କେଉଁଠି ବି ଯଦି ମିଳିଯାଏ ଏହି ଘାସ ତ ଛାଡିବେ ନାହିଁ, ଏହାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ପ୍ରକୃତି ର ସମ୍ପତି ଅମୂଲ୍ୟ ଓ ଅସୀମିତ ଅଟେ । ଏଥିରେ ଅନେକ ବନସ୍ପତି ମିଳିଥାଏ ଯେଉଁଥିରେ ଚମତ୍କାରୀ ଔଷଧୀୟ ଗୁଣ‌ ରହିଥାଏ । ଏହି ଔଷଧୀୟ ଉଦ୍ଭିଦ ଓ ଜଡ଼ିବୁଟି ଆମର ଆଖ ପାଖରେ ହିଁ ଥାଏ । କିନ୍ତୁ ତଥ୍ୟ ଅଭାବରୁ ଆମେ ଏହି ସବୁ ଜଡ଼ିବୁଟି ର ଗୁଣ ଓ ଫାଇଦା ଜାଣି ପାରି ନ ଥାଉ । ଆଜି ଆମେ ଏହିପରି ଏକ ଜଡ଼ିବୁଟି ବିଷୟରେ ଜାଣିବା ଯାହାର ନାମ ଅଟେ ଚାଙ୍ଗେରି ।

ଚାଙ୍ଗେରି ଦେଖିବାକୁ ତିନି ପତ୍ର ଆକାର ବିଶିଷ୍ଟ । ସେଥିପାଇଁ ଏହାକୁ ତିନିପତ୍ରିଆ ଘାସ ମଧ୍ୟ କୁହାଯାଏ । ସଂସ୍କୃତ ସାହିତ୍ୟ ରେ ଏହାକୁ ଅମର ପତ୍ର କୁହାଯାଏ ଓ ବହୁ ଜାଗାରେ ଏହାକୁ ଖଟା ମିଠା ଘାସ ମଧ୍ୟ କୁହାଯାଏ । ଏହା ପ୍ରାୟ ସବୁ ଜାଗାରେ ଦେଖିବାକୁ ମିଳିଥାଏ । ଆର୍ଦ୍ର ଅଞ୍ଚଳରେ ଏହି ଉଦ୍ଭିଦ ବର୍ଷ ସାରା ଉପଲବ୍ଧ ଥାଏ ।

ଭାରତ ର ପ୍ରାୟ ସବୁ ସ୍ଥାନରେ ଏହା ଉତ୍ପନ୍ନ ହୋଇଥାଏ । ଏହି ଉଦ୍ଭିଦ ପ୍ରାୟ ଘର ଅଗଣା ରେ, ସଡ଼କ ପାଖରେ, ଖାଲି ଜାଗା ଏବଂ କ୍ଷେତ ରେ ଉତ୍ପନ ହୋଇଥାଏ । ଏହାର ପତ୍ର କୁ ଖାଦ୍ୟ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହି ଉଦ୍ଭିଦ ର ହଳଦିଆ ଫୁଲ ମଧ୍ୟ ହୋଇଥାଏ ଏବଂ କେଉଁଠି କେଉଁଠି ଗୋଲାପି ରଙ୍ଗର ଫୁଲ ମଧ୍ୟ ଦେଖିବାକୁ ମିଳେ । ଏହି ଉଦ୍ଭିଦ ଅନେକ ଔଷଧୀୟ ଗୁଣରେ ଭରପୁର ଓ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆସନ୍ତୁ ଦେଖିବା ଏହାର ଉପଯୋଗୀତା ।

ଯଦି ଆପଣଙ୍କର ମୁଣ୍ଡବ୍ୟଥା ସମସ୍ୟା ରହିଛି ତେବେ ଚାଙ୍ଗେରି ପତ୍ରକୁ ବାଟି ମୁଣ୍ଡରେ ଲଗାନ୍ତୁ, ଏହା ଦ୍ଵାରା ଉପଶମ ମିଳିବ ।

ଯଦି କାଶ ଓ କଫ ହେଉଛି ତେବେ ଏହାର ପତ୍ରରୁ ରସ ବାହାର କରି ପାଣି ମିଶାଇ ଦୁଇ ବୁନ୍ଦା ନାକରେ ପକାଇଲେ ଶୀଘ୍ର ଆରାମ ମିଳିବ ।

ଛୋଟ ଶିଶୁକୁ ଭୋକ ନ ଲାଗିଲେ ଓ ପାଚନଶକ୍ତି ଦୁର୍ବଳ ଥିଲେ ଚାଙ୍ଗେରି ପତ୍ର ସହ ପୋଦିନା ଓ ଅଦା ମିଶାଇ ଚଟଣୀ ବନେଇ ଖାଇବାକୁ ଦେଲେ ଭୋକ ବଢ଼ିଥାଏ ।

ଏହି ଉଦ୍ଭିଦ ମହିଳା ମାନଙ୍କ ପାଇଁ ମଧ୍ୟ ବହୁତ ଲାଭଜନକ ହୋଇଥାଏ । ଚାଙ୍ଗେରି ପତ୍ରକୁ ବାଟି ମିଶ୍ରି ସହ ମିଶାଇ ଦୁଇ ରୁ ତିନି ଯାଏ ପିଇଲେ ଅନିୟମିତ ୠତୁଚକ୍ର ଓ ପ୍ରଦର ରୋଗ ଆଦିରୁ ଉପଶମ ମିଳିଥାଏ ।

ଏହାକୁ ଶାଗ ପରି ଭାଜି ଖାଇଲେ କିମ୍ବା ଏହାର ପତ୍ରକୁ ଶୁଖାଇ ଗୁଣ୍ଡ କରି ୩୫ ଗ୍ରାମ ଲେଖେ ପାଣିରେ ମିଶାଇ ପିଇବା ଦ୍ଵାରା ମଳକଣ୍ଟକ ରୋଗରୁ ମଧ୍ୟ ଉପଶମ ମିଳେ ।

ଚାଙ୍ଗେରି ପତ୍ର ସହ ଫିଟିକିରି, ସନ୍ଧବ ଲୁଣ, ଲବଙ୍ଗ ଓ ହଳଦୀ ମିଶାଇ ପ୍ରତିଦିନ ଦାନ୍ତ ଘସିଲେ, ଦାନ୍ତ ମାଢି ମଜବୁତ୍ ହେବା ସହ ଦାନ୍ତ ମଧ୍ୟ ସୁସ୍ଥ ରହେ ।

ଏହାର ପତ୍ରର ରସ ବାହାର କରି ଧଳା ଚନ୍ଦନ ସହ ମିଶାଇ ପ୍ରତିଦିନ ଅଧ ଘଣ୍ଟା ମୁହଁରେ ଲଗାଇ ରଖିଲେ ସୌନ୍ଦର୍ଯ୍ୟ ବଢିବା ସହ ଗୋରାପଣ ମଧ୍ୟ ଆସିଥାଏ ।

ଏହି ଚାଙ୍ଗେରି ନିଶା ମୁକ୍ତି ପାଇଁ ମଧ୍ୟ ଔଷଧ ପରି କାମ କରିଥାଏ । ଏହାର ରସକୁ ପ୍ରତିଦିନ ପିଇବାକୁ ଦେଲେ ଧୀରେ ଧୀରେ ନିଶା ଦ୍ରବ୍ୟ ସେବନ କରିବାର ଇଚ୍ଛା ଦୂର ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।