ଘୋଷିବା ଦରକାର ନାହିଁ, ବାସ ଏମିତି ପଢନ୍ତୁ ଦେଖିବେ ଯାହା ପଢିବେ ସବୁ ମନେ ରହିବ

ସାଧାରଣ ଭାବରେ ଛାତ୍ରମାନେ ବହୁତ ପରିଶ୍ରମ କରି ପାଠ ପଢ଼ିଥାନ୍ତି । କିନ୍ତୁ ବେଳେ ବେଳେ ତାଙ୍କୁ ସେହିଭଳି ସଫଳତା ମିଳେ ନାହିଁ ଯାହାର ସେମାନେ ଆଶା କରିଥାନ୍ତି । ସେଥିପାଇଁ ଆଜି ଆମେ ଜାଣିବା କେଉଁ ପଦ୍ଧତିରେ ପାଠ ପଢିଲେ ଭଲ ମନେ ରହିବ ଓ କିପରି କୌଣସି ଚାପ୍ଟରକୁ ପଢି ମନେ ରଖି ହେବ । ଯାହା ଦ୍ୱାରା କି ପରୀକ୍ଷାରେ ଆପଣଙ୍କୁ ସଫଳତା ମିଳିବ । ଛାତ୍ରମାନେ ସବୁବେଳେ ଚାପ୍ଟରର ପ୍ରଥମ ରିଡିଙ୍ଗରେ ମନେ ର୍ରଖିବାକୁ ଚେଷ୍ଟା କରନ୍ତି । ଏହା ଦ୍ୱାରା ସବୁ ଲାଇନ ଗୁରୁତ୍ୱ ପୂର୍ଣ ଲାଗେ ଓ ଲାଇନ ପରେ ଲାଇନ ସବୁ ମନେ ରଖିବାକୁ ଚେଷ୍ଟା କରନ୍ତି ।

ଯାହା ଫଳରେ ବହିର ୩୦ ପ୍ରତିଶତରୁ ୪୦ ପ୍ରତିଶତ ମନେ ରୁହେ ବାକି ସବୁ ଭୁଲି ଯାଆନ୍ତି । ଏହିଭଳି କରିବା ଦ୍ୱାରା ଆପଣ ଗୁରୁତ୍ୱପୂର୍ଣ ବିଷୟକୁ ପଢି ପାରନ୍ତି ନାହିଁ । ସେଥିପାଇଁ ପୁରା ଚାପ୍ଟରକୁ ଥରେ ପଢି ନିଅନ୍ତୁ ଓ ଶିକ୍ଷକ ଯେଉଁ ଗୁରୁତ୍ୱ ପୂର୍ଣ ବିଷୟକୁ ଚିହ୍ନଟ କରିଛନ୍ତି ସେହି ବିଷୟକୁ ମନେ ରଖିବାକୁ ଚେଷ୍ଟା କରନ୍ତୁ ।

ଆପଣଙ୍କୁ ଦୁଇଟି ଶୈଳୀ ଆପଣେଇବା ଉଚିତ । ପ୍ରଥମଟି ହେଲା ଗୁରୁତ୍ୱପୂର୍ଣ ବିଷୟକୁ ପଢିବା ଦ୍ୱାରା ବହିଟି ଶୀଘ୍ର ଶେଷ ହୋଇଯାଏ । ଦ୍ଵିତୀୟଟି ହେଲା ପ୍ରଶ୍ନର ଉତ୍ତର କରିବା ବେଳେ ଆପଣ ଭାବିବେ କି ଗୁରୁତ୍ୱପୂର୍ଣ ପ୍ରଶ୍ନ ଉତ୍ତର ସଲବ କରି ପାରୁଛନ୍ତି ତ । ଏହା ଦ୍ୱାରା ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବ । ଆପଣ ଯେତେବେଳେ କୌଣସି ବିଷୟକୁ ମନେ ରଖିବାକୁ ଚେଷ୍ଟା କରନ୍ତି ସେତେବେଳେ ଏହାକୁ ମନ୍ତ୍ର ଭଳି ଲାଇନ ଗୁଡିକ ଜପ କରିବାକୁ ଲାଗନ୍ତି ଏହାକୁ ପାସିଭ ପଦ୍ଧତି କହନ୍ତି । ଏହା ଦ୍ୱାରା ଆପଣ କିଛି ବି ବୁଝିପାରିବେ ନାହିଁ ।

