ସାବାସ ଟ୍ରାଫିକ ବାବୁ ! 2 ଯୁବକଙ୍କ ଜୀବନ ବଞ୍ଚେଇବାକୁ ପାଣିକୁଆ ଡେଇଁଲେ ଟ୍ରାଫିକ କର୍ମଚାରୀ, ଆଉ ତା’ପରେ…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଦୁନିଆରେ ଅନେକ ପ୍ରକାର ଲୋକଥାନ୍ତି । ଜଣେ ଅନ୍ୟ ଜଣଙ୍କଠୁ ରୂପରେ, ଗୁଣରେ, ଆଚାର ଓ ବ୍ଯବହାରରେ ଭିନ୍ନ ହୋଇଥାଏ । ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ବିପଦବେଳେ ତାଙ୍କ ପାଖରେ ଠିଆ ହୁଅନ୍ତି ନାହିଁ । କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ନିଜର ତଥା ଅନ୍ୟ ଲୋକଙ୍କ ବିପଦ ସମୟରେ ତାଙ୍କୁ ସାହାଜ୍ଯ ସହଯୋଗ କରିଥାନ୍ତି ।

କେହି ନିଜ ଲୋକଙ୍କର ବଳୀ ପକାଇ ଦଉଥିବା ବେଳେ କେହି ଅନ୍ୟର ବିପଦ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ତାଙ୍କୁ ସାହାଜ୍ଯ କରୁଛି । ସତରେ ଏହି ଦୁନିଆରେ ମଣିଷର ମନ କଥାକୁ ପଢିବା ବହୁତ କଷ୍ଟ । ନିଜର କର୍ତ୍ତବ୍ୟ କରିବାକୁ ଯାଇ କିଛି ଏପରି ଲୋକ ଅଛନ୍ତି । ଯେଉଁମାନେ କର୍ତ୍ତବ୍ୟର ଅଗ୍ରରେ ରହି ନିଜର କାର୍ଯ୍ୟକୁ ସଠିକ ଭାବରେ କରିଥାନ୍ତି । 

ଏହି ଦୁନିଆ ପାଇଁ ଭଲ ମଣିଷପଣିଆର ଉଦାହରଣ ସୃଷ୍ଟି କରିଥାନ୍ତି ।ଯାହାଙ୍କୁ ଦେଖି ବହୁତ ଲୋକ ତାଙ୍କର ଭଲ କାମ ଦ୍ଵାରା ପ୍ରେରିତ ହୋଇଥାନ୍ତି । ଏହି କର୍ତ୍ତବ୍ୟର ବାଖ୍ୟା ବଖାଣିବାର ଉଦ୍ଧେଶ୍ୟ ହେଉଛି ଜଣେ ଟ୍ରାଫିକ ପୋଲିସର ଅନ୍ୟ ଜଣେ ଲୋକ ପ୍ରତି ଥିବା ଦରଦକୁ ସମାଜ ଆଗରେ ଉପସ୍ଥାପିତ କରିବା । ରାସ୍ତାରେ ଯାଉଥିବା ଦୁଇ ଜଣ ବାଇକ୍ ଆରୋହି ଏକ ଗଭୀର ନାଳକୁ ଖସି ପଡି ଯାଇଥିଲେ ।

ସେହି ଗଭୀର ପାଣିରେ ପଡି ମରଣ ସହିତ ସଂଗ୍ରାମ କରୁଥିଲେ ।ଠିକ ସେହି ସମୟରେ ସେହି ସ୍ଥାନରେ ଜଣେ ଲକ୍ଷ୍ନୋର ଟ୍ରାଫିକ କର୍ମଚାରୀ ପହଞ୍ଚି ଯାଇଥିଲେ । କେହି କିଛି କହିବା ଓ ଭାବିବା ଆଗରୁ ସେହି ନାଳକୁ ଡେଇଁ ଦୁଇ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ । ସେହି ଉଦ୍ୟମରେ ସଫଳ ହୋଇ ଦୁଇ ଯୁବକଙ୍କର ଜୀବନ ରକ୍ଷା କରିଥିଲେ । ଦୁଇ ଯୁବକଙ୍କୁ ନାଳରୁ କାଢି ସାରିଲା ପରେ ନିଜେ ନାଳରୁ ବାହାରି ଥିଲେ।

  ନିଜ ଡ୍ଯୁଟିରୁ ଆସି ସେହି ଦୁଇ ଯୁବକଙ୍କୁ ବଞ୍ଚାଇବା କାର୍ଯ୍ୟ ଯେତିକି ବିପଦ ଥିଲା, ସେତିକି ପ୍ରଶଂସନୀୟ ମଧ୍ୟ ଥିଲା । ଲୋକଙ୍କ ଠାରୁ ପ୍ରଶଂସା ପାଇବା ପାଇଁ ସେଭଳି କାର୍ଯ୍ୟ କରିଥିଲେ, ତାହା ନୁହେଁ ବଂର ସେହି ଦୁଇ ବେସାହାରା ଲୋକଙ୍କ ଜୀବନ ବଞ୍ଚାଇବା ତାଙ୍କ ପାଇଁ ଏକ ଚାଲେଞ୍ଜ ଥିଲା ।

ସେହି ଟ୍ରାଫିକ କର୍ମଚାରୀ ନିଜର ଜୀବନ କଥା ଚିନ୍ତା ନକରି ଅନ୍ୟ ଦୁଇ ଜୀବନ ରକ୍ଷା କରିବାକୁ ଆଗେଇ ଆସିଥିବାରୁ ସମସ୍ତଙ୍କ ନଜରରେ ସେ ଏବେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ତାଙ୍କର ଏହି ଭଲ କାମ ପାଇଁ ସେ ଏବେ ଅନ୍ୟ ଲୋକଙ୍କ ପାଇଁ ଏକ ଆଦର୍ଶର ପ୍ରେରଣା ସାଜିଛନ୍ତି । ଯଦି ଏହି ପୋଷ୍ଟଟି  ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବରେ ଲାଇକ୍ କରନ୍ତୁ । ଧନ୍ୟବାଦ