କିଏ କେତେ ବି ମାଗୁ ନା କାହିଁକି, ଶ୍ରାବଣ ମାସରେ ଭୁଲରେ ମଧ୍ୟ ଏହି 4ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ, ଭଗବାନ ଶିବ ରୁଷ୍ଟ ହୋଇଯାନ୍ତି

ଶ୍ରାବଣ ମାସକୁ ଭଗବାନ ଭୋଳାନାଥଙ୍କ ଶକ୍ତିର ମାସ ବୋଲି ବିବେଚନା କରାଯାଏ । ଏହି ମାସରେ ନିଜର ସମସ୍ତ କାର୍ଯ୍ୟ ପରିତ୍ୟାଗ କରି ଯଦି ଜଣେ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଲାଗିଯାଏ, ତେବେ ସେ ତାର ସମସ୍ତ ଆଶା ଆକାଂକ୍ଷା ପୂର୍ଣ୍ଣ କରିଥାନ୍ତି ଓ ସେହି ବ୍ୟକ୍ତି ଘରେ ସାକ୍ଷାତ ଭଗବାନ ଶିବ ଆଗମନ କରିଥାନ୍ତି ।

ଶ୍ରାବଣ ମାସରେ ଯେପ୍ରକାର ଜଣେ ବ୍ୟକ୍ତି ଉତ୍ତମ କାର୍ଯ୍ୟ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିବ ବୋଲି କୁହାଯାଏ, ସେହିପରି ଏପରି କିଛି ବିଷୟ ଯାହା ରହିଛି ଯାହା ଶ୍ରାବଣ ମାସରେ କରିବାକୁ ବାରଣ ମଧ୍ୟ କରାଯାଇଛି । ନଚେତ ଆପଣଙ୍କୁ ଦୁଃଖ ପ୍ରାପ୍ତି ମଧ୍ୟ ହୋଇପାରେ । ଆଜିକାଲି ଉଧାର ଦେବା ବା ନେବା ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ଖୁବ ଜରୁରୀ ଅଟେ ଓ ଅନ୍ୟକୁ ସାହାଯ୍ୟ କରିବା ପୁଣ୍ୟ କର୍ମ ଅଟେ । କିନ୍ତୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କେହି କେତେ ମଧ୍ୟ ଉଦ୍ଧାର ମାଗୁ ନା କାହିଁକି ଶ୍ରାବଣ ମାସରେ ଏହି 4ଟି ଜିନିଷ କାହାକୁ ମଧ୍ୟ ଦିଅନ୍ତୁ ନାହିଁ ।

ସର୍ବ ପ୍ରଥମେ ଶ୍ରାବଣ ମାସରେ ଭଗବାନ ସ୍ଭିବଙ୍କ ସମ୍ବନ୍ଧିତ ଯେକୌଣସି ଜିନିଷ ମଧ୍ୟ ଆପଣ କାହାକୁ ଉଧାର ଦିଅନ୍ତୁ ନାହିଁ । ଯେମିତି ଭଗବାନ ଶିବଙ୍କ ସହ ଜଡିତ କୌଣସି ଫଳ, ବସ୍ତ୍ର ଓ ଯେକୌଣସି ପୂଜା ସାମଗ୍ରୀ । ଏହିସବୁ ଆପଣ ଭୁଲରେ ମଧ୍ୟ କାହାକୁ ଉଧାର ବା ଦାନ ଭାବେ ଦିଅନ୍ତୁ ନାହିଁ । ବିଶ୍ବାସ କରାଯାଏ କି ଏହି ପ୍ରକାର ଜିନିଷ ଅନ୍ୟକୁ ଦେବା ଦ୍ଵାରା ଭୋଳାନାଥ ଆପଣଙ୍କ ଘରୁ ଅନ୍ୟ ଘରକୁ ଚାଲି ଯାଆନ୍ତି ଓ ସେ ଆପଣଙ୍କ ପାଇଁ ଯାହା କରିବାକୁ ଯାଉଥିଲେ ଆଉ ତାହା ଆପଣଙ୍କୁ ପ୍ରାପ୍ତି ହୁଏ ନାହିଁ ।

ଶ୍ରାବଣ ମାସକୁ ଧନ ପ୍ରାପ୍ତିର ମାସ ବୋଲି ମଧ୍ୟ ବିବେଚନା କରାଯାଏ । କାରଣ ସ୍ଵୟଂ ଭଗବାନ ଶିବ ଆପଣଙ୍କ ଘରକୁ ଆଗମନ କରନ୍ତି ଓ ସୁଖ ସମୃଦ୍ଧି ନେଇ ଆସନ୍ତି ସେଥିପାଇଁ ଏହି ମାସରେ କେହି ଆପଣଙ୍କୁ ଧନ ଉଧାର ମାଗିଲେ ଦିଅନ୍ତୁ ନାହିଁ କି କାହା ଠାରୁ ଧନ ଉଧାର ମଧ୍ୟ ନିଅନ୍ତୁ ନାହିଁ । ବିଶ୍ବାସ କରାଯାଏ କି ଏହି ମାସରେ ଉଧାର ଦେଲେ ଆପଣଙ୍କ ଧନ ଫେରି ଆସେ ନାହିଁ ଓ ଉଧାର ନେଇଥିବା ଧାନର କରଜ ମଧ୍ୟ ବଢିଚାଲେ ।

ଶ୍ରାବଣ ମାସରେ ଦୁଧ ଏବଂ ଦହି ଆଦି ଭଗବାନ ଭୋଳାନାଥଙ୍କୁ ଅର୍ପଣ କରାଯାଏ । ସେଥିପାଇଁ ଶ୍ରାବଣ ମାସରେ ସକାଳୁ ସକାଳୁ କିମ୍ବା ସନ୍ଧ୍ୟାକାଳରେ କେହି ଆପଣଙ୍କୁ ଏହି ସବୁ ଜିନିଷ ମାଗିବାକୁ ଆସିଲେ ତାକୁ ଏହି ସବୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ଘରର ସୁଖ ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ ଓ ଆପଣଙ୍କୁ ଭଗବାନ ଶିବଙ୍କ କ୍ରୋଧର ସାମନା ମଧ୍ୟ କରିବାକୁ ପଡିପାରେ ।

ଏହି ମାସରେ ଯଦି ଆପଣ କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଭୁଲରେ ମଧ୍ୟ ଆପଣ ପିନ୍ଧିଥିବା ଘଣ୍ଟା କିମ୍ବା ବଜାରରୁ ନୂଆ ଘଣ୍ଟା କିଣି ଉପହାର ଦିଅନ୍ତୁ ନାହିଁ । କାରଣ ପ୍ରତ୍ଯେକ ବ୍ୟକ୍ତି ସହ ତା ଭଲୟ ମନ୍ଦ ସମୟ ଚାଲିଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଉତ୍ତମ ସମୟ ଅନ୍ୟ ପାଖକୁ ଚାଲି ଯାଇପାରେ । ଏହା ସହ କାହା ପାଖରୁ ଘଣ୍ଟା ନେବା ମଧ୍ୟ ଆବଶ୍ୟକ ନୁହେଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।