ବଡଖବର: ଛାତ୍ର ଛାତ୍ରୀ ମାନେ ଏବେ ସାର୍ଟିଫିକେଟ ଓ ମାର୍କଶିଟ୍ ଅନଲାଇନ ପାଇପାରିବେ। ଜାଣନ୍ତୁ କେମତି?

ଏବେ ସାର୍ଟିଫିକେଟ ଓ ମାର୍କଶିଟ୍ ଅନଲାଇନ ପାଇପାରିବେ

ଭୁବନେଶ୍ବର: ଏବେ ଆଉ ସ୍କୁଲ ଓ ବିଶ୍ବବିଦ୍ୟାଳକୟର ଛାତ୍ର ଛାତ୍ରୀମାନଙ୍କୁ ନିଜର ପ୍ରମାଣ ପତ୍ର ଓ ମାର୍କଶୀଟ ପାଇଁ କୌଠିକି ଯିବାକୁ ଆବଶ୍ୟକ ନାହିଁ। ସେମାନେ ଏବେ ସେହି ସବୁ lokseba.odisha.in ଏହି ପୋର୍ଟାଲ ମାଧ୍ୟମରେ ଅନଲାଇନ ପାଇପାରିବେ।

ଏହି ଆବେଦନ ପୋର୍ଟାଲ ମାଧ୍ୟମରେ ଅନଲାଇନ ମିଳୁଥିବା ସେବା ମଧ୍ୟରେ ସ୍କୁଲ ସାର୍ଟିଫିକେଟ (HSC), ପରୀକ୍ଷା ମାର୍କଶୀଟ, ବୋର୍ଡ ପ୍ରମାଣ ପତ୍ରର ଡୁପ୍ଲିକେଟ କପି, ମାଧ୍ଯମିକ ଶିକ୍ଷା ବୋର୍ଡର ମାଇଗ୍ରେଶନ ପ୍ରମାଣପତ୍ର, ଅସ୍ଥାଇ ପ୍ରମାଣପତ୍ର ବା provisional ସାର୍ଟିଫିକେଟ ଆଦି ଏହାର ଅନ୍ତର୍ଗତ। ସେହିପରି ଉଚ୍ଚ ଶିକ୍ଷା ବିଭାଗର ସେବା ମଧ୍ୟରୁ ଅସ୍ଥାଇ ବିଶ୍ୱବିଦ୍ୟାଳୟ ପ୍ରମାଣ ପତ୍ର, ମାର୍କଶୀଟ ଏବଂ ବିଶ୍ଵବିଦ୍ୟଳୟ ପ୍ରବାସନ ପ୍ରମାଣ ପତ୍ର ସାମିଲ ଅଛି।

“ଅନଲାଇନ ଶିକ୍ଷା ସମ୍ବନ୍ଧିତ ସୁବିଧା ପ୍ରଦାନ କରିବା ପରେ ସରକାର ଏବେ ଅନଲାଇନ ଦ୍ଵାରା ସମସ୍ତ ସରକାରୀ ଦେୟ ଦେବାର ସୁବିଧା କରିବାକୁ ଚେଷ୍ଟା କରୁଛି। ମୁଖ୍ୟ ସଚିବ ଆଦିତ୍ଯ ପ୍ରସାଦ ପାଢି କହିଲେ” ଅନଲାଇନ ସମସ୍ତ ସେବା ଗୁଡିକ ଲୋକମାନକ ପାରସ୍ପରିକ କ୍ରିୟାରୁ ଦୂରେରେ ରହିବା ଆବଶ୍ୟକ।

ଅନଲାଇନ ସେବା ଥିବା କେନ୍ଦ୍ରରୁ ଆବେଦନ କରିପାରିବେ

“ଛାତ୍ରଙ୍କୁ ଏହି ସବୁ ପ୍ରମାଣ ପତ୍ରର ଆବେଦନ କରିବା ପାଇଁ ବୋର୍ଡ ବା ବିଶ୍ୱବିଦ୍ୟାଳୟକୁ ଦୌଡିବା ଆବଶ୍ୟକ ନାହିଁ। ସ୍କୁଲ ଓ ଜନଶିକ୍ଷା ସଚିବ ପି.କେ. ମହାପାତ୍ର କହିଲେ” ଏହିସବୁ ଆପଣ ନିଜ ଘରୁ ବା ଯେକୌଣସି ଅନଲାଇନ ସେବା ଥିବା କେନ୍ଦ୍ରରୁ ଆବେଦନ କରିପାରିବେ। ”

