ଏହି ୫ଟି କଥାକୁ ବିବାହ ଦିନ ନିଶ୍ଚିତ ମନେ ରଖନ୍ତୁ, ଜୀବନରେ କେବେ ବି ହେବ ନାହିଁ କୌଣସି ସମସ୍ୟା

ବିବାହ ସବୁ ଲୋକଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ, ଯାହାକୁ ସମସ୍ତେ ବହୁତ ଧୁମଧାମ ର ସହିତ କରିବାକୁ ଚାହିଁଥାନ୍ତି । କହିବାକୁ ଗଲେ ପ୍ରାୟତଃ ପୁଅ ଓ ଝିଅ ଘର ଲୋକମାନଙ୍କୁ ଲାଗିଥାଏ କି ବିବାହ ଦିନ କୌଣସି ଅସୁବିଧା ନ ହୋଇ ଯାଉ ନଚେତ ଲୋକମାନେ ବିଭିନ୍ନ କଥା କହିବା ଆରମ୍ଭ କରି ଦିଅନ୍ତି । ସେଥିପାଇଁ ଏହି ୫ ଟି କଥାକୁ ବିବାହ ଦିନ ନିଶ୍ଚିତ ମନେ ରଖନ୍ତୁ, ସର୍ବଦା ଆପଣଙ୍କୁ ଏହି କଥା ବିଷୟରେ ଚିନ୍ତା କରିବା ଉଚିତ ।

ବିବାହର କଥା ଯେତେବେଳେ ବି ଉଠିଥାଏ ତେବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥାଏ କି ଆମର ଜୀବନସାଥି କେମିତି ହେବ ଓ ଆସନ୍ତା ଜୀବନ ଭଲ ହେବ ନା ଖରାପ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ ବିଷୟରେ କଥା ଉଠିବା ମାତ୍ରେ ହିଁ ସବୁଠୁ ଜରୁରୀ କଥା ଏହା ଅଟେ କି ବିବାହର ତିଥି ନିର୍ଦ୍ଧାରଣ କରିବା । ଯେତେବେଳେ ବି ବିବାହର କଥା ହେଉଛି ତେବେ ସର୍ବ ପ୍ରଥମେ ବିବାହର ତିଥି ନିର୍ଦ୍ଧାରଣ କରନ୍ତୁ ଓ ପରେ ଏହି ଜରୁରୀ କଥା କରନ୍ତୁ ।

ଏହି ମାସରେ ବାହାରି ନ ଥାଏ ତିଥି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ମାସରେ ଜାତକର ମାତା – ପିତାଙ୍କ ବିବାହ ହୋଇଛି ସେହି ମାସରେ ଜାତକର ବିବାହ ବିଲକୁଲ ବି କରିବା ଉଚିତ ନୁହେଁ । ଏହା ଦ୍ଵାରା ତାହାର ବୈବାହିକ ଜୀବନ ଖରାପ ହୋଇପାରେ ।

ଏହି ନକ୍ଷତ୍ରରେ ବିବାହକୁ ନଜର ଅନ୍ଦାଜ କରନ୍ତୁ

ପୁଷ୍ପା ଓ ପୂର୍ବା ଫାଲ୍ଗୁନୀ ନକ୍ଷତ୍ରରେ ବି ବିବାହ ସଂସ୍କାର କରିବା ଶୁଭ ହୋଇ ନ ଥାଏ । ସେଥିପାଇଁ ଏହି ମାସରେ ବି ବିବାହ କରିବା ଜାତକ ପାଇଁ ଖୁସି ନୁହେଁ ଓଲଟା ଦୁଃଖ ନେଇ ଆସିଥାଏ ।

ଯେତେବେଳେ କରିବେ ପ୍ରଥମ ସନ୍ତାନର ବିବାହ

ଜ୍ୟୋତିର୍ବିଦ୍ୟା କୁହେ କି କୌଣସି ବ୍ୟକ୍ତିକୁ ନିଜର ପ୍ରଥମ ସନ୍ତାନର ବିବାହ କେବେ ବି ଜ୍ୟେଷ୍ଠ ମାସରେ କରିବା ଉଚିତ ନୁହେଁ । ଏହି କାରଣ ଅଟେ କି ମାସ ଜ୍ୟେଷ୍ଠ ମାସ ହୋଇଥାଏ ଓ ସନ୍ତାନ ବି ଜ୍ୟେଷ୍ଠ ହୋଇଥାଏ ଯାହା ଏକ ଶୁଭ ସଂଯୋଗ ହୋଇ ନ ଥାଏ । ସେଥିପାଇଁ ନିଜର ପ୍ରଥମ ସନ୍ତାନର ବିବାହ ଜ୍ୟେଷ୍ଠ ମାସରେ କରନ୍ତୁ ନାହିଁ ।

କରନ୍ତୁ ନାହିଁ ଗ୍ରହଣରେ ବିବାହ

ସୂର୍ଯ୍ୟ ଅଥବା ଚନ୍ଦ୍ର ଗ୍ରହଣର ତିନି ଦିନ ପୂର୍ବରୁ ଓ ଗ୍ରହଣର ତିନି ଦିନ ପରେ ବିବାହର କାର୍ଯ୍ୟ କରିବା ଉଚିତ ନୁହେଁ ।

ଏହି ଯୋଗରେ ରଖନ୍ତୁ ନାହିଁ ତାରିଖ

ଗୋଚର ରେ ଗୁରୁ, ଶୁକ୍ର ଓ ତାରା ଅସ୍ତ ହେଲେ ଏହି ଯୋଗରେ ବିବାହ କାର୍ଯ୍ୟ କରିବା ଉଚିତ ନୁହେଁ । ଚତୁର୍ମାସାରେ ଯେତେବେଳେ ଭଗବାନ ବିଷ୍ଣୁ ଶୟନ କରିଥାନ୍ତି ସେହି ସମୟ ଠାରୁ ନେଇ ଦେବପ୍ରବୋଧିନୀ ଏକାଦଶୀ ସମୟରେ ବି ସଂସ୍କାର କରନ୍ତୁ ନାହିଁ ।