ସରକାରଙ୍କ ବଡ ନିଷ୍ପତ୍ତି, ସ୍କୁଲରେ ଲାଗୁ ହେବ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା

କରୋନା ଭାଇରସ କାରଣରୁ ବର୍ତ୍ତମାନ ଦେଶରେ ଲକ ଡାଉନ ଲାଗୁ ଅଛି । ଏମିତିରେ ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଛି ଓ ଛାତ୍ର ଛାତ୍ରୀମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି । ଏମିତିରେ ସରକାର ପିଲାମାନାଙ୍କୁ ଶିକ୍ଷା ଯୋଗାଇ ଦେବା ପାଇଁ ବିଭିନ୍ନ ଅନ୍ଲାଇନ ବ୍ୟବସ୍ଥା କରୁଛନ୍ତି । ବର୍ତ୍ତମାନ ଏକ ବଡ ଖବର ସାମନାକୁ ଆସୁଛି । ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା କ୍ଳାସ ରୁମ ରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।

ଏହା ଅନୁସାରେ ଅଯୁଗ୍ମ ରୋଲ ନମ୍ବର ଥିବା ପିଲାମାନେ ଅଯୁଗ୍ମ ତାରିଖରେ ସ୍କୁଲ ଆସିବେ ଓ ଯୁଗ୍ମ ରୋଲ ନମ୍ବର ଥିବା ପିଲା ଯୁଗ୍ମ ତାରିଖରେ ସ୍କୁଲ ଆସିବେ । ଏନସିଇଆରଟି ର ନିର୍ଦ୍ଦେଶକ ହୃଷୀକେଶ ସେନାପତି ଏହାର ସୂଚନା ଦେଇ କହିଛନ୍ତି କି ଏହା ଉପରେ ଯଥା ଶୀଘ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯିବ ଓ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟକୁ ପଠାଇ ଦିଆଯିବ, ଅନୁମତି କ୍ରମେ ସମସ୍ତ ରାଜ୍ୟକୁ ପଠାଇ ଦିଆଯିବ ।

ଯେବେ ବି ସ୍କୁଲ ଖୋଲିବ, ଏହି ଯୋଜନା ଲାଗୁ କରାଯିବ । ସାମାଜିକ ଦୂରତା ଏହାର ମୂଳ ଆଧାର ହେବ । ତେବେ ଯଦି ରାଜ୍ୟ ସରକାର ଚାହାଁନ୍ତି ଏହାକୁ ସଂଶୋଧନ କରି ଲାଗୁ କରି ପାରିବେ । ଏହା ଛଡା ସପ୍ତାହ ଅଦଳ ବଦଳ କରାଯିବାର ଯୋଜନା ମଧ୍ୟ ଅଛି ।

ଯେପରି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କୌଣସି ବାଧା ନ ଆସୁ ସେଥିପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି, ହୃଷୀକେଶ ସେନାପତି । ଏହି ଯୋଜନାରେ ସାମାଜିକ ଦୂରତା, ଶିକ୍ଷାଦାନ, ଶିକ୍ଷା ଗ୍ରହଣ, ବ୍ୟକ୍ତିଗତ ମୂଲ୍ୟାୟନ ଆଦି ପ୍ରସଙ୍ଗରେ ଏନସିଇଆରଟି ବିଚାର କରିବ । ଆସନ୍ତା ସପ୍ତାହରେ ଏ ବିଷୟରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଗାଇଡ୍ଲାଇନ ଘୋଷଣା କରିବାର ସାମ୍ଭାବନା ଅଛି । ଏହାର ଡ୍ରାଫ୍ଟ ସୋମବାର ଦିନ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରେ ଉପସ୍ଥାପନ କରାଯାଇ ପାରେ ।

ଏହା ବ୍ଯତୀତ ପିଲାମାନଙ୍କ ପାଇଁ ସ୍କୁଲ ରେ ଅନ୍ଲାଇନ କ୍ଳାସ କରାଇ ପାଠ ଓ ଅନ୍ଯାନ୍ଯ କାର୍ଯ୍ୟକଳାପ ଦେଇ ପାରିବେ । ଏହା ବିଷୟରେ ସେହି ଗାଇଡ ଲାଇନରେ ଉଲ୍ଲେଖ ଅଛି । ସରକାର ଏହା ବ୍ଯତୀତ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଟିଭି ଚ୍ଯାନେଲ ରେ “ଇଚ କ୍ଳାସ”, “ୱାନ ଚ୍ଯାନେଲ” ଭଳି ପ୍ରୋଗ୍ରାମ ଆରମ୍ଭ କରିବାର ମଧ୍ୟ ଯୋଜନା କରୁଛନ୍ତି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।