ପୃଥିବୀରେ କଳିଯୁଗର ଆରମ୍ଭ କିପରି ଓ କେବେ ହୋଇଥିଲା !

କଣ ଆପଣ କେବେ ଭାବିଛନ୍ତି କି ଏମିତି କଣ କାରଣ ଥିଲା ଯାହା ପାଇଁ କଳିଯୁଗ ଆସିଲା । ମହାନ ଗଣିତଜ୍ଞ ଆର୍ଯ ଭଟ୍ଟ ନିଜର ପୁସ୍ତକ ଆର୍ଯ୍ୟଭଟିୟମ ରେ ଏହି କଥାର ଉଲ୍ଲେଖ କରିଛନ୍ତି କି ଯେବେ ସେ ୨୩ ବର୍ଷର ଥିଲେ ସେତେବେଳେ କଳିଯୁଗର ୩୬ ତମ ବର୍ଷ ଚାଲୁଥିଲା । ଆକଳନ ଅନୁସାରେ ଆର୍ଯ୍ୟ ଭଟ୍ଟଙ୍କର ଜନ୍ମ ୪୭୬ ଇଶାପୂର୍ବ ରେ ହୋଇଥିଲା । ଗଣନା କଲେ କଳିଯୁଗର ଆରମ୍ଭ ୩୧୦୨ ଇଶାପୂର୍ବ ହୋଇ ସାରିଥିଲା ।

ଯେତେବେଳେ ଧର୍ମରାଜ ଯୁଧିଷ୍ଠିର ନିଜର ସମସ୍ତ ରାଜ୍ୟପାଠ ପରୀକ୍ଷିତଙ୍କୁ ଦେଇ ଅନ୍ୟ ପାଣ୍ଡବମାନଙ୍କ ଓ ଦ୍ରୌପଦୀଙ୍କ ସହିତ ମହାପର୍ଯାଣ ହେତୁ ହିମାଳୟକୁ ଯାଇଥିଲେ ସେହି ସମୟରେ ସ୍ଵୟଂ ଧର୍ମରାଜ ବଳଦର ରୂପ ନେଇ ଗାଈ ରୂପରେ ବସିଥିବା ପୃଥିବୀ ଦେବୀଙ୍କୁ ସରସ୍ଵତୀ ନଦୀ କୂଳରେ ମିଳିଲେ । ଗାଈ ରୂପରେ ଥିବା ପୃଥିବୀ ମାତାର ଆଖି ଅଶୃରେ ଭରିଥିଲା । ତାଙ୍କର ଆଖିରୁ ଲଗାତାର ଅଶୃ ବହୁଥିଲା ।

ପୃଥିବୀଙ୍କୁ ଦୁଃଖୀ ଦେଖି ଧର୍ମ ରୂପୀ ବଳଦ ତାଙ୍କୁ ତାଙ୍କର ସମସ୍ୟାର କାରଣ ପଚାରିଲେ । ଧର୍ମ କହିଲେ ଦେବୀ, କଣ ତୁମେ ଏହା ଦେଖି କି ଡଋ ଗଲନି ତ କି ମୋର ଏବେ କେବଳ ଗୋଟିଏ ଗୋଡ ଅଛି ନା ତୁମେ ଏହି କଥାରେ ଦୁଃଖୀ ଆଛ କି ତୁମ ଉପରେ ଏବେ ଖରାପ ଶକ୍ତି ର ଶାସନ ହେବ । ଏହି କଥାର ଉତ୍ତରରେ ପୃଥିବୀ ଦେବୀ କହିଲେ, ହେ ଧର୍ମ, ତୁମେ ତ ସବୁ କିଛି ଜାଣିଛ । ଏମିତିରେ ମୋତେ ମୋର ଦୁଃଖର କାରଣ ପଚାରିବାରେ କି ଲାଭ ।

