ପ୍ରତ୍ୟେକ୍ଷଦର୍ଶୀଙ୍କ ବଡ ଖୁଲାସା, ମଙ୍ଗେତର ସାମ୍ନାରେ ହିଁ ଦିଶାଙ୍କ ସହିତ କରା ଯାଇଥିଲା ରେପ, ସବୁ କିଛି ଦେଖି ମଧ୍ୟ ଏଠି ପାଇଁ ଚୁପ ଚାପ ବସି ରହିଥିଲା ରୋହନ

ସୁଶାନ୍ତ ସିଂ ମାମଲାରେ ସିବିଆଇ ଅନେକ ଲୋକଙ୍କ ବୟାନ ରେକର୍ଡ କରିଛି ଏବଂ ବର୍ତ୍ତମାନ CBI ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ବି ତଦନ୍ତ କରୁଛି। ସୁଶାନ୍ତ ସିଂ ଏବଂ ଦିଶା ସାଲିଆନଙ୍କ ମୃତ୍ୟୁ ପରସ୍ପର ସହ ଜଡିତ କି ନାହିଁ ସିବିଆଇ ଅନୁସନ୍ଧାନ କରୁଛି । ପ୍ରକୃତରେ ଦିଶାଙ୍କ ମୃତ୍ୟୁକୁ ନେଇ ସୁଶାନ୍ତ ବହୁତ ଚିନ୍ତିତ ଥିଲେ ଏବଂ ଏହି କାରଣରୁ ଏହି ଦୁଇଟି ମାମଲା ପରସ୍ପର ସହ ଜଡିତ ବୋଲି ସନ୍ଦେହ କରା ଯାଉଛି । ଏଥି ସହିତ ଦିଶାଙ୍କ ମୃତ୍ୟୁ କିପରି ହୋଇଛି ସେନେଇ ସିବିଆଇ ମଧ୍ୟ ତଦନ୍ତ କରୁଛି । ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ ଦିଶା କେସକୁ ଆତ୍ମହତ୍ୟା ମାମଲା ବୋଲି କହୁଛି। କିନ୍ତୁ ବାହାରକୁ ଆସୁଥିବା ତଥ୍ୟ ଅନ୍ୟ କିଛି ସୂଚାଉଛି ।

ଦିଶାଙ୍କ କେସ କୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦିଶା ସାଲିଆନଙ୍କ ସହ ବଳାତ୍କାର ହୋଇଥିଲା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏକ ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦିଶାଙ୍କ ସହିତ ସମୁଦାୟ ଚାରି ଜଣ ବଳାତ୍କାର କରିଥିଲେ। ଏକ ପାର୍ଟିରେ ବଳାତ୍କାର ହୋଇଥିଲା।

ଜୁନ୍ 8 ରେ ହୋଇଥିବା ପାର୍ଟୀରେ ଦିଶାଙ୍କ ଘରେ ତାଙ୍କ ପ୍ରେମିକ ରୋହନ ରୟଙ୍କ ସମେତ 6 ଜଣ ଲୋକ ଉପସ୍ଥିତ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପାର୍ଟିରେ ବହୁତ ଲାଉଡ ମ୍ୟୁଜିକ ବାଜୁଥିଲା । ଯେଉଁ କାରଣରୁ ଦିଶାଙ୍କର ଚିଲାଇବାର ଆବାଜ କେହି ଶୁଣି ପାରି ନଥିଲେ । ଯେତେବେଳେ ଦିଶାଙ୍କ ସହିତ ଏହା ସବୁ ଘଟୁଥିଲା ସେହି ସମୟରେ ଦିଶାଙ୍କ ପ୍ରେମିକ ମୋ ସହିତ ଥିଲେ।


ଏହି ପ୍ରତ୍ୟକ୍ଷଦର୍ଶୀ ଦିଶା ମାମଲା ବିଷୟରେ କହିଲେ ଯେ ଯେତେବେଳେ ବି ଦିଶାଙ୍କ ପ୍ରେମିକ ମିଳିବ, ମୁଁ ତାଙ୍କୁ ଜୋତାରେ ମାରିବି। ରୋହନଙ୍କ ସାମ୍ନାରେ ଏହି ସବୁ ଘଟିଥିଲା ​​କିନ୍ତୁ ସେ କିଛି ମଧ୍ୟ କରିନଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ସେ ମଧ୍ୟ ଏହି ପାର୍ଟୀରେ ଥିଲେ। କିନ୍ତୁ ସେ ଦିଶାଙ୍କୁ ଜାଣି ନଥିଲେ। ସେ ଜଣେ ସାଙ୍ଗ ସହିତ ପାର୍ଟିକୁ ଆସିଥିଲେ ।

ବହୁତ ବଡ ବଡ ଲୋକ ଅଛନ୍ତି ସାମିଲ

ଏହି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦିଶାଙ୍କୁ ସହିତ ଯେଉଁ 4 ଜଣ ବଳାତ୍କାର କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ମନ୍ତ୍ରୀଙ୍କ ସିକ୍ଯୁରିଟି ଗାର୍ଡ ଥିଲେ। ଏହି ପୁରା ଘଟଣାରେ ଦିଶାଙ୍କର ଜଣେ ସାଙ୍ଗ ମଧ୍ୟ ଜଡିତ ଥିଲେ।କହି ଦେଉଛୁ କି 8 ଜୁନ୍ ରେ ଦିଶାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର ସୂଚନାନୁସାରେ, ଦିଶା 14 ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। କେବଳ ଏତିକି ନୁହେଁ, ମୁମ୍ବାଇ ପୋଲିସ କୌଣସି ତଦନ୍ତ ନକରି ମାମଲା ବନ୍ଦ କରିଦେଇଥିଲା । ଏଥି ସହ 14 ଜୁନ୍ ରେ ସୁଶାନ୍ତ ସିଂଙ୍କ ମୃତ୍ୟୁ ଘଟିଲା ଏବଂ ମୁମ୍ବାଇ ପୋଲିସ ମଧ୍ୟ ଏହି ମାମଲାକୁ ଆତ୍ମହତ୍ୟା ମାମଲା ବୋଲି କହୁଛି। ତେବେ ସିବିଆଇ ବର୍ତ୍ତମାନ ଏହି ଦୁଇଟି ମାମଲାର ତଦନ୍ତ କରୁଛି ।

କାରଣ ଦିଶା ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଥିଲେ ଏବଂ ସୁଶାନ୍ତଙ୍କ ସାଙ୍ଗମାନଙ୍କ କହିବାନୁସାରେ, ସେ ଦିଶାଙ୍କ ମୃତ୍ୟୁକୁ ନେଇ ବହୁତ ଚିନ୍ତିତ ଥିଲେ । ତାଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ସୁଶାନ୍ତ ଭୟ କରିଥିଲେ। ତେବେ କେଉଁ କାରଣରୁ ସୁଶାନ୍ତ ଚିନ୍ତିତ ଥିଲେ ଏହାର ସନ୍ଧାନ ସିବିଆଇ କରୁଛି କିନ୍ତୁ ଏହା ଅମଧ୍ୟରେ ଏମିତି ଅନେକ ଖୁଲାସା ହେଉଛି ଯାହା କି ଦିଶାଙ୍କ ସହିତ ବଳାତ୍କାର ହୋଇଥିବା ଆଡକୁ ଇସାରା କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।