ମ୍ୟାନ ଅଫ ଦି ମ୍ଯାଚ ହେବା ପରେ Harshal Patel ରୋହିତଙ୍କ କପ୍ତାନୀକୁ ନେଇ କହି ପକାଇଲେ ଏମିତି କଥା, ଯାହା ଶୁଣିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଗତକାଲି ଭାରତ ରାଞ୍ଚିରେ ଦ୍ଵିତୀୟ ଟି-୨୦ ମ୍ଯାଚରେ ନ୍ୟଜୁଲାଣ୍ଡକୁ ହରାଇ ସିରିଜକୁ ନିଜ ନାଁ ରେ କରିବାରେ ମଧ୍ୟ ସଫଳ ହୋଇଛି । ଟିମ୍ ପାଇଁ ପ୍ରଥମ ଥର ଖେଳୁଥିବା ହର୍ଷଲ ପଟେଲ ନିଜ ପ୍ରଥମ ମ୍ଯାଚରେ ହିଁ ଖୁବ ଶାନଦାର ବୋଲିଂ କରିଥିଲେ । ଆଉ ମ୍ୟାନ ଅଫ ଦି ମ୍ଯାଚ ହୋଇଥିଲେ । ତେବେ ଏହି ସମୟରେ ସେ ଅତ୍ୟନ୍ତ ଭାବୁକ ହୋଇ ଯାଇଥିଲେ ଓ ରୋହିତ ଶର୍ମାଙ୍କ କପ୍ତାନୀକୁ ନେଇ ଏପରି ବୟାନ ଦେଇଥିଲେ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଭାରତ ନ୍ୟୁଜିଲାଣ୍ଡକୁ ସଂପୂର୍ଣ୍ଣ ଭାବେ ରଗଡିକି ରଖି ଦେଇଛି ଓ ୨-୦ ରେ ସିରିଜରେ ଆଗୁଆ ରହିଛି । ଏହି ମ୍ଯାଚରେ ଭାରତୀୟ ଟିମ୍ କୁ ଜିତାଇବାରେ ଉପ ଅଧିନାୟକ କେ.ଏଲ ରାହୁଲଙ୍କ ଯୋଗଦାନ ଖୁବ ଭଲ ରହିଥିଲା । କେ.ଏଲ ରାହୁଲ ମାତ୍ର ୪୯ ବଲ୍ ରେ ୬୫ ରନ୍ କରି ଭାରତୀୟ ଟିମ୍ କୁ ବିଜୟ ଆଡକୁ କଢାଇ ନେଇଥିଲେ । ସେହିପରି ନିଜ ଡେବ୍ୟୁ ମ୍ଯାଚରେ ବୋଲର ହର୍ଷଲ ପଟେଲ ଚମତ୍କାର ବୋଲିଂ କରି ସମସ୍ତଙ୍କ ହୃଦୟ ଜିତି ନେଇଥିଲେ ।

ପ୍ରଥମ ଟି-୨୦ ମ୍ଯାଚରେ ଜୟପୁରରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ରାଁଚୀରେ ଦ୍ଵିତୀୟ ମ୍ଯାଚରେ ମଧ୍ୟ ଭାରତ କପ୍ତାନ ରୋହିତ ଶର୍ମାଙ୍କ ଅଧୀନରେ ଖୁବ ଶାନଦାର ପ୍ରଦର୍ଶନ କରିଛି । ମ୍ଯାଚ ଆରମ୍ଭରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୩ ରନ୍ ହାସଲ କରିଥିଲା । ହର୍ଷଲ ପଟେଲ ଶାନଦାର ବୋଲିଂ କରି ଟିମ୍ ଇଣ୍ଡିଆ ପାଇଁ ୨ଟି ୱିକେଟ ହାସଲ କରିଥିଲେ ।

ସେହିପରି ଓପନର କେ.ଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଶତକୀୟ ପାର୍ଟନରସିପ୍ ଯୋଗୁଁ ଭାରତୀୟ ଟିମ୍ ତିନି ଓଭର ପୂର୍ବରୁ ହିଁ ସିରିଜ ଉପରେ କବଜା କରି ନେଇଥିଲା । ମଇଦାନରେ କାକର ପଡିବା ସତ୍ତ୍ୱେ ହର୍ଷଲ ପଟେଲ ନିଜର ପ୍ରଥମ ମ୍ଯାଚରେ ଶାନଦାର ବୋଲିଂ କରିଥିଲେ । ନ୍ୟୁଜିଲାଣ୍ଡକୁ କମ୍ ରନ୍ ଦେବା ସହ ୨ କିୱି ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ ।

ତେଣୁ ତାଙ୍କୁ ହିଁ ମ୍ୟାନ ଅଫ ଦି ମ୍ଯାଚ ଚୟନ କରା ଯାଇଥିଲା । ମ୍ୟାନ ଅଫ ଦି ମ୍ଯାଚ ହେବା ପରେ ହର୍ଷଲ ଭାବୁକ ହୋଇ ଯାଇଥିଲେ ଓ ପ୍ଳେଈଂ ଇଲେଭେନରେ ତାଙ୍କୁ ଜାଗା ଦେଇଥିବାରୁ ରୋହିତ ଶର୍ମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ହର୍ଷଲ କହିଥିଲେ କି “ମୋତେ ରୋହିତ ଶର୍ମା କହିଥିଲେ କି ତୁମେ ଆଜି ମ୍ଯାଚ ଖେଳିବ ଆଉ ନିର୍ଭୟରେ ବୋଲିଂରେ କରିବ । ଆଉ ମୁଁ ବି ସେପରି କରିବାକୁ ଚେଷ୍ଟା କରିଥିଲି । ଜଣେ କପ୍ତାନ ଭାବେ ରୋହିତ ମୋତେ ପୂର୍ଣ୍ଣ ସହଯୋଗ କରିଥିଲେ ।

ରୋହିତ ଶର୍ମାଙ୍କ କପ୍ତାନୀରେ ଖେଳିବା ମୋ ପାଇଁ ଅତ୍ୟନ୍ତ ଶାନଦାର ଅନୁଭବ ଥିଲା । ରୋହିତ ଜଣେ ଭଲ କପ୍ତାନ ହେବା ହେବା ସହ ବହୁତ ଭଲ ବ୍ୟକ୍ତି ମଧ୍ୟ ଅଟନ୍ତି । ଯିଏ ପ୍ରତ୍ଯେକ ଖେଳାଳିଙ୍କୁ ଖୁବ ସମର୍ଥନ କରନ୍ତି ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।