ପ୍ରେମିକାର ପ୍ରତାରଣା ସହି ନପାରି ଜୀବନ ହାରିଦେଲା ପ୍ରେମିକ, ଆଉ ମରିବା ପୂର୍ବରୁ ସୁଇସାଇଡ ନୋଟରେ ଯାହା ସବୁ ଲେଖି ଯାଇଛନ୍ତି ଜାଣିଲେ ଆପଣ ବି ହତବାକ ହୋଇଯିବେ

ଅସହ୍ୟ ହେଲା ପ୍ରେମିକାର ପ୍ରତାରଣା ଆଉ ପ୍ରେମ ନେଇଗଲା ସୌମ୍ୟଙ୍କ ଜୀବନ । “ମମି, ଡାଡି ଆଇ ଆମ ସରି । ମୋତେ କ୍ଷମା କରିଦେବ । ସୋନାଲି ନନ୍ଦ ମୋ ସହ ଖେଳିଲା । ମୋର ଟିକିଏ ଟିକିଏ ଭୁଲ ପାଇଁ ମାସ ମାସ ଧରି ମୋତେ ତଡପେଇଲା । ମୁଁ ଗଭୀର ଭାବରେ ଭାଙ୍ଗି ପଡିଛି । ଦୁନିଆ ଆଗରେ ମୁଁ ମୁହଁ ଦେଖାଇ ପାରିବିନି । ସମସ୍ତଙ୍କ ଆଗରେ ମୋତେ ଖରାପ କରିଦେଲା । ମୋର ଆଉ ଭଗବାନଙ୍କ ଉପରେ ବିଶ୍ବାସ ନାହିଁ । ତାଙ୍କୁ ୩୦ ବର୍ଷ ହେଲା ଡାକିକି କିଛିବି ଲାଭ ନାହିଁ ।

ସେ କେବଳ ମୋ ମନକୁ କଷ୍ଟ ହିଁ ଦେଇଛନ୍ତି । ଡାଡି ତୁମେ ମମିକୁ ଭଲପାଅ । ଦୁହେଁ ଖୁସିରେ ରୁହ । ଜୀବନଟା ମୋ ପାଇଁ ବୋଝ ହୋଇସାରିଛି । ମୁଁ ସବୁଦିନ ପାଇଁ ଦୁନିଆ ଛାଡି ଯାଉଛି ।” ମରିବା ପୂର୍ବରୁ ଏହିଭଳି ଏକ ସୁ-ଇ-ସା-ଇ-ଡ ନୋଟ ଛାଡିଗଲେ ଯୁବକ । ତାଙ୍କ ନାମ ହେଉଛି ସୌମ୍ଯରଞ୍ଜନ ପାଣିଗ୍ରାହୀ । ନାଁ ଯେମିତି ଚେହେରା ବି ସେମିତି । ଭୁବନେଶ୍ବରରେ କାଫେ ଚଲାଉଥିଲେ ଓ ବମ୍ବେରେ ମଡେଲି॰ କରୁଥିଲେ । ଆଜି ନନ୍ଦନ ବିହାର ଅଞ୍ଚଳରେ ଥିବା ଭଡାଘରୁ ଝୁ-ଲ-ନ୍ତା ଅବସ୍ଥାରେ ତାଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଛି ।

ପ୍ରାଥମିକ ତଦନ୍ତରୁ ଏହା ଆ-ତ୍ମ-ହ-ତ୍ୟା ବୋଲି ଜଣା ପଡିଥିବା ବେଳେ ଘଟଣାସ୍ଥଳରୁ ଜବତ ହୋଇଛି ଏକ ସୁ-ଇ-ସା-ଇ-ଡ ନୋଟ । ଏହି ନୋଟରେ ସେ ସୋନାଲି ନାମକ ଯୁବତୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଏତେ ଭଲପାଇବା ପରେ ମଧ୍ୟ ସେ କିଭଳି ତାଙ୍କ ସହ ଖେଳିଲେ ସେସବୁ ସେ ଗୋଟି ଗୋଟି କରି ଏହି କାଗଜରେ ଲେଖି ଯାଇଛନ୍ତି ।

