ଶ୍ରାବଣ ମାସରେ ମେଷ, କନ୍ୟା ଓ କୁମ୍ଭ ରାଶିର ଲୋକମାନେ ନିଶ୍ଚିତ କରନ୍ତୁ ଏହି କାମ, ପୁରା ବର୍ଷ ଅତି ଭଲରେ କଟିବ

ସବୁ ବର୍ଷ ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ହିଁ ପୁରା ଦେଶ ଭୋଲେନାଥଙ୍କ ଭକ୍ତିରେ ଡୁବି ଯାଏ । ସମସ୍ତଙ୍କର ଏହି ଇଚ୍ଛା ଥାଏ କି ଭୋଲେନାଥ ତାଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରି ଦିଅନ୍ତୁ । କହିବାକୁ ଗଲେ ସମସ୍ତେ ଶ୍ରାବଣ ମାସରେ ଭଗବାନ ଶିବଙ୍କର ଆରାଧନା କରି ପ୍ରସନ୍ନ ରହି ପାରିବେ । କିନ୍ତୁ ଏଥର ଗ୍ରହର ଯୋଗ କିଛି ଏମିତି ଅଛି କି ତିନୋଟି ରାଶି ମେଷ, କନ୍ୟା ଓ କୁମ୍ଭଙ୍କୁ ଶିବଙ୍କର ଅତିରିକ୍ତ ଲାଭ ପ୍ରାପ୍ତ ହୋଇପାରେ ।

ଏମିତିରେ ଏହାର ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଏହି ରାଶିର ଲୋକମାନଙ୍କୁ ଶ୍ରାବଣ ମାସରେ ଏହିଭଳି କିଛି ବିଶେଷ କାମ କରିବା ଦରକାର । ଯାହା ଦ୍ଵାରା ଏମାନଙ୍କୁ ବର୍ଷ ସାରା କୌଣସି ଦୁଃଖ ଓ କଷ୍ଟ ସହିବାକୁ ପଡିବ ନାହିଁ ।

ମେଷ ରାଶି

ଏହି ରାଶିର ଲୋକମାନେ ଶ୍ରାବଣ ମାସର ପ୍ରତି ସୋମବାର ଦିନ ଶିବଙ୍କ ନାମର ବ୍ରତ ରଖନ୍ତୁ । ଏହା ସହିତ ପ୍ରତ୍ୟେକ ଦିନ ପାଣିରେ ମହୁ ମିଶାଇ ସେହି ପାଣିକୁ ଶିବଙ୍କୁ ଚଢାନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟାର ନିବାରଣ ହୋଇଯିବ । ଯଦି ଆପଣ ବ୍ରତ ରଖିବାରେ ସକ୍ଷମ ନୁହଁନ୍ତି ତେବେ ନ ରଖିଲେ ବି ଚଳିବ ।

କନ୍ୟା ରାଶି

ଏହି ରାଶିର ଲୋକମାନେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କ ମନ୍ଦିରରେ କିଛି ନା କିଛି ପ୍ରସାଦ ନିଶ୍ଚିତ ଲଗାନ୍ତୁ । ଏହା ପରେ ଏହାକୁ ଲୋକମାନଙ୍କୁ ବାଣ୍ଟି ଦିଅନ୍ତୁ । ଏହା ସହିତ ଆପଣ ମନ୍ଦିରରେ କିମ୍ବା କୌଣସି ଗରିବକୁ ବି ଟଙ୍କା ଦାନ କରି ପାରିବେ । ଏହା ଦ୍ଵାରା ଆପଣକୁ ଧନ ଲାଭ ହେବ ଓ ଆପଣଙ୍କର ଭାଗ୍ୟ ଖୋଲିଯିବ ।

କୁମ୍ଭ ରାଶି

ଏହି ରାଶିର ଲୋକମାନେ ଶ୍ରାବଣ ମାସରେ ଆସୁଥିବା ସମସ୍ତ ସୋମବାର ଦିନ ଶିବ ଚାଳିଶା ପାଠ କରନ୍ତୁ । ଏହା ପରେ ଆପଣ ଘର କିମ୍ବା ମନ୍ଦିରରେ ଦୀପ ଜଳାଇ ଶିବଙ୍କର ଆରତୀ କରନ୍ତୁ । ଆରତୀ ସମାପ୍ତ ହେବା ପରେ ସୋମବାର ଦିନ ଗାଈକୁ ଘିଅ ଓ ଗୁଡ ରୁଟି ଖାଇବାକୁ ଦିଅନ୍ତୁ । ଏହି ସମସ୍ତ କାମ କରିବା ଦ୍ଵାରା ଆପଣଙ୍କର କଷ୍ଟ ସବୁ ଦୂର ହୋଇଯିବ ।

ଏହି ତିନି ରାଶିଙ୍କ ଛଡା ଅନ୍ୟ ରାଶିମାନେ ବି ଏହି ସମସ୍ତ କାର୍ଯ୍ୟ କରି ପାରିବେ । କିନ୍ତୁ ଶ୍ରାବଣ ମାସରେ ଗ୍ରହମାନଙ୍କର ସ୍ଥିତି କାରଣରୁ ଏହି ତିନୋଟି ରାଶିଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ଅଛି ।