ସ୍ତ୍ରୀ କୁ ସବୁବେଳେ ସ୍ଵାମୀର ବାମ ପାର୍ଶ୍ଵରେ କାହିଁକି ଶୋଇବା ଉଚିତ, ଜାଣନ୍ତୁ ଏହାର କାରଣ

ଆପଣମାନେ ଦେଖିଥିବେ ସବୁବେଳେ ପତ୍ନୀ ପତିର ବାମ ପାଖରେ ବସିଥାଏ ଓ ଶୋଇଥାଏ । ବିବାହ ସମୟରେ ପତ୍ନୀ ପତିର ବାମ ପାର୍ଶ୍ଵରେ ବସିଥାଏ ଓ ଶୋଇବା ସମୟରେ ପତ୍ନୀ ପତିର ବାମ ପାଖରେ ଶୋଇଥାଏ । ଆଜି ଆମେ ଆପଣମାନଙ୍କୁ ଏହାର କାରଣ କହିବୁ । ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ । ଶାସ୍ତ୍ର ଅନୁସାରେ ପତ୍ନୀକୁ ବାମାଙ୍ଗି କୁହାଯାଇଥାଏ । ଯାହାର ଅର୍ଥ ହେଉଛି ବାମ ଅଙ୍ଗର ଅଧିକାରୀ । ସେଥିପାଇଁ ପୁରୁଷ ଶରୀରର ବାମ ପାର୍ଶ୍ଵ ସ୍ତ୍ରୀର ହୋଇଥାଏ ।

ଏହାର କାରଣ ହେଉଛି ଭଗବାନ ଶିବଙ୍କର ବାମ ଅଙ୍ଗରୁ ସ୍ତ୍ରୀର ଉତ୍ପତ୍ତି ହୋଇଥିଲା ଓ ଡାହାଣ ଅଙ୍ଗରୁ ପୁରୁଷର । ଏହାର ପ୍ରତୀକ ହେଉଛି ଶିବଙ୍କର ଅର୍ଦ୍ଧନାରୀଶ୍ଵର ଶରୀର । ହସ୍ତରେଖା ଓ ଜ୍ୟୋର୍ତିବିଜ୍ଞାନ ପୁସ୍ତକରେ ପୁରୁଷର ବାମ ହାତରେ ସ୍ତ୍ରୀର ସ୍ଥିତି ଦେଖାଯାଇଛି ।

ଏହି ସବୁ କାର୍ଯ୍ୟରେ ପତ୍ନୀକୁ ପତିର ବାମ ପାର୍ଶ୍ଵରେ ରହିବା ଉଚିତ

ଶାସ୍ତ୍ରରେ କୁହାଯାଇଛି କି ସ୍ତ୍ରୀ ହେଉଛି ପୁରୁଷର ବାମାଙ୍ଗୀ । ସେଥିପାଇଁ ଶୋଇବା ସମୟରେ, ସଭାରେ, ସିନ୍ଦୁରଦାନ ଓ ଆଶୀର୍ବାଦ ନେବା ସମୟରେ ସବୁବେଳେ ସ୍ତ୍ରୀକୁ ସ୍ଵାମୀର ବାମ ପାର୍ଶ୍ଵରେ ରହିବା ଉଚିତ । ଏହା ସହିତ ଭୋଜନ କରିବା ସମୟରେ ମଧ୍ୟ ସ୍ତ୍ରୀକୁ ସ୍ଵାମୀର ବାମ ପାର୍ଶ୍ଵରେ ରହିବା ଉଚିତ । ଏହା ଦ୍ଵାରା ଭଲ ଫଳପ୍ରାପ୍ତି ହୋଇଥାଏ ।

ଡାହାଣ ପାର୍ଶ୍ଵରେ କେବେ ରହିବେ

ବାମାଙ୍ଗୀ ହୋଇ ମଧ୍ୟ ସ୍ତ୍ରୀକୁ କିଛି କାର୍ଯ୍ୟରେ ସ୍ଵାମୀର ଡାହାଣ ପାର୍ଶ୍ଵରେ ରହିବା ଉଚିତ । ଶାସ୍ତ୍ରରେ କୁହାଯାଇଛି କି କନ୍ୟାଦାନ, ଯଜ୍ଞକର୍ମ, ବିବାହ, ଜାତକର୍ମ, ନାମକରଣ ଓ ଅନ୍ନ ପ୍ରାଶନ ସମୟରେ ପତ୍ନୀକୁ ସବୁବେଳେ ପତିର ଡାହାଣ ପାର୍ଶ୍ଵରେ ରହିବା ଉଚିତ ।

କାହିଁକି ଏହି ପ୍ରଥାର ମାନ୍ୟତା ରହିଛି

ଏହାର ମୁଖ୍ୟକାରଣ ହେଉଛି ଯେଉଁ ସବୁ କାର୍ଯ୍ୟ ସାଂସାରିକ ହୋଇଥାଏ, ସେହି କାମ ପାଇଁ ସବୁବେଳେ ପତ୍ନୀକୁ ପତିର ବାମ ପାର୍ଶ୍ଵରେ ରହିବା ଆବଶ୍ୟକ । କାରଣ ଏହି ସବୁ କର୍ମ ପାଇଁ ସ୍ତ୍ରୀକୁ ପ୍ରଧାନ କର୍ମର ମାନ୍ୟତା ଦିଆ ହୋଇଛି ।