SSR ମାମଲା- ସୁବ୍ରମନ୍ୟମ ସ୍ଵାମୀ ଙ୍କ ଦାବି, କହିଲେ- ସାଂସଦ ମାନେ କହିଲେ ଏମ୍ସ ରିପୋର୍ଟ କୁ ଡରୁଛି ପୁରା ବଲିଉଡ, ହେଲେ କାହିଁକି ?

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଭାରତୀୟ ଜନତା ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଦାବି କରିଛନ୍ତି ଯେ ସୁଶାନ୍ତଙ୍କ ପୋସ୍ଟ ମାର୍ଟମ ରିପୋର୍ଟକୁ ନେଇ ଅନେକ ଲୋକ ଭୟ କରୁଛନ୍ତି। ସୁବ୍ରମଣ୍ୟମ ସ୍ଵାମୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ସେ ମହାରାଷ୍ଟ୍ରର କିଛି ସାଂସଦଙ୍କ ସହ କଥା ହୋଇଛନ୍ତି ଏବଂ ସେମାନେ କହିଛନ୍ତି ଯେ AIIMS ଅଟୋପ୍ସି ରିପୋର୍ଟକୁ ନେଇ ବଲିଉଡର କିଛି ଦାଦା ମାନେ ଭୟ କରୁଛନ୍ତି ।

ରବିବାର ଦିନ ଏକ ଟ୍ୱିଟରେ ସୁବ୍ରମଣ୍ୟମ ସ୍ଵାମୀ ଲେଖିଛନ୍ତି ଯେ ଆଜି ସଂସଦରେ ମହାରାଷ୍ଟ୍ରର କିଛି ସାଂସଦ ମୋତେ କହିଛନ୍ତି ଯେ AIIMS ର ପୋସ୍ଟ ମାର୍ଟମ ରିପୋର୍ଟକୁ ନେଇ ବଲିଉଡର କିଛି ଦାଦା ମାନଙ୍କ ମଧ୍ୟରେ ଭୟ ରହିଛି । AIIMS ର ସମୀକ୍ଷା, ସିବିଆଇ, ଇଡି, ଏନସିବି ଯାଞ୍ଚ ବଲିଉଡରେ ଆତଙ୍କବାଦୀ କାର୍ଟେଲର ପର୍ଦାଫାସ କରିବ।

ସେଇଠି କିଛି ମିଡିଆ ସଂସ୍ଥାକୁ ଇସାରା କରି ସୁବ୍ରମନ୍ଯମ ସ୍ଵାମୀ ଲେଖିଛନ୍ତି ଯେ କିଛି ମିଡିଆ ସଂସ୍ଥା ଯାଞ୍ଚ ର ମୋଡ ବଦଳାଇବା ପାଇଁ ବଡ ଧନରାଶି ନେଇଛନ୍ତି । କହି ଦେଉଛୁ କି ସୁବ୍ରମଣ୍ୟମ ସ୍ଵାମୀ ପ୍ରାୟତଃ ଏହି ମାମଲା ବିଷୟରେ ଟ୍ୱିଟ୍ କରନ୍ତି। ସୁବ୍ରମନ୍ଯମ ସ୍ୱାମୀ ଏକ ଟୁଇଟ୍ କରି ଦାବି କରିଥିଲେ କି ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ।

ଏହା ବ୍ୟତୀତ ସୁବ୍ରମଣ୍ୟମ ସ୍ଵାମୀ ଏହି ମାମଲାକୁ ଦୁବାଇ ସହିତ ଜଡିତ ବୋଲି ମାନୁଛନ୍ତି। କେବଳ ଏତିକି ନୁହେଁ, ସେ ଏକ ଟୁଇଟ୍‌ରେ ଏହା ମଧ୍ୟ ଦାବି କରିଥିଲେ ଯେ ସୁଶାନ୍ତଙ୍କୁ ବିଷ ଦିଆ ଯାଇଛି । ସେ କହିଛନ୍ତି ଯେ ସୁଶାନ୍ତଙ୍କ ପୋସ୍ଟ ମାର୍ଟମ କୁ ଜାଣି ଶୁଣି ବିଳମ୍ବ କରା ଗଲା ଯାହାଦ୍ୱାରା ସୁଶାନ୍ତ ସିଂଙ୍କ ପେଟରେ ବିଷ ମିଶିଯିବ ।

AIIMS ରିପୋର୍ଟକୁ ରହିଛି ଅପେକ୍ଷା

ସୁଶାନ୍ତଙ୍କ ଅଟୋପ୍ସି ରିପୋର୍ଟ ବର୍ତ୍ତମାନ AIIMS ଡାକ୍ତରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି ଏବଂ ଏହି ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି। ଏହି ରିପୋର୍ଟ ସିବିଆଇରେ ଦାଖଲ ହେବ। କିନ୍ତୁ ସିବିଆଇ ସହିତ AIIMS ଡାକ୍ତରଙ୍କର ଯେଉଁ ମିଟିଂ ହେବାର ଥିଲା ତାହା ସ୍ଥଗିତ ରହିଛି । ବର୍ତ୍ତମାନ ଏହି ମିଟିଂ ମଙ୍ଗଳବାର ଦିନ ହେବ। ଏହି ମିଟିଂ ସମୟରେ AIIMS ଡାକ୍ତରମାନେ ସୁଶାନ୍ତଙ୍କ ମୃତ୍ୟୁ କିପରି ହୋଇଛି ସିବିଆଇକୁ କହିବେ।

କହି ଦେଉଛୁ କି ମୁମ୍ବାଇର କୂପର ହସ୍ପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରାଯାଇଥିଲା ଏବଂ ଡାକ୍ତରମାନେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଥିଲେ। କିନ୍ତୁ ସୁଶାନ୍ତଙ୍କ ଡେଡ ବଡି ର ଚିତ୍ର ଅନ୍ୟ କିଛି ସୂଚାଉଛି। ଯାହା ପରେ ସିବିଆଇ AIIMS କୁ ସାହାଯ୍ୟ ମାଗିଥିଲା ​​।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।