Vastu Shastra- ରୋଷେଇ ଘରେ ଏମିତି ଭୁଲ ଦରିଦ୍ରତାର କାରଣ ହୋଇଥାଏ, ଭୁଲରେବି ଏପରି କରନ୍ତୁ ନାହିଁ

ସମସ୍ତଙ୍କ ଘରେ ଖାଦ୍ୟ ରୋଷେଇ କରିବାକୁ ପାଇଁ ଏକ ଅଲଗା ଘର ଥାଏ, ଯାହାକୁ ଆମେ ରୋଷେଇ ଘର କହିଥାଉ । ଘରେ ଏହି ରୋଷେଇଘରର ଖାସ୍ ମହତ୍ୱ ରହିଥାଏ । କିନ୍ତୁ ରୋଷେଇଘର ସହ ଜଡ଼ିତ ଏପରି କିଛି ବିଷୟ ରହିଛି ଯାହା ବ୍ୟକ୍ତିଙ୍କୁ ଭୁଲରେ ମଧ୍ୟ କରିବା ଉଚିତ୍ ନୁହେଁ । ନଚେତ୍ ତଦ୍ୱାରା ଆପଣଙ୍କୁ ଦରିଦ୍ରତାର ସାମନା କରିବାକୁ ପଡିପାରେ । ସେହି ଭୁଲ ଗୁଡ଼ିକୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ରାଗି ଯାଇ ଘରୁ ଚାଲି ଯାଇ ପାରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସାବଧାନତା ରୋଷେଇ ଘରେ ଅବଲମ୍ବନ କରିବା ଉଚିତ୍ ।

ଆପଣ ଶୁଣିଥିବେ ରୋଷେଇଘରେ କେବେ ଅଇଁଠା ବାସନ ରଖି ଛାଡ଼ିଦେବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ଘରେ ଅଭାବ ଆସିବା ସହ ଘରର ସୁଖ ସମୃଦ୍ଧି ଓ ଶାନ୍ତି ହଜି ଯିବ ଓ ଆପଣ କରଜରେ ବୁଡ଼ିଯିବେ । ସେଥିପାଇଁ କଦାପି ରୋଷେଇଘରେ ଅଇଁଠା ବାସନ ଛାଡ଼ନ୍ତୁ ନାହିଁ ।

ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ କାହାକୁ କ୍ଷୀର, ଦହି ଓ ପିଆଜ ଦିଅନ୍ତୁ ନାହିଁ । କାରଣ କୁହାଯାଏ ଏହାଦ୍ବାରା ଆମେ ଘରର ସମୃଦ୍ଧିକୁ ଅନ୍ୟକୁ ଦାନ କରି ଦେଉ । ସେହିପରି କାହାକୁ ଲୁଣ ମଧ୍ୟ ଦେବା ଉଚିତ୍ ନୁହେଁ ।

ସେହିପରି ରୋଷେଇଘରେ ପୂଜା ଘର କରିବା ମଧ୍ୟ ଠିକ୍ ନୁହେଁ । ରୋଷେଇଘରେ ମନ୍ଦିର ହୋଇଥିଲେ ସେହି ଘରର ବ୍ୟକ୍ତି ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି ଓ ଘରର ସଦସ୍ୟଙ୍କ କାମ ବାରମ୍ବାର ଅଟକି ଯାଇଥାଏ । ବ୍ୟବସାୟରେ ମଧ୍ୟ ବୃଦ୍ଧି ହୁଏ ନାହିଁ ଓ ମନ ସର୍ବଦା ଅଶାନ୍ତ ରୁହେ ।

ପ୍ରାୟତଃ ଲୋକମାନେ ରାତିରେ ତାୱା ରେ ରୋଷେଇ କରିବା ପରେ ତାୱା ଧୁଅନ୍ତି ନାହିଁ । କିନ୍ତୁ ଏପରି କରିବା ଅନ୍ନର ଅପମାନ ବୋଲି ମାନାଯାଏ । ରାତିରେ ଶୋଇବା ପୁର୍ବରୁ ତାୱାକୁ ଭଲ ଭାବେ ସଫା କରନ୍ତୁ ଓ ସକାଳେ ସେଥିରେ ରୋଟି ବନାଇବା ପୂର୍ବରୁ ଅଳ୍ପ ଟିକେ ଲୁଣ ଛିଞ୍ଚି ଦିଅନ୍ତୁ । ଲୁଣରେ ଯେପରି ଅଲଗା କୌଣସି ମସଲା ନ ମିଶିଥାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସେଥିପାଇଁ ଘରେ ଲୁଣ କୁ ସବୁବେଳେ ଅଲଗା ଡବାରେ ରଖନ୍ତୁ । ଏହାସହ ପ୍ରଥମ ରୋଟି କୌଣସି ପଶୁ ବା ପକ୍ଷୀକୁ ଖାଇବାକୁ ଦିଅନ୍ତୁ ଯଦ୍ୱାରା ଘରେ ସବୁବେଳେ ସମୃଦ୍ଧି ହେବ ।