କିନ୍ତୁ ଆପଣ ଯାହା ବି ପଢୁଛନ୍ତି ଗୁରୁତ୍ୱପୂର୍ଣ ଲାଇନକୁ ଦାଗ ଦିଅନ୍ତୁ ଓ ଏହାକୁ ନିଜ ଭାଷାରେ ବୁଝିବାକୁ ଚେଷ୍ଟା କରନ୍ତୁ । ଏହି ପଦ୍ଧତି କୁ ଏକ୍ଟିବ ପଦ୍ଧତି କୁହନ୍ତି । ଏହା ଦ୍ୱାରା ସବୁ ଗୁରୁତ୍ୱପୂର୍ଣ ସବଜେକ୍ଟ ମନେ ରହିଯିବ । ଆପଣଙ୍କୁ ସବୁ ଚାପ୍ଟର ହେଡିଂକୁ ପ୍ରଶ୍ନ ଆକାରରେ ଧରିବାକୁ ପଡିବ ଓ ନିଜେ ମନେ ପକାଇବାକୁ ପଡିବ କି ଆପଣଙ୍କୁ ସେହି ବିଷୟରେ କଣ ମନେ ଅଛି । ହୋଇପାରେ କିଛି ବି ମନେ ନ ଥିବ । ଆପଣ ବ୍ରେନକୁ ଯେତେ ସତେଜର ସହ ପ୍ରୟୋଗ କରିବେ ସେତେ ମେମୋରୀ ଶକ୍ତି ବୃଦ୍ଧି ପାଇବ ।

ଆପଣ ପୁରା ବିଷୟକୁ ଗୋଟିଏ ପୃଷ୍ଠାରେ ତାର ସାରାଂଶ ଲେଖି ମନେ ରଖିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ବିଷୟର ଗୁରୁତ୍ୱ ପୂର୍ଣ ଜିନିଷ ମନେ ରହିଯିବ । ଦ୍ଵିତୀୟରେ ଆପଣଙ୍କ ଧ୍ୟାନ କେବଳ ବିଷୟର ଗୁରୁତ୍ୱ ପୂର୍ଣ ସବଜେକ୍ଟ ବିଷୟରେ ରହିବ ନା ହିଁ କି ପୁରା ବହି ଉପରେ । ଯାହାକି ପରୀକ୍ଷାରେ ୬୦ ପ୍ରତିଶତ ଆବଶ୍ୟକ ପଡେ ନାହିଁ । ଆପଣ ସବୁ ବିଷୟକୁ ରିଭିଜନ କରିବା ସମୟରେ ପୁରୁଣା ଜିନିଷ ଭୁଲି ଯାଆନ୍ତି ସେଥି ପାଇଁ  ପ୍ରତ୍ୟେକ ବିଷୟର ରିଭିଜନ ମଧ୍ୟରେ କିଛି ବ୍ୟବଧାନ ରଖନ୍ତୁ ।

ଯାହାଫଳରେ ଆପଣଙ୍କୁ ସବୁ ବିଷୟ ଭଲ ଭାବରେ ମନେ ରହିବ । ଆପଣଙ୍କୁ ସବୁ ଚାପ୍ଟରର ହେଡିଂକୁ ପ୍ରଶ୍ନ ଆକାରରେ ଧରିବାକୁ ପଡିବ ଏବଂ ନିଜେ ମନେ ପକାଇବାକୁ ପଡିବ କି ଆପଣଙ୍କୁ ସେହି ବିଷୟରେ କଣ ମନେ ଅଛି । ହୋଇପାରେ କିଛି ବି ମନେ ନଥିବ । ଆପଣ ବ୍ରେନକୁ ଯେତେ ସତେଜର ସହ ପ୍ରୟୋଗ କରିବେ ସେତେ ମେମୋରୀ ଶକ୍ତି ବୃଦ୍ଧି ପାଇବ । ଆପଣ ପୁରା ବିଷୟକୁ ଗୋଟିଏ ପୃଷ୍ଠାରେ ତାର ସାରାଂଶ ଲେଖି ମନେ ରଖିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ବିଷୟର ଗୁରୁତ୍ୱ ପୂର୍ଣ ଜିନିଷ ମନେ ରହିଯିବ ।

ଏହି ବ୍ୟବଧାନ କୁ ଧୀରେ ଧୀରେ ବୃଦ୍ଧି କରିବା କୁ ପଡିବ । ଯାହା ଦ୍ଵାରା କି ଆପଣଙ୍କ ମସ୍ତିଷ୍କ ଅଧିକ ପ୍ରଖର ହୋଇଯିବ । ଏହା ଦ୍ୱାରା ଆପଣଙ୍କର ମେମୋରୀ ଶକ୍ତି ବୃଦ୍ଧି ପାଇଥାଏ ଓ ସବୁ ଜିନିଷ ଭଲ ଭାବବରେ ମନେ ରହିଥାଏ । ଯଦି ଆପଣ ଚାହାନ୍ତି ପରିଶ୍ରମ ଫଳ ବ୍ୟର୍ଥ ନ ହଉ ତେବେ ଆପଣ ପଢିବା ସମୟରେ ରିଭିଜନ କୁ ଗୋଟିଏ ଘଂଟା ସମୟ ଦିଅନ୍ତୁ । ଏହାକୁ ଇଫେକ୍ଟିବ ପଦ୍ଧତି କୁହନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।