ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ନିହାତି ଜାଣନ୍ତି ଦୁନିଆରେ ପାପର ଭାର କେତେ ବଢିସାରିଛି । ଦୁନିଆରେ ଏତେ ପାପର ବଢିବା ପରେ ମଧ୍ୟ ସବୁ ମଣିଷ ନିଜକୁ ସାଧୁ କହୁଛନ୍ତି । ତେବେ ପାପ କରୁଛି କିଏ । କେହି ବି ନିଜ ମୁହଁରେ ନିଜ ପାପକୁ ସ୍ଵାକାର କରନ୍ତି ନାହିଁ । ତେବେ ଏମିତିରେ ଏକ ବଡ ପ୍ରଶ୍ନ ଏହା ଉଠୁଛି କି ଦୁନିଆରେ ସବୁଠାରୁ ବଡ ପାପୀ କିଏ ଅଟେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏକ କାହାଣୀ ମାଧ୍ୟମରେ ଏହାର ଉତ୍ତର ଜଣାଇବାକୁ ଯାଉଛୁ ।

ଜଣେ ରାଜା ନିଜ ମହଲରେ ତୋତା ମଇନା ନାମକ ଶୁଆ ଶାରୀ ରଖିଥିଲେ । ଉଭୟଙ୍କୁ ଗୋଟିଏ ପିଞ୍ଜରାରେ ରଖିଥିଲେ । ଗୋଟିଏ ଦିନ ମଇନା ତୋତାକୁ କହିଲା କି ମୁଁ ମାନୁଛି କି ପୁରୁଷମାନେ ପାପୀ ଅଟନ୍ତି । ଏମାନେ ବହୁତ ବଡ ଧୋକେବାଜ ହୋଇଥାନ୍ତି । ମାଇନାର କଥା ଶୁଣି ତୋତା କହିଲା ତୁ ବନ୍ଦ କର ତୋର ଏହି କଥା ।
ପୁରୁଷ ଏତେ ପାପ କରିପାରିବେ ନାହିଁ ଯେତିକି ପାପ ସ୍ତ୍ରୀମାନେ କରିଥାନ୍ତି । ସ୍ତ୍ରୀଙ୍କ ଭଳି ପାପୀ ତ ଏହି ଦୁନିଆରେ କେହି ନାହାନ୍ତି । ଏହିସବୁ କଥାକୁ ନେଇ ତୋତା ଏବଂ ମଇନା ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା । ରାଜା ଏହି ଝଗଡା ଦେଖି ଉଭୟଙ୍କୁ ଏପରି କହିବାର କାରଣ ପଚାରିଲେ ।

ମଇନା କହିଲା ଗୋଟିଏ ଜୁଆ ଖେଳୁଥିବା ବିଗିଡି ଯାଇଥିବା ପୁଅ ନିଜ ବାପା କଥା ଶୁଣେ ନାହି ବାସ ଧନ ବର୍ବାଦ କରେ । ଏହି ଚିନ୍ତାରେ ତା ପିତାଙ୍କର ମୃତ୍ୟୁ ହୋଇଗଲା । ଜୁଆ ଖେଳି ଖେଳି ସେହି ବିଗିଡି ଯାଇଥିବା ପିଲାଟି ଜୁଆ ଖେଳି ସବୁ ଧନ ସମ୍ପତ୍ତିକୁ ଜୁଆରେ ବାଜି ଲଗାଇ ହାରିଗଲା । ଏହାପରେ ସେ ନିଜ ଗ୍ରାମ ଛାଡି ଅନ୍ୟ ଏକ ଗ୍ରାମକୁ ଯାଇ ସେ ଏକ ବ୍ୟବସାୟୀ ବୋଲି ମିଛ ପରିଚୟ ଦେଇ ଜଣେ ଧନୀ ସାଧୁଙ୍କ ଝିଅକୁ ଲୋଭରେ ବିବାହ କରିଲା ।
ବିବାହ ପରେ ନିଜ ସ୍ତ୍ରୀର ସବୁ ଅଳଙ୍କାର ମାନ ନେବା ପରେ ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲା । ମଇନା ଏହି କାରଣ ପାଇଁ ପୁରୁଷଙ୍କୁ ପାପୀ କହୁଥିବାର କଥା ରାଜାଙ୍କୁ କହିଲା । ତୋତା ବି ଏହିଭଳି ଏକ କାହାଣୀ ଶୁଣାଇଲା ସ୍ତ୍ରୀର ଚରିତ୍ରକୁ ନେଇ । ଉଭୟଙ୍କ କଥା ଶୁଣି ରାଜା କହିଲେ ଏହାର ଉତ୍ତର ମୁଁ ତମକୁ ଦେବି କି କିଏ ବଡ ପାପୀ ।

ଯେଉଁ ବ୍ୟକ୍ତିର ଭାବନା ନିମ୍ନ ସ୍ତରକୁ ଚାଲିଯାଇଥାଏ ସେହି ବ୍ୟକ୍ତି ହିଁ ସବୁଠାରୁ ବଡ ପାପୀ ହୋଇଥାଏ । ପାପ କରିବା ପାଇଁ ନିଜ ଭିତରର ଚିନ୍ତା ଧାରା ଦାୟୀ ହୋଇଥାଏ । କାରଣ ପାପ କରିବା ପୂର୍ବରୁ କେହି ପରୁଷ କିମ୍ବା ନାରୀ ହେବା କଥା ଭାବନ୍ତି ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।