ଯେତେବେଳେ ଠାକୁର ଘରୁ ବାହାରିଲା ନାଗ ସାପ, ଆଉ ତା’ ପରେ…ଦେଖନ୍ତୁ ଏହି Video

ଆମ ଦେଶରେ ସାପକୁ ଘରେ ଦେଖିବା ଦ୍ଵାରା କିଛି ଲୋକ ମାନେ ଶୁଭ ବୋଲି ମନେ କରିଥାନ୍ତି । ଆଉ କିଛି ଲୋକ ମାନେ ସାପକୁ ନିଜ ଘରେ ହେଉ ବା ଆଖ ପାଖରେ ହେଉ ଦେଖିଲେ ଭୟରେ ତାକୁ ମା-ରି ଦେଇଥାନ୍ତି ।

କିନ୍ତୁ ସାପକୁ ମା-ରି-ବା ଉଚିତ ନୁହେ । ଯଦି ଏପରି ହୋଇଥାଏ ତେବେ ସାପ ଧରାଳି ବା ବନ ବିଭାଗରେ ସୂଚନା ଦେଇ ସାପକୁ ତାଙ୍କୁ ହସ୍ତାନ୍ତର କରି ହେବ । ଆଜିର ଆମର ଏହି ଲେଖାରେ ଏମିତି କିଛି ଘଟଣା ରହିଛି । ଏହି ଭିଡିଓ ରେ ଜଣକ ଘରେ ସାପ ଠାକୁର ଘରୁ ଉଦ୍ଧାର କରା ଯାଇଛି । ଏହି ଘଟଣା ଟି ସମ୍ରାଇପୁର ଆରଡି ଛକରେ ଘଟିଛି ।

ଏହି ଭିଡିଓ ରେ ଯେଉଁ ମହିଳା ଜଣକ ଅଛନ୍ତି ସେ ନିଜ ମତରେ କହିଛନ୍ତି ଯେ ଠାକୁର ପୂଜା କରିବା ପାଇଁ ସେ ଠାକୁର ଘରକୁ ଯାଇଥିଲେ । ଏହା ପରେ ସେ ପୂଜା କରିବା ପରେ ସେଠାରୁ ସବୁ ଜିନିଷ ପତ୍ର ସଜାଡି ଦେଇ ବାହାରକୁ ଚାଲି ଆସିଥିଲେ ।

ଏହା ପରେ ତାଙ୍କୁ ଠାକୁର ଘରକୁ କିଛି ଶବ୍ଦ ଶୁଣାଗଲା । ଏହା ପରେ ସେ ଓ ତାଙ୍କ ପରିବାର ବର୍ଗ ଠାକୁର ଘରେ ଯାଇ ଦେଖିବାକୁ ପାଇଲେ ଯେ ଗୋଟେ ସାପ ଠାକୁରଙ୍କ ଫୋଟୋ ପାଖରେ ରହିଛି ଯାହାକୁ ଦେଖିବା ପରେ ସେମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ମଧ୍ୟ ହୋଇ ଯାଇଥିଲେ । ଏହା ପରେ ସେମାନେ ସାପ ଧରାଳିକୁ ଡାକି ସେହି ସାପକୁ ତାଙ୍କ ଘରୁ ବାହାର କରିବାରେ ସଫଳ ହୋଇଛନ୍ତି ।

ସାପ ଧରାଳି ଜଣକ ସାପକୁ ନିଜ ଉପାଯରେ ଧରିବାର ଦ୍ରୁଶ୍ଯ ଏହି ଭିଡିଓ ରୁ ଜଣା ପଡୁଛି । ତେବେ ସାପ କେବେ ଓ କେଉଁ ବାଟ ଦେଇ ଘରକୁ ପ୍ରବେଶ କରିଲା ସେ ବିଷୟରେ କିଛି ଜାଣି ନାହାନ୍ତି ବୋଲି ମହିଳା ଜଣକ କହିଛନ୍ତି । ଯେଉଁ ସାପ ଟି ମହିଳାଙ୍କ ଘରୁ ଉଧାର କରା ଯାଇଛି ତାହା କୋବ୍ରା ସାପ ବୋଲି ସାପ ଧରାଳି ଜଣକ ନିଜ ରାଏ ରେ କହିଛନ୍ତି ।

ଏହି ଭିଡିଓ ରେ ମହିଳା ଜଣକ ସାପକୁ ପ୍ରଣାମ କରିବାର ଦୃଶ୍ୟ ମଧ୍ୟ ନଜର ଆସୁଛି । ଏହି ଘଟଣା ରୁ ସ୍ପଷ୍ଟ ହେଉଛି ଯେ କିଛି ଲୋକ ମାନେ ନିଜ ଘରେ ସାପ ଦେଖି ଭଗବାନଙ୍କର କୃପା ବୋଲି ମନେ କରିଥାନ୍ତି ତ ଆଉ କିଛି କ୍ଷେତ୍ରରେ ସାପ କୁ ଧରିବା ପାଇଁ ସାପ ଧରାଳି କୁ ଡାକି ଏହାର ଉପାୟ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।