ଗୋଟେ “ପଥର” ବଦଳାଇଦେଲା ଏହି ମାଛଧରାଳିର ଭାଗ୍ୟ। କିଛି ସମୟରେ ହେଇଗଲା କୋଟି କୋଟି ଟଙ୍କାର ମାଲିକ। ଜାଣନ୍ତୁ ପୁରା ରହସ୍ୟ।

ଭାଗ୍ୟ ବଦଳାଇଲା ପଥର

ଭାଗ୍ୟ ଏକ ଅଜବ ଜିନିଷ, ଯେତେବେଳେ ବଦଳେ ଭିକାରୀକୁ ବି କୋଟିପତି କରିଦିଏ ଓ ରାଜା ଥିବା ଲୋକକୁ ଭିକାରି କରିବାର କ୍ଷମତା ମଧ୍ୟ ରଖିଛି ଏହି ଭାଗ୍ୟ। ଆମ ଜୀବନରେ ହେଉଥିବା ସବୁ ଭଲ ମନ୍ଦ ଆମ ଭାଗ୍ୟ ଉପରେ ହିଁ ନିର୍ଭର କରିଥାଏ। ସେହି ଭାଗ୍ୟରେ କଣ ଅଛି ଜାଣିବା ପାଇଁ ଲୋକ ମାନେ ଜ୍ଯୋତିଷ ମାନଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। କିନ୍ତୁ ଭାଗ୍ୟ ଯାହାର ବଦଳିବାର ଥାଏ ସେ ଆପେ ବଦଳି ଥାଏ। ସେମିତି ହିଁ କିଛି ହୋଇଛି ଜଣେ ମାଛ ଧରାଳୀଙ୍କ ସହ। ତାଙ୍କ ଘରେ ନିଆଁ ଲାଗିବାରୁ ତାଙ୍କର ଭାଗ୍ୟ ପରିବର୍ତନ ହୋଇଯାଇଛି ଓ ତାଙ୍କୁ ଏତେ ଅର୍ଥ ମିଳିଛି ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଗୋଟେ ପଥର ବଦଳିଦେଲା ତାଙ୍କ ଭାଗ୍ୟ, କିଛି ସମୟରେ ହିଁ ସେ ବନିଗଲେ କୋଟିପତି। ଜାଣନ୍ତୁ କେମିତି।

ଫିଲ୍ଲିପାଇନସର ଏକ ମାଛ ଧରାଳି ନିଜ ସ୍ଵପ୍ନରେ ବି କେବେ ଭାବି ନଥିବେ ଯେ ତାଙ୍କ ଭାଗ୍ୟ ଏପରି ବଦଳିଯିବ। ତାଙ୍କର ଆର୍ଥିକ ପରିସ୍ଥିଟି ଏମିତି ଥିଲା କି ସେ ଗୋଟେ ବକ୍ତର ଖାଦ୍ୟ ମଧ୍ୟ ଠିକ ଭାବେ ଖାଇବାକୁ ପାଉନଥିଲେ। ମାଛ ବିକିକି ଯାହା ଆଣନ୍ତି ସେଇଥିରେ ସେମାନେ ଚଳନ୍ତି। କିନ୍ତୁ ଗୋଟେ ରାତିରେ ତାଙ୍କ ଭାଗ୍ୟ ଏମତି ବଦଳିଲାଯେ ଏବେ ତାଙ୍କୁ ଆଉ କିଛି କାମ କରିବାର ଆବଶ୍ୟକତା ହିଁ ନାହିଁ।

ଏହା ପଛରେ ଥିବା ରହସ୍ୟ ବହୁତ ଆଶ୍ଚର୍ଯ୍ୟକର। ୨୦୦୬ ମସିହାରେ ଗୋଟେ ସାମୁଦ୍ରିକ ଝଡରେ ସେ ଫଶି ଯାଇଥିଲେ, କିନ୍ତୁ ଗୋଟେ ୨ଫୁଟର ପଥର ସାହାଯ୍ୟରେ ସେ ବଞ୍ଜିଯାଇଥିଲେ। ଝଡ ସାରିବା ପରେ ଯେତେବେଳେ ସେ ସେହି ପଥରଟିକୁ ଦେଖିଲେ, ତାଙ୍କୁ ସେହି ପଥରଟି ବହୁତ ସୁନ୍ଦର ଲାଗିଥିଲା, ସେଥିପାଇଁ ସେ ତାକୁ ନିଜ ଘରକୁ ଆଣି ଶୋଇବା ଶେଯ ତଳେ ବା ଖଟ ତଳେ ଥୋଇଦେଇଥିଲେ।

କିଛି ଦିନ ଜାକେ ସେହି ପଥର ସେମିତି ସେଇଠି ରଖା ହୋଇଥିଲା। କିନ୍ତୁ ଗୋଟେ ଦିନ ତାଙ୍କ ଘରେ ନିଆଁ ଲାଗିଗଲା। ନିଆଁ ଲିଭାଇବା ପାଇଁ ଆସିଥିବା ଲୋକମାନଙ୍କର ନଜର ସେହି ଚମକୁଥିବା ପଥର ଉପରେ ପଡିଥିଲା। ସେମାନେ ସଙ୍ଗେ ସଙ୍ଗେ ଜନିଗଲେ ଯେ ଏହା କୌଣସି ମାମୁଲି ପଥର ନୁହେଁ।

ତାପରେ ସେହି ପଥରଟିକୁ ସେମାନେ ଟେଷ୍ଟିଙ୍ଗ ପାଇଁ ପଠେଇଥିଲେ, ଜାଣିବାକୁ ଯେ ଏହା କି ପ୍ରକାର ପଥର। ବହୁତ ରେସେର୍ଚ କଲାପରେ ଏହା ଜଣା ପଡିଲା ଯେ ତାହା କୌଣସି ପଥର ନୁହେଁ ବରଂ ଏକ ବିଶାଳ ମୋତି ଯାହାର ମୂଲ୍ୟ ୬୭୦ କୋଟି ଟଙ୍କା। ଏହି କଥା ସେହି ମାଛ ଧରାଳିକୁ କହିବା ପରେ ସେ ବିଶ୍ବାସ କରିପାରି ନଥିଲେ।

ସେହି ମୋତିକୁ ସମୁଦ୍ରରୁ ପାଇ ତାକୁ ଏତେ ବର୍ଷ ସମ୍ଭାଳି ରଖିଥିବାରୁ ମାଛଧରାଳୀକୁ ସରକାର ତରଫରୁ ସେହି ମୋତିରୁ ମିଳୁଥିବା ରକମର ୫୦ ପ୍ରତିଶତ ଦିଆ ଯିବ। ଏବେ ସେହି ବ୍ୟକ୍ତି ବହୁତ କମ ସମୟରେ ହିଁ କୋଟିପତି ହୋଇ ଯାଇଛନ୍ତି।