ପ୍ରତାରଣାର ବେଦନାକୁ କାଗଜ ଉପରେ ଗାରେଇ ସବୁଦିନ ପାଇଁ ଛାଡି ଚାଲି ଯାଇଛନ୍ତି ସୌମ୍ଯ । ସୌମ୍ଯଙ୍କ ମୃତ୍ୟୁର କାରଣ ସାଜିଲେ ପ୍ରେମିକା ସୋନାଲି ନନ୍ଦ । ଏହି ପ୍ରେମ କାହାଣୀରେ ସୋନାଲି ଓ ସୌମ୍ଯଙ୍କ ବ୍ଯତୀତ ଲକି, ଅଜୟ ଓ ସାରସ୍ଵତ ଭଳି ଚରିତ୍ର ମଧ୍ୟ ରହିଛନ୍ତି । ଲକି ପାଇଁ ସୋନାଲି ଅଜୟଙ୍କୁ ଛାଡିଥିବା ସୁ-ଇ-ସା-ଇ-ଡ ନୋଟରେ ଲେଖିଛନ୍ତି ସୌମ୍ଯ । ଆଉ ଅଜୟ ଥିବା ସମୟରେ ହିଁ ସୋନାଲି ସୌମ୍ଯଙ୍କୁ ଫସାଇଥିଲେ ।

ତେବେ ସୋନାଲିର ପ୍ରତାରଣା ପରେ ଅଜୟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ସୌମ୍ଯ । ତେବେ ବର୍ତ୍ତମାନ ସାରସ୍ଵତଙ୍କ ପାଇଁ ସୌମ୍ଯଙ୍କୁ ଛାଡିଛନ୍ତି ସୋନାଲି । ଏହା ସୌମ୍ଯଙ୍କୁ ବହୁତ କଷ୍ଟ ଦେଇଥିଲା । ସେଥିପାଇଁ ସେ ଜୀବନ ହାରିଦେଲେ । ସୂଚନା ଅନୁସାରେ ସୌମ୍ଯଙ୍କ ପ୍ରେମିକା ସୋନାଲିଙ୍କ ଘର ଅନୁଗୁଳରେ ।

ଉଭୟ ଦୁଇ ବର୍ଷ ହେଲା ସମ୍ପର୍କରେ ଥିବା ସହ ସୋନାଲି ସୌମ୍ଯଙ୍କ ବାପାମାଆଙ୍କୁ ମମି ଡାଡି ବୋଲି ଡାକୁଥିଲେ ଓ ଏହାସହ ପରିବାରର ସବୁ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଥିଲେ ।ଚଳିତ ଡିସେମ୍ବରରେ ସେମାନଙ୍କ ବାହାଘର ପାଇଁ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲେ । ହେଲେ ସୋନାଲିଙ୍କ ଅନ୍ୟ ଏକ ପୁଅ ସହ ସମ୍ପର୍କ ସେମାନଙ୍କ ପ୍ରେମରେ ଫାଟ ସୃଷ୍ଟି କଲା । ତେବେ ମୃତ୍ୟୁ ପୂର୍ବରୁ ଫୋନ ପାସୱାର୍ଡ ଆଦି ଲେଖି ଯାଇଛନ୍ତି ସୌମ୍ଯ ଓ ଏହାସହ ଏଦିଗରେ ତଦନ୍ତ କରିବାକୁ ପୋଲିସକୁ ଅନୁରୋଧ ମଧ୍ୟ କରିଛନ୍ତି ।

ସେପଟେ ସୋନାଲି ଏଭଳି କାହା ଜୀବନ ସହ ନଖେଳୁ ଓ ତାକୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ସୌମ୍ଯଙ୍କ ପରିବାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।