ପ୍ରବାସୀ ଶ୍ରମିକଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ, ଜାଣନ୍ତୁ କେମିତି ଘଟିଲା ଏହି ଦୁର୍ଘଟଣା

କରୋନା ଭାଇରସ କାରଣରୁ ସାରା ଦେଶରେ ଲକଡାଉନ ଜାରି ଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଏମିତିରେ ସେମାନଙ୍କ ପାଖରେ ନା କାମ ଅଛି ନା ବଞ୍ଚିବା ପାଇଁ ଟଙ୍କା । ଏମିତିରେ ସେମାନେ ନିଜ ରାଜ୍ୟକୁ ଫେରି ଆସୁଛନ୍ତି । କିଏ ଚାଲି ଚାଲି ଆସୁଛି ତ ଆଉ କିଏ ସାଇକେଲ ରେ ଏମିତିରେ ରାତି କାଟିବା ପାଇଁ ତାଙ୍କ ପାଇଁ ସାହାରା ସାଜିଛି ରେଲୱେ ଟ୍ରାକ । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ସ୍ପେଶାଲ ବସ ଓ ଟ୍ରେନ ସାହାର୍ଯ୍ୟ ରେ ଏମାନଙ୍କୁ ନିଜ ରାଜ୍ୟକୁ ପଠାଇ ଦିଆ ଯାଉଛି ।

ଏମିତିରେ ଆଜି ସକାଳେ ଏକ ହୃଦୟ ଥରାଇ ଦେବା ଭଳି ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । ୧୪ ଜଣଙ୍କ ଉପରେ ଟ୍ରେନ ମାଡି ଯାଇଛି । ଏହି ଘଟଣାଟି ମହାରାଷ୍ଟ୍ରର ଔରଙ୍ଗାବାଦର ଜାଲନା ରେଲୱେ ଲାଇନ ନିକଟରେ ଘଟିଛି । ଆଜି ସକାଳ ପ୍ରାୟ ସାଢେ ୬ ଟା ବେଳେ ଏହି ଘଟଣା ଘଟିଛି । ଏମାନେ ସମସ୍ତେ ପବାସୀ ଶ୍ରମିକ ଥିଲେ । ଲକଡାଉନ କାରଣରୁ ନିଜ ଜୀବିକା ହରାଇ ଏମାନେ ହଇରାଣ ହେଉଥିଲେ । ଏଣୁ ଏମାନେ ନିଜ ରାଜ୍ୟକୁ ଚାଲି ଚାଲି ଫେରି ଯାଉଥିଲେ ।

ରାତିରେ ବିଶ୍ରାମ ନେବା ପାଇଁ ଏହି ଷ୍ଟେସନରେ ଅଟକିଥିଲେ । ଏହି ସମୟରେ ଏକ ମାଲବାହୀ ଟ୍ରେନ ତାଙ୍କ ଉପରେ ଚଢି ଯାଇଥିଲା । ମୃତ ସମସ୍ତ ପ୍ରବାସୀ ଶ୍ରମିକ ଛତିଶଗଢ ର ବୋଲି ଜଣା ପଡିଛି । ଏହି ଦୁର୍ଘଟଣା ଘଟିବା ପରେ ରେଲୱେ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ସେଠାରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।