Steve Smith ଙ୍କ ବଲ୍ ଟାମ୍ପରି॰ ବିବାଦ ପରେ ଏବେ ପୁଣି ଥରେ ଅଷ୍ଟ୍ରେଲିଆକୁ ଲଜ୍ଜିତ ହେବାକୁ ପଡିଲା, Ashes ପୂର୍ବରୁ ଟେଷ୍ଟ କପ୍ତାନ Tim Paine ଙ୍କ ଯୋଗୁଁ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟକା

ନିକଟରେ ଅଷ୍ଟ୍ରେଲିଆ ଦଳ ନିଜର ପ୍ରଥମ ଟି-୨୦ ବିଶ୍ଵକପ ଜିତି କ୍ରିକେଟ ଦୁନିଆରେ ନୂତନ ଉଚ୍ଚତା ହାସଲ କରିଛି । କିନ୍ତୁ ଏହାର ମାତ୍ର କେଇ ଦିନ ମଧ୍ୟରେ ବଲ୍ ଟା-ମ୍ପ-ରି॰ ବି-ବା-ଦ ପରେ ଅଷ୍ଟ୍ରେଲିଆକୁ ପୁଣି ଥରେ ସାରା ବିଶ୍ଵରେ ଲଜ୍ଜିତ ହେବାକୁ ପଡିଛି । ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ ର କପ୍ତାନୀ ପଦ ଛାଡି ଦେଇଛନ୍ତି ଟିମ୍ ପେନ୍ । ଆଉ ଏହା ପଛର କାରଣ କଣ ରହିଛି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୨୦୧୮ରେ ବଲ୍ ଟା-ମ୍ପ-ରି॰ ବି-ବା-ଦ-ରେ ଷ୍ଟିଭ ସ୍ମିଥଙ୍କୁ କପ୍ତାନୀ ଛାଡିବାକୁ ପଡିଥିଲା । ଆଉ ତାଙ୍କ ପରେ ଟିମ୍ ପେନ୍ ଙ୍କୁ କପ୍ତାନ କରା ଯାଇଥିଲା । କିନ୍ତୁ ଏବେ ସେ ମଧ୍ୟ କପ୍ତାନୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାର କାରଣ ଅଷ୍ଟ୍ରେଲିଆ ପାଇଁ ଲଜ୍ଜାଜନକ ବିଷୟ ହୋଇଥିବାରୁ ଷ୍ଟିଭଙ୍କ ପରି ଟିମ୍ ପେନ୍ ଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଛି । ମାମଲାଟି ହେଉଛି ୨୦୧୭ ମସିହାରେ ପେନ୍ ଜଣେ ମହିଳା ସହକର୍ମୀଙ୍କୁ ଅ-ଶ୍ଳୀ-ଳ ଫ-ଟୋ ଏବଂ ମେ-ସେ-ଜ ପଠାଇଥିଲେ । ଯାହାକି ଏବେ ଭା-ଇ-ରା-ଲ ହେଉଛି ।

୨୦୧୭ରେ ହୋଇଥିବା ଏହି ମା-ମ-ଲା ପରେ ପେନ୍ ଙ୍କୁ ପ୍ରାୟ ୭ ବର୍ଷ ପରେ ଟେଷ୍ଟ ଟିମ୍ ରେ ଯୋଗ ଦେବାକୁ ସୁଯୋଗ ମିଳିଥିଲା । ସେହି ସମୟରେ ପେନ୍ କ୍ରିକେଟ ଅଷ୍ଟ୍ରେଲିଆର କୌଣସି ନିୟମର ଉ-ଲ୍ଲଂ-ଘ-ନ କରି ନାହାନ୍ତି ବୋଲି ତାଙ୍କୁ ବୋର୍ଡ ତରଫରୁ କ୍ଳିନ ଚିଟ୍ ମିଳିଥିଲା । କିନ୍ତୁ ବର୍ତ୍ତମାନ ଏହି ମା-ମ-ଲା-ରେ ପେନ୍ କହିଥିଲେ କି, “ଆମେ ଭାବିଥିଲୁ କି ଏହି ମା-ମ-ଲା ଶେଷ ହୋଇଯାଇଛି ଓ ମୁଁ ଏବେ ଟିମ୍ ଉପରେ ପୁରା ଫୋକସ ରଖିପାରିବି ।

କିନ୍ତୁ ମୁଁ ନିକଟରେ ଜାଣିବାକୁ ପାଇଛି କି ମୋର ବ୍ୟକ୍ତିଗତ ମେସେଜ ସାର୍ବଜନୀକ ହୋଇଯାଇଛି । ୨୦୧୭ ରେ ମୁଁ କରିଥିବା ସେହି ହରକତ ପାଇଁ ଅଷ୍ଟ୍ରେଲିଆ ଟିମ୍ ର କପ୍ତାନ ବନି ରହିବା ପାଇଁ ଜରୁରୀ ମାନଦଣ୍ଡର ଅନୁକୂଳ ନୁହେଁ । ନିଜ ପତ୍ନୀ, ପରିବାର ଓ ଅନ୍ୟ ପକ୍ଷଙ୍କୁ ଦୁଃଖ ଦେଇଥିବାରୁ ସମସ୍ତଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥୀ ଅଟେ । ଏହାଦ୍ବାରା ଖେଳ ବା-ଧା-ପ୍ରା-ପ୍ତ ହୋଇଥିବାରୁ ମଧ୍ୟ ମୁଁ କ୍ଷମା ମାଗୁଛି ।”

ଆଗକୁ ଅଷ୍ଟ୍ରେଲିଆ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ଯାଚ ଖେଳିବାକୁ ଥିବା ବେଳେ ପେନ୍ ଏହି ସମୟରେ କପ୍ତାନୀ ପଦ ଛାଡିବା ଟିମ୍ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ଆଗକୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ ମ୍ଯାଚ ଥିବା ବେଳେ ଏବେ ନୂଆ କପ୍ତାନ ତଲାସରେ ରହିଛି ଅଷ୍ଟ୍ରେଲିଆ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।