ସତ୍ୟ, ମିତ୍ରତା, ତ୍ୟାଗ, ଦୟା, ଶାସ୍ତ୍ର, ବିଚାର, ଜ୍ଞାନ, ବୈରାଗ୍ୟ, ଐଶ୍ଵର୍ଯ୍ୟ, ନିର୍ଭୀକତା, କୋମଳତା, ଧୈର୍ଯ୍ୟ ଆଦିର ସ୍ଵାମୀ ଭଗବାନ ଶ୍ରୀକୃଷ୍ଣ ନିଜ ଧାମକୁ ଚାଲିଯିବା କାରଣରୁ କଳିଯୁଗ ମୋ ଉପରେ କବ୍ଜା କରି ନେଇଛି । ଶ୍ରୀକୃଷ୍ଣଙ୍କ ଚରଣ କମଳ ମୋ ଉପରେ ପଡୁଥିଲା ଯାହା କାରଣରୁ ମୁ ନିଜକୁ ସୌଭାଗ୍ୟଶାଳୀ ମାନୁଥିଲି । ପରନ୍ତୁ ଏବେ ଏମିତି ନୁହେଁ । ଏବେ ମୋର ସୌଭାଗ୍ୟ ସମାପ୍ତ ହୋଇ ସାରିଛି ।

ଧର୍ମ ଓ ପୃଥିବୀ ନିଜ ମଧ୍ୟରେ କଥା ହେଉଥିବା ସମୟରେ ଅସୁର ରୂପୀ କଳିଯୁଗ ଆସି ସେଠାରେ ପହଞ୍ଚିଲା ଏବଂ ଧର୍ମ ଓ ପୃଥିବୀ ରୂପୀ ଗାଈ ବଳଦକୁ ମାରିବାକୁ ଲାଗିଲା । ରାଜା ପରୀକ୍ଷିତ ସେହି ବାଟ ଦେଇ ଯାଉଥିଲେ । ଯେବେ ସେ ଏହି ଦ୍ରୁଶ୍ଯ ଦେଖିଲେ ସେ କଳିଯୁଗ ଉପରେ ବହୁତ ରାଗିଗଲେ । ରାଜା ପରୀକ୍ଷିତ କଳିଯୁଗକୁ କହିଲେ ଦୁଷ୍ଟ ପାପୀ, ତୁ କିଏ ଓ କାହିଁକି ଏହି ନିରପରାଧ ଗାଈ ଓ ବଳଦକୁ ମାରୁଛୁ । ତୁ ମହା ଅପରାଧି ଅଟୁ । ତୋ ଅପରାଧ କ୍ଷମା ଯୋଗ୍ୟ ନୁହେଁ ।

ଏଥିପାଇଁ ତୋ ମୃତ୍ୟୁ ନିଶ୍ଚିତ ଅଟେ । ରାଜା ପରୀକ୍ଷିତ ଧର୍ମ ଓ ପୃଥିବୀଙ୍କୁ ଚିହ୍ନି ପାରିଥିଲେ । ରାଜା ପରୀକ୍ଷିତ ଧର୍ମକୁ କୁହନ୍ତି କି, ହେ ଧର୍ମ, ସତ୍ୟ ଯୁଗରେ ତୁମର ତପ, ପବିତ୍ରତା, ଦୟା ଓ ସତ୍ୟ ଚାରିଟି ଚରଣ ଥିଲା । ତ୍ରେତୟା ଯୁଗରେ ୩ଟି ଚରଣ ରହିଗଲା । ଦ୍ଵାପରରେ ଦୁଇଟି ରହିଗଲା ଓ ଏବେ ଏହି ଦୁଷ୍ଟ କଳିଯୁଗ କାରଣରୁ ଆପଣଙ୍କର ଏକ ଟି ଚରଣ ରହି ଯାଇଛି । ପୃଥିବୀ ଦେବୀ ଏହି କଥାରେ ଦୁଃଖୀ ଅଟନ୍ତି ।

