Astrology- ଏହି 4 ନାମର ପୁରୁଷ ସ୍ତ୍ରୀଙ୍କୁ ରଖନ୍ତି ରାଣୀ ପରି, ସ୍ତ୍ରୀଙ୍କ ସବୁ ଇଚ୍ଛା କରନ୍ତି ପୁରା

ଶାଶୁଘରେ ସମ୍ମାନ ଓ ସ୍ବାମୀଙ୍କ ପ୍ରେମ ପାଇବା ପ୍ରତ୍ଯେକ ଝିଅ ସ୍ଵପ୍ନ ଦେଖିଥାନ୍ତି । ଜୀବନରେ ସବୁ ପରିସ୍ଥିତିରେ ସ୍ଵାମୀ ତାଙ୍କ ସହ ଠିଆ ହୁଅନ୍ତୁ ବୋଲି ପ୍ରତ୍ଯେକ ସ୍ତ୍ରୀ ଚାହିଁଥାଏ । କିନ୍ତୁ ଆଜିକାଲି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାରେ ମନୋମାଳିନ୍ୟ ହେବା ଖୁବ ସାଧାରଣ କଥା ହୋଇଗଲାଣି । ପ୍ରେମ ବିବାହ ପରେ ମଧ୍ୟ ଲୋକ ପରସ୍ପରକୁ ବୁଝି ପାରୁ ନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜ୍ଯୋତିଷ ଶାସ୍ତ୍ର କିଛି ଏଭଳି ପୁରୁଷଙ୍କ ଶୁଭନାମ କହିବୁ ଯେଉଁମାନେ ତାଙ୍କ ସ୍ତ୍ରୀଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ କରନ୍ତି ଖୁବ ପ୍ରେମ କରନ୍ତି ।

P ନାମ ଥିବା ପୁରୁଷ:-

ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ପୁରୁଷ ନିଜ ପତ୍ନୀଙ୍କର ଖୁବ ଧ୍ୟାନ ରଖନ୍ତି ଓ ତାଙ୍କର ଛୋଟ ଛୋଟ ଇଚ୍ଛା ମଧ୍ୟ ପୂରଣ କରନ୍ତି । ପତ୍ନୀଙ୍କୁ କୌଣସି ପ୍ରକାର ଦୁଃଖ ଅଣୁଭା ନହେଉ ଏହା ଏମାନେ ସର୍ବଦା ଚେଷ୍ଟା କରନ୍ତି । ଏହି ପୁରୁଷଙ୍କୁ ନିଜ ପତ୍ନୀଙ୍କ ଚେହେରାରେ ଉଦାସୀନତା ବିଲକୁଲ ମଧ୍ୟ ଭଲ ଲାଗେ ନାହିଁ । ଏମାନେ ନିଜ ପତ୍ନୀଙ୍କୁ ଖୁବ ଅଧିକ ପ୍ରେମ କରନ୍ତି । ଯଦି ଆପଣଙ୍କ ସ୍ବାମୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ତେବେ ଆପଣ ଖୁବ ଭାଗ୍ୟଶାଳୀ ଅଟନ୍ତି ।

R ନାମ ଥିବା ପୁରୁଷ:-

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ପୁରୁଷଙ୍କ ବିଷୟରେ କୁହାଯାଏ କି ଏମାନେ ନିଜ ପତ୍ନୀଙ୍କୁ ଆଖି ଫଳକରେ ବସେଇ ରଖନ୍ତି । ଏହି ପୁରୁଷ ମାନେ ନିଜ ପତ୍ନୀଙ୍କୁ ଖୁବ କମ୍ କାମ କରିବାକୁ ଦିଅନ୍ତି ଓ ସବୁବେଳେ ନିଜ ପତ୍ନୀଙ୍କ ଆଖପାଖରେ ରହିବାକୁ ପସନ୍ଦ କରନ୍ତି । କାରଣ ଏମାନଙ୍କୁ ତାଙ୍କ ପାଖେ ରହିବାକୁ ଖୁବ ଭଲ ଲାଗେ ଓ ତାଙ୍କୁ କେବେ ମଧ୍ୟ ନିଜଠାରୁ ଦୂରେଇବାକୁ ଚାହାନ୍ତି ନାହିଁ ।

K ନାମ ଥିବା ପୁରୁଷ:-

ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ପୁରୁଷଙ୍କୁ ଖୁବ ଶୀଘ୍ର କ୍ରୋଧ ଆସିଥାଏ ବୋଲି କୁହାଯାଏ । ଏମାନେ ଅନ୍ୟ ସହ ଯେମିତି ବି ବ୍ୟବହାର କରନ୍ତୁ କିନ୍ତୁ ତାଙ୍କ ପତ୍ନୀଙ୍କ ସହ ସର୍ବଦା ପ୍ରେମରେ କଥା କୁହନ୍ତି ଓ ଉତ୍ତମ ବ୍ୟବହାର କରନ୍ତି । ଏହି ପୁରୁଷମାନେ ନିଜ ପତ୍ନୀଙ୍କ ସମସ୍ତ କଥା ମାନନ୍ତି ଓ ତାଙ୍କୁ କୌଣସି ପ୍ରକାର ଦୁଃଖ ଦିଅନ୍ତି ନାହିଁ । ପତ୍ନୀଙ୍କ ସାମାନ୍ଯ ହସ ଦେଖିଲେ ଏମାନଙ୍କ ରାଗ ଥଣ୍ଡା ହୋଇଯାଏ ।

A ନାମ ଥିବା ପୁରୁଷ:-

ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ପୁରୁଷ ନିଜ ସ୍ତ୍ରୀଙ୍କ ସବୁ କଥା ମାନନ୍ତି ଓ ତାଙ୍କୁ ପ୍ରେମ କରନ୍ତି । ସେଥିପାଇଁ ଅନେକ ସମୟରେ ଲୋକ ଏମାନଙ୍କୁ ସ୍ତ୍ରୀର ଗୁଲାମ ବୋଲି ମଧ୍ୟ କହିଥାନ୍ତି । ଏଥିପାଇଁ ଏମାନଙ୍କୁ ସମାଜର ଉପହାସର ଶିକାର ହେବାକୁ ପଡିଥାଏ । କିନ୍ତୁ ଏମାନେ ସେସବୁକୁ ଖାତିର ନକରି ସ୍ତ୍ରୀଙ୍କ ସାଥ୍ ଦିଅନ୍ତି । ଏହି ପୁରୁଷଙ୍କୁ ବିବାହ କରୁଥିବା ମହିଳାମାନେ ଜୀବନସାରା ସୁଖୀ ରୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।