ଜାଣନ୍ତୁ ନିର୍ବସ୍ତ୍ର ହୋଇ କାହିଁକି ଗାଧେଇବା ଉଚିତ ନୁହେଁ!

ମନୁଷ୍ୟ ଜୀବନରେ ଗାଧୋଇବା ଏକ ବହୁତ ମହୁତ୍ୱ ପୂର୍ଣ୍ଣ ଜିନିଷ ଅଟେ । ତାହା ଦ୍ୱାରା ମଣିଷର ଶରୀର ସ୍ୱଚ୍ଛ ହୋଇଯାଇଥାଏ । ଶାସ୍ତ୍ର ଅନୁସାରେ ପୋଖରୀରେ, ନଦୀରେ ସରୋବରରେ, ସମୁଦ୍ର ଓ ହ୍ରଦରେ ଗାଧୋଇବାର ଅଲଗା ଅଲଗା ନିୟମ କୁହାଯାଇଛି । କେଉଁ ଜଳରେ ଗାଧୋଇଲେ କେଉଁ ଫଳ ପ୍ରାପ୍ତି ହୋଇଥାଏ । ନିବସ୍ତ୍ର ହୋଇ ଗାଧୋଇବା ସବୁଠାରୁ ପାପ ହୋଇଥାଏ । ଏହା ସହିତ ନିଜର ହାନୀ ମଧ୍ୟ ହୋଇଥାଏ । ଏହା ବିଷୟରେ ବହୁତ ଶାସ୍ତ୍ରରେ ବହୁତ କଥା କୁହାଯାଇଛି । ତେବେ ଆସନ୍ତୁ ଆମେ କାହିଁକି ନିର୍ବସ୍ତ୍ର ହୋଇ ଗାଧୋଇବା ନାହିଁ ସେ ବିଷୟରେ ଜାଣିବା ।

ପୁରାଣରେ, ଶ୍ରୀକୃଷ୍ଣ ଗୋପୀମାନଙ୍କୁ ନିବସ୍ତ୍ର ହୋଇ ଖୋଲାରେ ଗାଧୋଇବା ବିଷୟରେ ଜ୍ଞାନ ଦେଉଥିଲେ । ଗରୁଡ଼ ପୁରାଣ ଅନୁସାରେ, ଗାଧେଇବା ସମୟରେ ଆପଣଙ୍କ ପିତୃପୁରୁଷ ମାନେ ଆପଣଙ୍କର ଆଖ ପାଖରେ ରହିଥାନ୍ତି । ଏବଂ ବସ୍ତ୍ରରୁ ଖସୁଥିବା ଜଳକୁ ଗ୍ରହଣ କରିଥାନ୍ତି ।

ଏଥିରେ ସେମାନେ ତୃପ୍ତି ହୋଇଥାନ୍ତି । ନିବସ୍ତ୍ର ସ୍ନାନ କରିବା ଦ୍ୱାରା ପିତୃପୁରୁଷ ମାନେ ଅସନ୍ତୁଷ୍ଟ ହୋଇ ଚାଲି ଯାଇଥାନ୍ତି । ଏହା ଦ୍ୱାରା ବ୍ୟକ୍ତିର ତେଜ, ବଳ, ଧନ ଓ ସୁଖ ନଷ୍ଟ ହୋଇଥାଏ । ବ୍ୟକ୍ତିର ଘରେ ଅଶାନ୍ତି ଲାଗି ରହିବା ସହିତ ବ୍ୟକ୍ତିର ମାନ ହାନି ମଧ୍ୟ ହୋଇଥାଏ ।

ଘରର ଉନ୍ନତିରେ ବାଧା ଉପୁଜିଥାଏ । ଘରକୁ ସବୁବକେ ଶତ୍ରୁର ଭୟ ଦେଖାଦିଏ । ପରିବାରରେ ବହୁତ କଳି ଝଗଡା ହେବ ସହିତ ସବୁବେଳେ କାହାର ନା କାହାର ଦେହ ଖରାପ ହୋଇଥାଏ । ତେଣୁ ଉଲଗ୍ନ ହୋଇ ସ୍ନାନ କରିବା କଦାପି ଉଚିତ ନୁହେଁ ।

ପିତୃପୁରୁଷ ମାନେ ପାଣି ପିଇଲେ ସେମାନେ ବ୍ୟକ୍ତିକୁ ବହୁତ ଆଶିର୍ବାଦ ଦେବା ସହିତ ପରିବାରର ମଙ୍ଗଳ କାମନା କରିଥାନ୍ତି । ସେମାନେ ତୃପ୍ତି ହେଲେ ଭଗବାନ ସେହି ବ୍ୟକ୍ତିଙ୍କୁ ଆସାଦାୟୀ ଫଳ ପ୍ରଦାନ କରିଥାନ୍ତି । ଏହାଦ୍ୱାରା ବ୍ୟକ୍ତିର ସବୁ ମନ ସ୍କାମନା ପୂରଣ ହୋଇଥାଏ ।

ସେମାନେ ତୃପ୍ତ ହେବା ଦ୍ୱାରା ସେହି ବ୍ୟକ୍ତିର ଘରେ ସବୁବେଳେ ସୁଖ ଓ ଶାନ୍ତି ଲାଗିରହିଥାଏ । ସେମାନେ ସବୁବେଳେ ଉନ୍ନତି କରିଥାନ୍ତି । ସେମାନେ ବ୍ୟବସାୟିକ କ୍ଷେତ୍ରରେ ବହୁତ ଉନ୍ନତି କରିଥାନ୍ତି । ପିତୃପୁରୁଷ ମାନଙ୍କର ସବୁବେଳେ କୃପା ଦୃଷ୍ଟି ଲାଗି ରହିଥାଏ । ସେମାନେ ସଦା ସର୍ବଦା ଉନ୍ନତି କରି ଥାଆନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।