ଏତିକି କହି ରାଜା ପରୀକ୍ଷିତ ନିଜର ତଲୱାର ବାହାର କରି କଳିଯୁଗକୁ ମାରିବା ପାଇଁ ଆଗକୁ ବଢିଲେ । ରାଜା ପରୀକ୍ଷିତଙ୍କର କ୍ରୋଧ ଦେଖି କଳିଯୁଗ ଥରି ଉଠିଲା । କଳିଯୁଗ ନିଜର ରାକ୍ଷସ ବେଶ ତ୍ୟାଗ କରି ରାଜା ପରିକ୍ଷୀତଙ୍କ ଚରଣରେ ପଡିଗଲା ଓ କ୍ଷମା ମାଗିଲା । ରାଜା ପରୀକ୍ଷିତ ବି ନିଜ ସରଣରେ ଆସିଥିବା କଳିଯୁଗକୁ ମାରିବା ଉଚିତ ଭାବିଲେ ନାହିଁ ଓ ସେ କହିଲେ କି କଳିଯୁଗ, ତୁ ମୋ ସରଣରେ ଆସିଛୁ । ସେଥିପାଇଁ ମୁ ତୋତେ ଜୀବନ ଦାନ ଦେଉଛି ।

କିନ୍ତୁ ଅଧର୍ମ, ପାପ, ମିଛ, ଚୋରୀ, କପଟ, ଦରିଦ୍ରତା ଆଦିର ମୂଳ କାରଣ କେବଳ ତୁ ଅଟୁ । ତୁ ମୋ ରାଜ୍ୟରୁ ଏବେ ବାହାରି ଯା ଓ ପୁଣି କେବେ ଫେରି ଆସିବୁନି । କଳିଯୁଗ ରାଜାଙ୍କ କଥା ଶୁଣି କହିଲା କି ପୁରା ପୃଥିବୀରେ ଆପଣଙ୍କର ନିବାସ ଅଟେ । ପୃଥିବୀରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଆପଣଙ୍କର ରାଜୁତି ନାହିଁ । ଏମିତିରେ ମୋତେ ରହିବା ପାଇଁ ଆପଣ ସ୍ଥାନ ପ୍ରଦାନ କରନ୍ତୁ ।

କଳିଯୁଗ କଥା ଶୁଣି ରାଜା ପରୀକ୍ଷିତ ବହୁତ ଭାବି ବିଚାରୀ କହିଲେ ଅସତ୍ୟ, ମଦ, କାମ ଓ କ୍ରୋଧ ର ନିବାସ ଯେଉଁଠାରେ ହୋଇଥିବ ଏହି ଚାରିଟି ସ୍ଥାନରେ ତୁ ରହି ପାରିବୁ । ପରନ୍ତୁ ଏହା ପରେ କଳିଯୁଗ କହିଲା, ହେ ରାଜନ, ଏହି ଚାରିଟି ସ୍ଥାନ ମୋ ରହିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ମୋତେ ଅନ୍ୟ ଜାଗା ପ୍ରଦାନ କରନ୍ତୁ ।

ଏହି କଥା ପରେ ରାଜା ପରୀକ୍ଷିତ କଳିଯୁଗକୁ ରହିବା ପାଇଁ ସ୍ଵର୍ଣ୍ଣ ରୂପରେ ପଞ୍ଚମ ସ୍ଥାନ ପ୍ରଦାନ କଲେ । କଳିଯୁଗ ଏହି ସ୍ଥାନ ମିଳିଯିବା ପରେ ସେଠାରୁ ତ ଚାଲିଗଲା କିନ୍ତୁ କିଛି ଦୂର ଯିବା ପରେ ଅଦୃଶ୍ୟ ରୂପରେ ଫେରି ଆସି ରାଜା ପରୀକ୍ଷିତଙ୍କର ସ୍ଵର୍ଣ୍ଣ ମୁକୁଟରେ ନିବାସ କରିଲା ଓ ପୁଣି ଏହି ପ୍ରକାରରେ କଳିଯୁଗର ଆଗମନ ପୃଥିବୀରେ ହେଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।