କଳିଯୁଗ ବିଷୟରେ ଏମିତି ( ୫ ଟି ସତ୍ୟ ) ଯାହା ଭଗବାନ ଶ୍ରୀ କୃଷ୍ଣ କହିଥିଲେ ପାଣ୍ଡବଙ୍କୁ

କଲି ଯୁଗରେ ମନୁଷ୍ୟ କିପରି ରହିବ, ତାର ଆଚାର ବ୍ୟବହାର କିପରି ରହିବ, ମନୁଷ୍ୟ ମନୁଷ୍ୟ ସହ ସମ୍ପର୍କ କିପରି ରହିବ ଏବଂ କଳିଯୁଗର ମନୁଷ୍ୟ କିପରି ସ୍ଵଭାବ ର ହୋଇଥିବେ ଏହି ବିଷୟରେ ପଞ୍ଚୁପାଣ୍ଡବ ଦିନେ ଭଗବାନ କୃଷ୍ଣଙ୍କୁ ପଚାରିଲେ । ଏହି ବିଷୟରେ ଉତ୍ତର ଦେବା ପାଇଁ କୃଷ୍ଣ ସମସ୍ତ ପାଣ୍ଡବଙ୍କୁ ବନକୁ ପଠାଇ କହିଲେ ବନ ରେ ଯାହା ଦେଖିବ ମତେ ଆସି କହିବ । ସମସ୍ତେ ବଣରୁ ଫେରିବା ପରେ ଜଣେ ଜଣେ କୃଷ୍ଣଙ୍କୁ ଏପରି କହନ୍ତି ।

ଯୁଧିଷ୍ଠିର

ଯୁଧିଷ୍ଠିର ବନରେ ଗୋଟିଏ ହାତୀ କ ଦେଖିଲେ ଯାହାର ଦୁଇଟି ଶୁଣ୍ଢ ଥିଲା । କୃଷ୍ଣ କହିଲେ କଳି ଯୁଗର ମନୁଷ୍ୟ ଏହିପରି ହେବ ଅର୍ଥାତ । ମନୁଷ୍ୟ ହୃଦୟ ରେ ଗୋଟିଏ କଥା ଓ ତୁଣ୍ଡ ରେ ଆଉ ଗୋଟିଏ କଥା କହିବ । ମନୁଷ୍ୟ କେବେ ହେଲେ ନିସ୍ଵାର୍ଥ ଭାବେ ଅନ୍ୟ ମନୁଷ୍ୟ ସହ ସମ୍ପର୍କ ରଖିବ ନାହିଁ । ସବୁବେଳେ ମନୁଷ୍ୟ କରିବ ଗୋଟିଏ କଥା ଓ କହିବ ଆଉ ଗୋଟିଏ କଥା ।

ଭୀମ

ଭୀମ ବନରେ ଦେଖିଲେ ଗୋଟିଏ ବାଛୁରି କୁ ତାର ମା ବହୁତ ସ୍ନେହ କରୁଛି । ଏତେ ସ୍ନେହ କରୁଛି ଯେ ତାର ଚିରରୁ କ୍ଷୀର ବଦଳରେ ରକ୍ତ ବାହାରୁଛି । କଲି ଯୁଗରେ ମନୁଷ୍ୟ ଏହିପରି କରିବ ଅର୍ଥାତ ପିତା ମାତା ମାନେ ସନ୍ତାନ ମାନଙ୍କୁ ଏତେ ସ୍ନେହ କରିବେ ଯେ ସନ୍ତାନ ମାନଙ୍କର ବିକାଶ ହେବାକୁ ଦେବନି । ପରିବାର ଭିତରେ ଶିଶୁଟି ରହି କେବେ ହେଲେ ଉନ୍ନତି କରିପାରିବ ନାହିଁ । ଅନ୍ୟର ସନ୍ତାନ ସନ୍ୟାସୀ ହେଲେ ତାର ଆଶୀର୍ବାଦ ନେବାକୁ ଜୀବ କିନ୍ତୁ ନିଜ ସନ୍ତାନ ସନ୍ୟାସୀ ହେଲେ ମନ ଦୁଖ କରିବ । କଳି ଯୁଗରେ ପୁଅ ସ୍ତ୍ରୀର, କନ୍ୟା ତାର ସ୍ଵାମିର ଓ ଶରୀରମୃତ୍ୟୁର ଅମାନତ ହୋଇ ରହିବ । ଆତ୍ମା ପରମାତ୍ମାର ଅମାନତ ହେବ ।

