ପଢାରେ ମନ ଲଗାଇବାର ସହଜ ଓ ସରଳ ଉପାୟ

ସବୁ ଛାତ୍ର ଛାତ୍ରୀ କ୍ଳାସରେ ଭଲ ନମ୍ବର ଆଣିବାକୁ ଚାହାନ୍ତି । ଏଥିପାଇଁ ସମସ୍ତେ ଦିନ ରାତି ପରିଶ୍ରମ ବି କରିଥାନ୍ତି । କିନ୍ତୁ କେତେକ ଛାତ୍ର ଏମିତି ଅଛନ୍ତି ଯେଉଁମାନେ ପରିଶ୍ରମ କରି ପଢିଥାନ୍ତି କିନ୍ତୁ ତାଙ୍କର କିଛି ମନେ ରୁହେ ନାହିଁ । ଅନ୍ୟ ପଟେ ଅନ୍ୟ କିଛି ଛାତ୍ର ବି ଏମିତି ଅଛନ୍ତି, ଯେଉଁମାନଙ୍କର ନିଜ ପଢାରେ ମନେ ଲାଗେ ନାହିଁ । ସମସ୍ତେ କୁହନ୍ତି କି ପୁଅ ମନ ଦେଇ ପଢ । କିନ୍ତୁ ଏହା ସେତେବେଳେ ସମ୍ଭବ ଅଟେ ଯେତେବେଳେ ଆପଣ ନିଜେ ନିଜ ଇଚ୍ଛାରେ ପଢିବାକୁ ବସିବେ ।

ଏମିତିରେ ଆଜି ଆମେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରମାନଙ୍କ ପାଇଁ ଏକ ସରଲ ଉପାୟ ନେଇ ଆସିଛୁ । ଯେଉଁ ଉପାୟ କରି ଆପଣ ନିଜ ପଢାରେ ମନ ଲଗାଇ ପାରିବେ ।

ନିଜ ପଢାରେ ମନ ନ ଲାଗିବାର ସବୁଠୁ ବଡ କାରଣ ଏହା ଅଟେ କି ପଢୁଥିବା ସମୟରେ ଆପଣଙ୍କ ମନ ବିଚଳିତ ହେବା । ସର୍ବେ ପ୍ରଥମେ ଜାଣି ନିଅନ୍ତୁ କି ଆପଣଙ୍କ ମନ ପଢିବା ସମୟରେ କାହିଁକି ବିଚଳିତ ହେଉଛି ଓ କେଉଁ କାରଣରୁ ଆପଣଙ୍କ ଧ୍ୟାନ ପଢାରେ ଲାଗୁ ନାହିଁ । କହିବାକୁ ଗଲେ ମନ ବିଚଳିତ ହେବାର ବହୁତ କାରଣ ଅଛି । ଯେମିତି କି ପାରିବାରିକ ଚାପ, ଫିଲ୍ମ ଦେଖିବା, ମୋବାଇଲ ଫୋନ, ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କିମ୍ବା ପୁଣି ପଢିବା ସମୟରେ ଆପଣଙ୍କୁ ନିଦ ଆସିବା ।

ମନରେ ବ୍ୟାକୁଳତା ଆପଣଙ୍କୁ ସେହି ଜିନିଷକୁ ନେଇ ହୋଇଥାଏ ଯାହା ଆପଣଙ୍କୁ ଅଧିକ ପସନ୍ଦ ଆସିଥାଏ କିମ୍ବା ଯେଉଁଥିରେ ଆପଣଙ୍କୁ ଅଧିକ ମଜା ଆସୁଥିବ । କିନ୍ତୁ ଆପଣ ନିଜର ବ୍ୟାକୁଳତାକୁ ବୁଝନ୍ତୁ ଓ ପଢିଲା ବେଳେ ଏହାକୁ ନିଜ ମନ ଠାରୁ ଓ ନିଜ ଠାରୁ ଦୂରେଇ ରଖନ୍ତୁ । ଆପଣ ନିଜର ବ୍ୟାକୁଳତାକୁ ନିଜେ ହିଁ ଦୂର କରି ପାରିବେ । ଅର୍ଥାତ ଆପଣ ଯେଉଁ ସମସ୍ତ ଜିନିଷକୁ ପସନ୍ଦ କରୁଛନ୍ତି ତାକୁ କିଛି ସମୟ ପାଇଁ ଭୁଲି ଯାଆନ୍ତୁ ।

ଏକ ବଡ ଲକ୍ଷ କରନ୍ତୁ

ନିଜର ପଢାକୁ ନିଜର ଲକ୍ଷ ସହ ଯୋଡି ରଖନ୍ତୁ । ନିଜକୁ ପ୍ରଶ୍ନ କରନ୍ତୁ କି ଆପଣ ୫ ବର୍ଷରେ ନିଜକୁ କେଉଁ ଜାଗାରେ ଦେଖିବାକୁ ଚାହିଁବେ । ଯଦି ଆପଣଙ୍କର କିଛି ବଡ ସ୍ଵପ୍ନ ନାହିଁ ତେବେ ଆପଣ କେବେ ବି ଭଲ ପଢି ପାରିବେ ନାହିଁ । ପଢାରେ ମନ ନ ଲାଗିବାର ଗୋଟିଏ କାରଣ ଏହା ବି ହୋଇଥାଏ କି ଆମକୁ ଜୀବନରେ ପଢିବାର କୌଣସି ବଡ କାରଣ ଜଣା ନ ଥାଏ । କହିବାକୁ ଗଲେ ସ୍ଵପ୍ନ କାହାର ବି ପୁରା ହୁଏ ନାହିଁ । ସ୍ଵପ୍ନକୁ ପୁରା କରିବା ପାଇଁ ତାକୁ ସତରେ ପରିଣତ କରିବାକୁ ପଡିଥାଏ ।

ଯେଉଁ ଦିନ ଆପଣ ପଢିବା ପାଇଁ ଏକ ବଡ କାରଣ ଖୋଜି ନେବେ ତେବେ ସେହି ସମୟରେ ଆପଣଙ୍କୁ ଆଉ କୌଣସି ବି ପ୍ରକାରର ଆପଦେଶ ଦରକାର ପଡିବ ନାହିଁ । ଆପଣ ଲକ୍ଷ ନିର୍ଧାରିତ କରନ୍ତୁ ଓ କେବଳ ସେହି ଜିନିଷ ଠାରୁ ଦୂରେଇ ଯାଆନ୍ତୁ ଯାହା ଆପଣଙ୍କୁ ଲକ୍ଷ ପ୍ରାପ୍ତି କରିବା ପାଇଁ ବାଧା ଦେଉଛି । ଯେଉଁ ଦିନ ଆପଣ ବୁଝିଯିବେ କି ଆପଣଙ୍କୁ ଜୀବନରେ କଣ କରିବାର ଅଛି ସେହି ଦିନ ଆପଣଙ୍କ ମନ ପଢାରେ ରହିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।