ସୁନା ଚାନ୍ଦି ଆଜି ଭାଙ୍ଗିଲା ସବୁ ରେକର୍ଡ, ଜାଣନ୍ତୁ ଆଜି କେତେ ରହିଛି Gold ରେଟ

ଗତ ୩ ଦିନରୁ ଲଗାତାର ସୁନାର ଦାମ କମିବାକୁ ଲାଗିଛି । ଏହାର ମୁଖ୍ୟ କାରଣ ହେଉଛି ଡଲାର ର ମୂଲ୍ୟ ବୃଦ୍ଧି ହେବା ଓ କରୋନା ଟୀକା ଆସିବାର ସମ୍ଭାବନା ବଢୁଥିବା କାରଣରୁ ସୁନାର ଦାମ ହ୍ରାସ ପାଇବାରେ ଲାଗିଛି । ଏମସିଏକ୍ସ ରେ ଆଜି ସୁନାର ଦାମ ୧0 ଗ୍ରାମ ପିଛା ୫୦,୦୦୦ ଟଙ୍କାରୁ ତଳକୁ ଖସିଛି । ଆଜି MCX ରେ ସୁନାର ମୂଲ୍ୟ ୫୭୨ ଟଙ୍କା ହ୍ରାସ ପାଇ ୪୯,୮୦୯ ଟଙ୍କାରେ ପହଞ୍ଚିଛି । ଆପଣଙ୍କୁ କହି ଦେଉଛୁ କି ବିକ୍ରି ହେଉଥିବା ସୁନା ଗହଣା ଦାମ ଓ MCX ର ସୁନାର ଦାମ ରେ ବହୁତ ଅନ୍ତର ରହିଥାଏ ।

କିନ୍ତୁ MCX ରେ ସୁନାର ଦାମ ରୁ ଆମେ ଅନୁମାନ ଲଗାଇ ପାରିବା କି ସୁନାର ଦର କେଉଁ ଦିଗକୁ ଗତି କରୁଛି । MCX ରେ ସୁନାର ଦାମ ହ୍ରାସ ପାଉଥିବାରୁ ଆଗାମୀ ସମୟରେ ଗହଣା ଦୋକାନରେ ସୁନାର ଦାମରେ ସୁଧାର ଆସିବ ବୋଲି କୁହାଯାଉଛି । ଗତ ମାସରେ ସୁନାର ଦାମ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ଓ ଯାହା ଥିଲା ୫୬,୧୦୦ ଟଙ୍କା ।

ସୁନା ଭଳି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି ଆଜି ରୂପାର ଦାମ ୧ କିଲୋ ପ୍ରତି ୫୮,୯୪୯ ଟଙ୍କାକୁ ହ୍ରାସ ପାଇଛି । ଗତ ୩ ଦିନରେ ୩ ପ୍ରତିଶତ ସୁନାର ଦାମ ହ୍ରାସ ପାଇଛି ଓ ୧୪ ପ୍ରତିଶତ ରୂପା ଦାମ ହ୍ରାସ ପାଇଛି । କିନ୍ତୁ କହିବାକୁ ଗଲେ ଏବେ ବି ସୁନାର ଦାମ ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ରହିଛି ।

ଆଜି ୨୨ କ୍ୟାରେଟ ସୁନାର ଦାମ ମୁମ୍ବାଇ ରେ ୪୬,୪୨୬ ଟଙ୍କାରେ ପହଞ୍ଚିଛି ଓ ୨୪ କ୍ୟାରେଟ ସୁନାର ଦାମ ୫୦,୬୮୩ ଟଙ୍କାରେ ପହଞ୍ଚିଛି । ଏହା ଉପରେ ୩ ପ୍ରତିଶତ ଜିଏସଟି ଲାଗୁ କରା ଯାଇଛି । ସେଇଠି ଆଜି ଭୁବନେଶ୍ବର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ଗତକାଲି ତୁଳନାରେ ୫୫୦ ଟଙ୍କା ହ୍ରାସ ପାଇ ୪୭,୫୫୦ ଟଙ୍କାରେ ପହଞ୍ଚିଛି ଓ ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା ହ୍ରାସ ପାଇ ୫୧,୮୭୦ ଟଙ୍କାରେ ପହଞ୍ଚିଛି ।

ସେହିପରି ଆନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନାର ଦାମ ୧୮୭୬ ହ୍ରାସ ପାଇଛି, ଯାହାକି ଗତ ୬ ମାସର ସର୍ବନିମ୍ନ ଦର ଅଟେ । ଖବର ଅନୁସାରେ ୟୁରୋପ ରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଯେଉଁ କାରଣରୁ ପୁଣି ଥରେ ଲକଡାଉନ ହେବାର ଆଶଙ୍କା ରହିଛି ଓ ସେଥିପାଇଁ ଯେଉଁମାନେ ସୁନାରେ ନିଜର ପୁଞ୍ଜି ନିବେଶ କରିଥିଲେ ସେମାନେ ଏହାକୁ ବିକ୍ରି କରିବା ଆରମ୍ଭ କରିଛନ୍ତି ଯେଉଁ କାରଣରୁ ସୁନା ଦାମ ହ୍ରାସ ପାଉଛି ବୋଲି କୁହା ଯାଉଛି ।

ଏହା ର ଅନ୍ୟ ଏକ ମୁଖ୍ୟ କାରଣ ହେଲା ଡଲାର ର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯେଉଁ କାରଣରୁ ଅର୍ଥ ବ୍ୟବସ୍ଥା ଦୃଢ ହେବାକୁ ଲାଗିଛି ଓ ସୁନାର ମୂଲ୍ଯରେ ଲଗାତାର ହ୍ରାସ ପାଇବା ଦେଖା ଯାଉଛି । ଆଶା କରା ଯାଉଛି ଆସନ୍ତା ସମୟରେ ସୁନା ଆହୁରି ମଧ୍ୟ ଶସ୍ତା ହୋଇପାରେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।