କାଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ହୋଇଥିବା ବୈଠକରେ ମୋଦି କହିଲେ ସବୁ କିଛି ଠିକ ଅଛି କମିବ ନାହିଁ ପେଟ୍ରୋଲ ଦର ପଢନ୍ତୁ କଣ କଣ କହିଲେ ମୋଦି ।

ପେଟ୍ରୋଲ ଓ ଡିଜେଲର ଦର ବର୍ତ୍ତମାନ ଟିକେ ବି କମିବନି । ପ୍ରଧାନମନ୍ତ୍ରୀଙ୍କ ସଚିବଙ୍କ ସମୀକ୍ଷା ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏମିତି କିଛି ସଂକେତ ଦେଇଛନ୍ତି । କାଲି ମିଟିଂ ଡାକି ବିଭିନ୍ନ ଅର୍ଥନୈତିକ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ କିଛି ସମୀକ୍ଷା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ , ବର୍ତ୍ତମାନ ଅର୍ଥବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ରହିଛନ୍ତି ।

ଗତ ବର୍ଷ ଅପେକ୍ଷା ଟ୍ୟାକ୍ସ ରେଭିନ୍ୟୁ ଭଲ ରହିବ । ଏହି ବୈଠକରେ ତେଲ ଦର ବଢିବା ଉପରେ ଆଦୌ ଚର୍ଚ୍ଚା ହୋଇନାହିଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି ।

ଶୁକ୍ରବାର ଓ ଶନିବାର ପ୍ରଧାନମନ୍ତ୍ରୀ ଏହି ଅର୍ଥନୈତିକ ସମୀକ୍ଷା କରିବାର ଥିଲା ଓ ଏହି ଦୁଇ ଦିନ ସମୀକ୍ଷା କରାଯାଇଥିଲା । ତେଲ ଦର ବୃଦ୍ଧି ହେବା ଯୋଗୁଁ ଲୋକେ ନାହିଁ ନଥିବା ପରିସ୍ଥିତିର ସମ୍ମୁଖିନ ହେଉଥିବାବେଳେ ବୈଠକରୁ ଦର କମିବା ଆଶା କରାଯାଉଥିଲା । କିନ୍ତୁ ଏଭଳି କିଛି ହେବ ନାହିଁ ବୋଲି ବୈଠକ ପରେ ସ୍ପଷ୍ଟ ହେଇଗଲା । ଭାରତୀୟ ଅର୍ଥନୀତିରେ ଏବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଇଛି। ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବହୁ ଉଚ୍ଚ ସ୍ତରକୁ ପହଞ୍ଚିଥିବା ସମୟରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରକୁ ଖସିଛି।

ଏ ସମ୍ପର୍କରେ ଆଲୋଚନା ସହିତ ଅର୍ଥନୀତିର ସ୍ୱାସ୍ଥ୍ୟ ପରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନ ହେଲା ଅର୍ଥମନ୍ତ୍ରୀଙ୍କ ସମେତ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଏହା ଉପରେ ଟିପ୍ପଣୀ କରିଛନ୍ତି।

ଶୁକ୍ରବାର ହୋଇଥିବା ସମୀକ୍ଷାରେ ଅର୍ଥନୀତି ପାଇଁ କେତେକ ପଦକ୍ଷେପ ଘୋଷଣା କରିଥିଲେ। ସେହିଭଳି ଗତକାଲି ମଧ୍ୟ କେତେକ ନିଷ୍ପତ୍ତି ସରକାର ନେଇଛନ୍ତି। ଏଥିରେ ଚଳିତ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ସ୍ଥିର କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଶନିବାର ରାତିରେ ଏହି ସୂଚନା ଦେଇଛନ୍ତି। ବଜେଟ୍‌ରେ ଯେଉଁ ବ୍ୟୟବରାଦ ହୋଇଛି ସେଥିରେ କିଛି ବି ହ୍ରାସ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ସରକାର ବଜେଟ୍‌ରେ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ମଧ୍ୟରୁ ୪୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି ।

ଆଗାମୀ ଦିନମାନଙ୍କରେ ମଧ୍ୟ ଖର୍ଚ୍ଚରେ କୌଣସି କାଟଛାଣ୍ଟ କରାଯିବ ନାହିଁ ବୋଲି ସେ ଜଣେଇଛନ୍ତି। ସେହିଭଳି ବିତ୍ତୀୟ ନିଅଣ୍ଟକୁ ଜିପିଡିର ୩.୩ ପ୍ରତିଶତରେ ରଖିବା ପାଇଁ ବଜେଟ୍‌ରେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଉଲ୍ଲଂଘନ ହେବନାହିଁ ବୋଲି ଅର୍ଥମନ୍ତ୍ରୀ ଜେଟ୍‌ଲି କହିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ଥିବାରୁ ଆକଳନଠାରୁ ଦେଶର ଅଭିବୃଦ୍ଧି ଅଧିକ ରହିବ। କଳାଟଙ୍କା ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସହିତ ବିମୁଦ୍ରୀକରଣ ଯୋଗୁ ପ୍ରତ୍ୟକ୍ଷ ଟିକସ ଆଦାୟ ଭଲ ରହିଛି ବୋଲି ଦର୍ଶାଇଛନ୍ତି ।

ଆଗ ଅପେକ୍ଷା ଟିକସଦାତାଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ବୋଲି ମଧ୍ୟ ସେ କହିଥିଲେ । ବଜେଟ୍‌ରେ ରଖାଯାଇଥିବା ପ୍ରତ୍ୟକ୍ଷ ଟିକସ ଆଦାୟ ଲକ୍ଷ୍ୟକୁ ହାସଲ କରାଯାଇପାରିବ। ସେହିଭଳି ଜିଏସ୍‌ଟି ବ୍ୟବସ୍ଥିତ ହେବାରେ ଲାଗିଛି। ଏଥିଯୋଗୁଁ ଆଗାମୀ ଦିନମାନଙ୍କରେ ଉଭୟ ପ ଟିକସ ଆଦାୟ ବୃଦ୍ଧି ପାଇବ ବୋଲି ସରକାର ଆଶା ରଖିଛନ୍ତି । ଅର୍ଥନୀତିର ବିଭିନ୍ନ ମାନଦଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।