ଅର୍ଜୁନ

ଅର୍ଜୁନ କହିଲେ ଗୋଟିଏ ପକ୍ଷୀର ଡେଣାରେ ବେଦ ମନ୍ତ୍ର ଲେଖା ହୋଇଛି କିନ୍ତୁ ସେ ଆମିଷ ଭକ୍ଷଣ କରୁଛି । ଏହାର ଅର୍ଥ ମନୁଷ୍ୟର ସମ୍ପତି ବୃଦ୍ଧି ହେବ । କିନ୍ତୁ ସେ ଅପେକ୍ଷା କରିବ ଯେତେ ଅନ୍ୟ ମନୁଷ୍ୟର ମୃତ୍ୟୁ ହେବ ତାର ସମ୍ପତି ଉପରେ ଅଧିକାର କରି ଅଧିକ ଧନୀ ହେବାକୁ ଚେଷ୍ଟା କରିବ । ତାର ଯେତେ ସମ୍ପତି ହେଲେବି ସବୁ ବେଳେ ଅନ୍ୟ ସମ୍ପତି ଉପରେ ଅଧିକାର କରିବା ପାଇଁ ଚେଷ୍ଟା କରିବ ।

ନକୁଳ

ନକୁଳ କହିଲେ ଗୋଟିଏ ପର୍ବତ ଉପରୁ କିଛି ପଥର ଭାଙ୍ଗି ତଳକୁ ପଡୁଛି ବଡବଡ ଗଛ ସେହି ପଥରଖଣ୍ଡକୁ ଅଟକେଇ ପାରୁ ନାହାନ୍ତି କିନ୍ତୁ ଗୋଟିଏ ଛୋଟ ବୃକ୍ଷ ବଡ ପଥର ଖଣ୍ଡକୁ ଅଟକାଇ ରଖିଛି । ଏହାର ଅର୍ଥ କଲି ଯୁଗରେ ହରି ନାମ ଏକ ବ୍ୟାପକ ଶବ୍ଦ ହେବ । ମନୁଷ୍ୟ ଯେତେ ଶକ୍ତିଶାଳି ହେଲେବି ତାର ଅବକ୍ଷୟକୁ କେହି ଅଟକାଇ ପାରିବେ ନାହିଁ କିନ୍ତୁ ହରି ନାମ ଉଚ୍ଚାରଣ କରିବା ଦ୍ଵାରା ତାର ପତନରୁ ରକ୍ଷା ପାଇ ପାରିବ ଓ ଜୀବନ ଉଧାର ହୋଇଯିବ ।

ସହଦେବ

ସହଦେବ କହିଲେ ସେ ବନରେ ଗୋଟିଏ ଗଭୀର ଶୁଷ୍କ କୂଅ ଦେଖିଲେ । ଅର୍ଥାତ କଳି ଯୁଗରେ ମନୁଷ୍ୟ ବିଳାସ ବ୍ୟାସନରେ ବହୁତ ଅର୍ଥ ଖର୍ଚ କରିବ କିନ୍ତୁ ଗୋଟିଏ ଗରିବ ଲୋକକୁ ସାହାଜ୍ୟ କରିବ ନାହିଁ । ଏହା ଥିଲା କଳିଯୁଗର ୫ ଟି ସତ୍ୟ ।