ସ୍ତ୍ରୀ ସ୍ଵାମୀର ନାମ ଧରିବା କାହିଁକି ଉଚିତ ନୁହେଁ ? ଏହାସହ ଜାଣନ୍ତୁ ଶାସ୍ତ୍ର ଲିଖିତ ଆହୁରି 20+ ଅନୁଚିନ୍ତା

ଜୀବନକୁ ସରଳ ଏବଂ ସୁଖମୟ କରିବା ପାଇଁ ଆସନ୍ତୁ ଜାଣିବା ଶାସ୍ତ୍ର ଲିଖିତ କେତେକ ଅନୁଚିନ୍ତା । ଘରର କବାଟକୁ କେବେବି ଗୋଡ ମାରି ବନ୍ଦ କରନ୍ତୁ ନାହିଁ କିମ୍ବା ଖୋଲନ୍ତୁ ନାହିଁ, ଏହାଦ୍ବାରା ମାନସିକ ସ୍ଥିତି ବିଗିଡିଯାଏ । ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗି କରି ଖାଇଲେ ଘରେ ଦରିଦ୍ରତା ବୃଦ୍ଧି ହୁଏ । ଝାଡୁକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖିବା ଉଚିତ ଏବଂ ଲୁଚାଇ କରି ରଖିବା ଉଚିତ । ଠାକୁର ଘରେ ମା’ କାଳି, ଶନିଦେବ, ଭୈରବ ଓ ନଟରାଜଙ୍କ ଫଟୋ ବା ମୂର୍ତ୍ତି ରଖିବା ଅମଙ୍ଗଳକାରୀ ହୋଇଥାଏ ।

ରୁଟି କରିବା ପରେ କେବେବି ରୁଟିକୁ ଗଣନ୍ତୁ ନାହିଁ କିମ୍ବା ହଟକେସ୍ ଖାଲି ରଖିବା ଉଚିତ ନୁହେଁ । ଭଗବାନ ଶିବଙ୍କ ପୂଜା କରିବା ବେଳେ କେବେବି ଶଙ୍ଖ ବଜାନ୍ତୁ ନାହିଁ ଏବଂ ତୁଳସୀ ଏବଂ ଖସାଲଡୁ ଭୋଗ ଲଗାନ୍ତୁ ନାହିଁ । ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ପାଣି ଅର୍ପଣ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

ବିବାହିତା ସ୍ତ୍ରୀ ଲୋକ ନିଜର କାଜଲ, ବିନ୍ଦି, ସିନ୍ଦୂର, ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧିବା ପାଇଁ ଦେବା ଉଚିତ ନୁହେଁ, ଏହାଦ୍ବାରା ସ୍ଵାମୀଙ୍କ ଆକର୍ଷଣ କମିଯାଏ । ରାତିରେ ପଇଡ ଏବଂ କଇଥ ଖାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ । ଗାଧୋଇବା ବେଳେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଗାଧୋଇବା ଉଚିତ ଏହା ମଙ୍ଗଳ ହୋଇଥାଏ ।

ସୁବର୍ଣ୍ଣ, ଭୂମି ଓ କନ୍ୟା ଦାନ କଲେ ପୁରାତନ ବ୍ୟାଧିରୁ ମୁକ୍ତି ମିଳିଥାଏ । କଣ୍ଠ ସ୍ଵର ମଧୁର କରିବା ପାଇଁ କଅଁଳିଆ ମୂଳା ଖାଇବା ଉଚିତ । ଧାତୁ ନଷ୍ଟ ହେଉଥିଲେ ସୋଲାକୁ ପାଣିରେ ବତୁରାଇ ସାତ ଦିନ ଖାଆନ୍ତୁ । ମଙ୍ଗଳ ଦୋଷ ଥିଲେ ଅର୍ଦ୍ଧ ନାରୀଶ୍ଵର ଫଟୋ ବା ମୂର୍ତ୍ତି ପୂଜା କଲେ ତାହା ଦୂର ହୋଇଥାଏ ।

ଅର୍ଦ୍ଧ ନାରୀଶ୍ଵର ସ୍ତୋତ୍ରମ ପାଠ କଲେ ସନ୍ତାନ ପ୍ରାପ୍ତି କାମନା ପୂରଣ ହୁଏ । ଛାଞ୍ଚୁଣି କାହା ଦେହରେ ବାଜିଲେ ଛାଞ୍ଚୁଣିକୁ ଛିଣ୍ଡାନ୍ତୁ ନାହିଁ, ଏହାଦ୍ବାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ପୁଷ୍ୟ ନକ୍ଷତ୍ରରେ ଦାନ, ଜପ ଓ ଧ୍ୟାନ କଲେ ବହୁତ ମଙ୍ଗଳ ହୋଇଥାଏ ।

ଅଅଁଳା ଖାଇଲେ ଆୟୁଷ ବଢିଥାଏ ଏବଂ ଶରୀରରେ ଅଅଁଳା ରସ ଲଗାଇଲେ ଦରିଦ୍ର ଦୋଷ ଦୂର ହୁଏ । ମୁଣ୍ଡବିନ୍ଧା ହେଉଥିଲେ କାଖରେ ତକିଆ ଜାକି 5 ମିନିଟ ଶୋଇବା ଦ୍ଵାରା ଦୂର ହୋଇଥାଏ । ଶୋଇବା ଘରେ ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ କି ଡଷ୍ଟବିନ ମଧ୍ୟ ରଖନ୍ତୁ ନାହିଁ ।

ସ୍ତ୍ରୀ ସ୍ଵାମୀର ନାମ ଧରି ଡାକିଲେ ସ୍ଵାମୀଙ୍କ ଆୟୁଷ କମିଥାଏ, ତେଣୁ ସ୍ତ୍ରୀ ସ୍ଵାମୀଙ୍କ ନାମ ଧରି ନଡାକିବା ଦ୍ଵାରା ତାଙ୍କ ଆୟୁଷ ଲାମ୍ବା ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।