ଶ୍ରାବଣ ମାସରେ କରନ୍ତୁ ଏହି ଖାସ ଉପାୟ, ଯାହାକୁ କଲେ ହେବ ସବୁ ମନୋକାମନା ପୂର୍ଣ

ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଶ୍ରାବଣ ମାସର ସବୁ ତିଥିର ଗୋଟିଏ ଭିନ୍ନ ଭିନ୍ନ ମହତ୍ଵ ଥାଏ । କିନ୍ତୁ ଶ୍ରାବଣ ମାସର ସୋମବାରର ମହତ୍ଵ କିଛି ଅଲଗା ହିଁ ହୋଇଥାଏ । କାରଣ ଧାର୍ମିକ ତଥା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଭଗବାନ ଶିବଙ୍କୁ ସମର୍ପିତ ଅଟେ । ଏହି ଦିନଟି ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ସମ୍ଭାବନା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ଶାବ୍ରଣ ମାସର କିଛି ଉପାୟ ବିଷୟରେ ।

ଯେଉଁମାନଙ୍କୁ ନିଜ ଇଚ୍ଛା ଅନୁସାରେ ଜୀବନସାଥି କିମ୍ବା ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ଶ୍ରାବଣ ମାସର ସୋମବାର ଦିନ ଶିବଲିଙ୍ଗ ଉପରେ କିସମିସ ଓ ବିବାହିତ ମହିଳାର ଜିନିଷ ଚଢାନ୍ତୁ ।

ବୈବାହିକ ଜୀବନରେ ଅସୁବିଧା ଆସୁଛି କିମ୍ବା ଛୋଟ ଛୋଟ କଥାକୁ ନେଇ ମତଭେଦ ହେଉଛି ତେବେ ସ୍ଵାମୀ ସ୍ତ୍ରୀ ଉଭୟ ମିଶି ଶିବଲିଙ୍ଗ ଉପରେ ଚନ୍ଦନ, ମିଠା, ଦହି ଓ ମହୁ ଚଢାନ୍ତୁ । ଏହା ଛଡା ଶିବ ମନ୍ଦିରକୁ ପରିଷ୍କାର କରନ୍ତୁ । ଦେଖିବେ ନିଜ ସମ୍ପର୍କରେ ମଧୁରତା ଆସିବ ।

ସନ୍ତାନ ପ୍ରାପ୍ତି ନିଜର ମନସ୍କାମନା ପୂରଣ କରିବା ପାଇଁ ଶିବଲିଙ୍ଗ ଉପରେ କଦଳୀ, ସପୁରି, ସବୁଜ ରଙ୍ଗର ଚୁଡି ଓ ରୂପାର ବଂସୁରୀ ଅର୍ପଣ କରନ୍ତୁ ।

ଉଧାର ସମ୍ବନ୍ଧୀୟ ତଥା ଭାଇମାନଙ୍କ ସହିତ ଚାଲୁଥିବା ମତଭେଦ ଦୂର କରିବା ପାଇଁ ଶିବଲିଙ୍ଗ ଉପରେ ମିଠା ପାନ ଓ ବାଦାମ ଅର୍ପଣ କରନ୍ତୁ ।

ପିଲମାନଙ୍କର ଜୀବନରେ ଆସୁଥିବା ପାଠ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବା ପାଇଁ ପିଲାମାନଙ୍କ ହାତରେ ଶିବଲିଙ୍ଗ ଉପରେ ହଳଦୀ, ହଳଦୀ ରଙ୍ଗର ଫୁଲ, କଦଳୀ, ପାନପାତ୍ର ଅର୍ପଣ କରନ୍ତୁ ।

ଜୀବନରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବା ପାଇଁ ଶିବଲିଙ୍ଗ ଉପରେ ଗଙ୍ଗା ଜଳରେ କେସର ଗୋଲାପ ଫୁଲ ଦେଇ ଚଢାନ୍ତୁ । ଏହା ପରେ ଚଢା ହୋଇଥିବା ପାଣିରୁ ଅଳ୍ପ କିଛି ପାଣି ଘରକୁ ନେଇ ଆସନ୍ତୁ ଏବଂ ତାହାକୁ ଗାଧୋଇବା ପାଣିରେ ମିଶାଇ ସ୍ନାନ କରନ୍ତୁ । ଏହା ଦ୍ୱାରା ଶରୀରର ରୋଗ ଦୂର ହୋଇଥାଏ ।

ଏକ ମାନ୍ୟତା ଅଛି କି ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଚଢା ହେଇଥିବା ପାଣିକୁ ଘରର ଚାରିଆଡେ ଛିଞ୍ଚିଥାଏ, ତାକୁ ସବୁ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ । ଏହାଛଡା ଘରେ ଥିବା ନକାରାତ୍ମକ ଶକ୍ତିର ପ୍ରଭାବ କମ ହୋଇଥାଏ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।