ସେ କହିଲେ ଆବେଦନ କାରୀଙ୍କୁ ପ୍ରଥମେ ଗୋଟେ ID ଓ ପାସୱର୍ଡ ଖୋଲିବାକୁ ପଡିବ ଏବଂ ଯେଉଁ ସେବା ଚହୁଁଛନ୍ତି ସେଥିପାଇଁ ଆବେଦନ କରିବାକୁ ପଡିବ। ଏଠାରେ ଅନଲାଇନ ପେମେନ୍ଟ ମଧ୍ୟ କରିପାରିବେ। ଆବେଦନ କରିବା ପରେ ଆବେଦନ କାରୀଙ୍କୁ ତାଙ୍କ ଆବେଦନର ସମସ୍ତ ବିବରଣୀ ଥିବା ଏକ ଅଟୋ ଜନରେଟେଡ ସ୍ବୀକୃତିପତ୍ର ମିଳିବ। ସେହି ଆବେଦନ ଅନଲାଇନ ସଂଶୋଧିତ କରାଯିବ। ଅନୁମୋଦନ କାରୀଙ୍କ ଅନ୍ତିମ ଅନୁମୋଦନ ପରେ ଆବେଦନକାରୀଙ୍କ ମୋବାଇଲକୁ ଏକ ଅଟୋ ଜନରେଟେଡ ଏସଏମଏସ ମିଳିବ ଯାହାଦ୍ୱାରା ସେ ତାଙ୍କର ପ୍ରମାଣ ପତ୍ର ଡାଉନଲୋଡ କରିପାରିବେ।

ଗୋଟେ “ପଥର” ବଦଳାଇଦେଲା ଏହି ମାଛଧରାଳିର ଭାଗ୍ୟ। କିଛି ସମୟରେ ହେଇଗଲା କୋଟି କୋଟି ଟଙ୍କାର ମାଲିକ। ଜାଣନ୍ତୁ ପୁରା ରହସ୍ୟ।

ସାର୍ଟିଫିକେଟକୁ ଡିଜିଟାଇଜ କରିବାର ପଦକ୍ଷପ

ମହାପାତ୍ର କହିଲେ” ବିନାଶକାରୀ କେରଳର ବନ୍ୟା ପରେ CBSE ଦ୍ଵାରା ହୋଇଥିବା ଡିଜିଟଲ ଲକର ସିସ୍ଟମ ମାଧ୍ୟମରେ ସମସ୍ତ ପୁରୁଣା ସାର୍ଟିଫିକେଟକୁ ଡିଜିଟାଇଜ କରିବାର ପଦକ୍ଷପ ମଧ୍ୟ ନିଆ ଯାଉଛି।”

ଉପଲବ୍ଧ ଥିବା ତଥ୍ୟରୁ ଜଣାପଡିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ବିଭାଗର ୩୪୧ ସେବାଗୁଡିକ ଓଡିଶାର ସାର୍ବଜନୀକ ସେବା ଓ ଅଧିକାର ନିୟମ ଅନୁସାରେ ସୂଚିତ କରାଯାଇଛି। ଯେଉଁଥିରେ ପ୍ରକ୍ରିୟା ଓ ସମୟ ସୀମା ମଧ୍ୟ ରହିଛି। ଯାହା ଆବେଦନର ତାରିଖକୁ ନେଇ ନାଗରିକ ମାନଙ୍କୁ ସେମାନଙ୍କ ସେବା ପ୍ରଦାନ କରାଯିବ।

ସୂତ୍ରରୁ ଜଣା ପଡିଛି ଏବେ ପର୍ଯ୍ୟନ୍ତ ୮୮ ସାର୍ବଜାନିକ ସେବା ଅନଲାଇନ ମାଧ୍ୟମରେ କରାଯାଇଛି। ଏହା ବ୍ଯତୀତ ୨୮ଟି ଅନ୍ୟ ସେବା ପାଇଁ ଆବେଦନ ପୋର୍ଟାଲ ଲିଙ୍କ ମଧ୍ୟ ଦିଆଯାଇଛି। ପ୍ରସାଶନ ଏବଂ ସାର୍ବଜନୀକ ଅଭିଯୋଗ ସଚିବ ଅଶୋକ କୁମାର ମୀନା କହିଲେ ” ଏହି ସବୁ ଲିଙ୍କ ସେବା ଗୁଡିକୁ ଅନଲାଇନ କରିବା ପାଇଁ ଯୋଜନା ଚାଲିଛି।