ଦେଶର ଅନ୍ୟ ଏକ ଫ୍ୟାକ୍ଟ୍ରିରେ ଲାଗିଲା ଭୀଷଣ ନିଆଁ

ଯେଉଁଠି ଗୋଟିଏ ପଟେ କରୋନା ଯୋଗୁ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇ ଯାଇଛି ଅଛି ତେବେ ଅନ୍ୟ ପଟେ ଏମିତି କିଛି ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇ ଦେବେ । କହିବାକୁ ଗଲେ କାଲି ଗୁରୁବାର ଦିନ ଦେଶ ପାଇଁ ବହୁତ ଦୁର୍ଭାଗ୍ୟପୂର୍ଣ ରହିଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୪ଟି ବଡ ଦୁର୍ଘଟଣା ହୋଇ ସାରିଛି ।

ବର୍ତ୍ତମାନ ହିଁ ମିଲିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ନାସିକ ଜିଲ୍ଲାର ସାଟନପୁର ଅଞ୍ଚଳରେ ଏକ ଫ୍ୟାକ୍ଟରିରେ ନିଆଁ ଲାଗି ଯାଇଛି । ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ, ଛତ୍ତିସଗଢ଼ର ରାୟଗଢ଼ ଓ ତମିଲନାଡୁ ରାଜ୍ୟରେ ଦୁର୍ଘଟଣା ହୋଇ ସାରିଛି । ନାସିକର ଏହି ଫ୍ୟାକ୍ଟରିରେ ନିଆଁ ଏତେ ଭୟଙ୍କର ଅଟେ କି ଏହାକୁ ଲିଭାଇବା ପାଇଁ ୧୦ ଟି ଦମକଳ ଗାଡି ସେହି ସ୍ଥାନକୁ ପହଞ୍ଚି ଯାଇଛି ଓ ବର୍ତ୍ତମାନ ସେହି ସ୍ଥାନରେ ଫସି ଥିବା ସମସ୍ତଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ଅଛି । ଏହି ଘଟଣାରେ କେଉଁ ପରିମାଣରେ କଣ କ୍ଷତି ହୋଇଛି ଏହା ବିଷୟରେ ବର୍ତ୍ତମାନ କାହାକୁ ବି କିଛି ଜଣା ନାହିଁ ।

ଏହା ପୂର୍ବରୁ ଆନ୍ଧ୍ରପ୍ରେଦେଶର ବିଶାଖାପଟ୍ଟନମ ପାଖରେ ଏକ କେମିକାଲ ଫ୍ୟାକ୍ଟରିରେ ଗ୍ୟାସ ଲିକ ହୋଇଯିବା ପରେ ସେଠି ୧୧ ଜଣ ଲୋକମାନଙ୍କ ମୃତ୍ୟୁ ହୋଇ ଯାଇଛି ଓ ପାଖପାଖି ୧ ହଜାର ଲୋକମାନେ ଗମ୍ଭୀର ରୂପରେ ଆହାତ ବି ହୋଇ ଯାଇଛନ୍ତି । ଏହା ପରେ ଛତ୍ତୀସଗଢ଼ର ରାୟଗଢ଼ର ଏକ ପେପର ମିଲରେ ଗ୍ୟାସ ଲିକ ହେବା କାରଣରୁ ଶ୍ରମିକମାନେ ଅସୁସ୍ଥ ହୋଇଗଲେ ଓ ସଙ୍ଗେ ସଙ୍ଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ବହୁତ ଗମ୍ଭୀର ଅଟେ ।

ପୁଣି ଖବର ଆସିଲା ତାମିଲନାଡୁ ରାଜ୍ୟରୁ । କହିବାକୁ ଗଲେ ତମିଲନାଡୁର ନେବେଲୀରେ ବୟଲର ଫାଟିବା ଦ୍ଵାରା ସାତ ଜଣ ଲୋକମାନେ ଆଘାତ ହୋଇଛନ୍ତି । ରାଜ୍ୟର କୁଡ୍ଡାଲୋର ଜିଲ୍ଲାରେ ନେବେଲୀ ଲିଗ୍‍ନାଇଟ କର୍ପୋରେଶନ ଲିମିଟେଡ ପ୍ଳାଣ୍ଟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ପ୍ଳାଣ୍ଟର ଧୂଆଁ ବାଦଳରେ ଦେଖା ଯାଇଛି । ଏହି ଘଟଣା ପରେ ସଙ୍ଗେ ସଙ୍ଗେ ଏନଏଲସୀ ଇଣ୍ଡିଆ ଲିମିଟେଡ ବଞ୍ଚାଇବା କାର୍ଯ୍ୟ କରୁଥିବା ଟିମ ସେହି ସ୍ଥାନକୁ ପହଞ୍ଚି ଯାଇଛି ଓ ବର୍ତ୍ତମାନ ସ୍ଥିତିକୁ କାବୁରେ କରିବାକୁ ଚେଷ୍ଟା କରାଯାଉଛି ।