ରୋଷେଇଘରେ ମହିଳାମାନେ ସବୁଠୁ ବଡ଼ ଯେଉଁ ଭୁଲ କରନ୍ତି ତାହା ହେଉଛି ଅଗାଧୁଆ ରୋଷେଇଘରେ ପଶିଯାନ୍ତି । ଏପରି ବିଲକୁଲ୍ କରନ୍ତୁ ନାହିଁ । ଏହାଦ୍ବାରା ମା ଅନ୍ନପୂର୍ଣ୍ଣା ରାଗି ଯାଆନ୍ତି ଓ ଧୀରେ ଧୀରେ ଘରର ଭଣ୍ଡାର ଧନ ସଂପତ୍ତି ଖାଲି ହୋଇଯାଏ । ଏହା ସହ ଧ୍ୟାନ ରଖନ୍ତୁ ରୋଷେଇଘର ସଫା କରିବା ପରେ ଯାଇ ଚୁଲା ବା ଗ୍ୟାସ୍ ଜଳାନ୍ତୁ ।

ରୋଷେଇଘରେ କେବେ ମଧ୍ୟ ଝାଡୁ, ପୋଛା, ଜୋତା ବା ଚପଲ ରଖନ୍ତୁ ନାହିଁ । ଏହାଦ୍ବାରା ମଧ୍ୟ ମା ଅନ୍ନପୂର୍ଣ୍ଣା ଅଭିମାନ କରନ୍ତି । ଏହାସହ ଧ୍ୟାନ ଦିଅନ୍ତୁ ରୋଷେଇଘର ପାଣି କଳରୁ ଯେପରି ପାଣି ଟପ୍ ଟପ୍ ହୋଇ ନ ପଡୁ । ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଅଶୁଭ ଅଟେ ଓ ଏହାଦ୍ବାରା ଧନହାନି ହୋଇଥାଏ ।

ବାହାର ଲୋକଙ୍କ ନଜର ତାୱା ଉପରେ ପଡ଼ିବା ଅଶୁଭ ବୋଲି କୁହାଯାଏ । ସେଥିପାଇଁ ତାୱାକୁ ଏପରି ସ୍ଥାନରେ ରଖନ୍ତୁ ଯେପରି ରୋଷେଇଘରେ ପଶୁ ପଶୁ କାହାର ନଜର ସେଥିରେ ପଡି ପାରିବ ନାହିଁ । ଆଉ ମଧ୍ୟ ଘରେ କଡ଼େଇ ଓ ତାୱା ଆଦିକୁ କେବେ ମଧ୍ୟ ଓଲଟାଇ ରଖନ୍ତୁ ନାହିଁ । ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ଘରେ ଅଚାନକ ହେବାକୁ ଥିବା ଦୁର୍ଘଟଣା ଗୁଡ଼ିକର ଭୟ ବଢିଯାଏ ।

କ୍ଷୀର ଫୁଟାଇବା ସମୟରେ ଅଳ୍ପ ଆଞ୍ଚରେ ଫୁଟାନ୍ତୁ । କାରଣ ଏହାଦ୍ବାରା ଘରେ ଟଙ୍କାର ଅଭାବ ବଢିଯାଏ ଓ ଘର ଲୋକ ମଧ୍ୟ ବେମାର ହୁଅନ୍ତି ।

ରୋଷେଇଘର ସଜାଇବା ସମୟରେ ସେଠାରେ ଭଗବାନ୍ ଶ୍ରୀକୃଷ୍ଣ ଲବଣୀ ଖାଉଥିବା ଦୃଶ୍ୟର ଏକ ଫଟୋ ଲଗାଇ ଦିଅନ୍ତୁ । ଏହାଦ୍ବାରା ଘରେ ସକାରାତ୍ମକ ଉର୍ଜା ସଞ୍ଚାରଣ ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।