେ ତାଙ୍କୁ ନିଜର ସାନ ଭଉଣୀ ଏବଂ ନିଜ ପରିବାରର ଗୋଟିଏ ସଦସ୍ୟ ଭଳି ଗ୍ରହଣ କରିଛନ୍ତି । ତାଙ୍କର ପାଠପଢା ଓ ରହଣିଚଳଣିର ସବୁ ଖର୍ଚ୍ଚ ସେ ନିଜେ ବହନ କରିବେ । ଯେମିତି ଘରେ ଛୋଟ ଭଉଣୀଟିଏ ଥିଲେ ତା’ ପାଇଁ କରିଥାନ୍ତେ ଠିକ ସେମିତି ତା’ ପାଇଁ କରିବେ ବୋଲି ସେ କହିକହନ୍ତି । ଏହାସହ ସେ ସୁଭଦ୍ରାଙ୍କୁ ନିଜ ବାପାମା’ଙ୍କର ଓ ନିଜର ପରିଚୟ ମଧ୍ୟ ଦେବେ ବୋଲି କହିଛନ୍ତି ।
କେବଳ ସୁଭଦ୍ରାଙ୍କୁ ନୁହେଁ ବରଂ ତାଙ୍କ ପାଗେଳି ମା’ଙ୍କୁ ମଧ୍ୟ ସେ ନିଜ ଘରକୁ ନେବା ପାଇଁ ଚାହାନ୍ତି । ଯଦି ପ୍ରଶାସନ ଏବଂ ଓଡିଶାବାସୀ ଚାହିଁବେ ତେବେ ସେ ଦୁଇଜଣଙ୍କୁ ନିଜ ଘରେ ନେଇ ରଖିବେ ବୋଲି କହିଛନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।