ରାଜ୍ୟରେ ଆଜି ଆଉ ୨୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩ଟି ଜିଲ୍ଲାରୁ

ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ବଢିବାକୁ ଲାଗିଛି । ସୁରତ ଫେରନ୍ତା ବର୍ତ୍ତମାନ ରାଜ୍ୟ ପାଇଁ ଚିନ୍ତାର ବିଷୟ ହୋଇଛନ୍ତି । ରାଜ୍ୟରେ ଆଜି ଆଉ ୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଏଥି ମଧ୍ୟରୁ ଗଞ୍ଜାମର 19 ଜଣ, କେନ୍ଦ୍ରାପଡାରୁ 5 ଜଣ ଓ ଭଦ୍ରକରୁ 2 ଜଣ ଅଟନ୍ତି । ଭଦ୍ରକରେ ଆଜି ଆଉ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି ।

ଏହି ୨ ନୂଆ କରୋନା ଆକ୍ରାନ୍ତ କ୍ଵାରେଣ୍ଟିନ ସେଣ୍ଟରରେ ଥିବାର ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଏମାନଙ୍କ ମଧ୍ୟରୁ ଜଣେ ବାସୁଦେବପୁର ପୌରାଞ୍ଚଳର ହୋଇଥିବାବେଳେ ଆଉ ଜଣେ ଧାମ ନଗର ର ଅଟନ୍ତି । ଅନ୍ୟପଟେ ଗଞ୍ଜାମରେ ଆଜି ନୂଆ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ କୁ ବୃଦ୍ଧି ପାଇଛି ।

କେନ୍ଦ୍ରାପଡାର ଜିଲ୍ଲା ପ୍ରଶାନର ସୂଚନା ଅନୁସାରେ ଏଠାରେ ଆଜି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗରୁ ଏହି ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ଆଜି ପୁଣି ୫ ଜଣ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଏହି ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ଏମାନେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ, ପଟ୍ଟମୁଣ୍ଡାଇ, ମହାକାଳପଡା ଅଞ୍ଚଳର ଅଟନ୍ତି । ଏମାନେ ସମସ୍ତେ କ୍ଵାରେଣ୍ଟିନ ରେ ଥିଲେ ଓ ଏମାନେ ସୁରତ ଫେରନ୍ତା ଅଟନ୍ତି । ଏମାନେ ସମସ୍ତେ ଗୋଟିଏ ବସରେ ସୁରତ ରୁ ଫେରି କ୍ଵାରେଣ୍ଟିନରେ ଥିଲେ ।

ଏଥି ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୬୨ ଜଣ ଭଲ ହୋଇ ଫେରିଥିବାବେଳେ ୧୮୧ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୨ ଜଣଙ୍କର ମୃତ୍ୟୁ ଘଟିଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।