ସୋସିଆଲ ମିଡିଆରେ ଭାଇରାଲ ହେଉଛି ହଳଦିଆ ରଙ୍ଗର କୁକୁରର ଫଟୋ, ଲୋକମାନେ ଡାକୁଛନ୍ତି ହଲ୍କ, ଦେଖନ୍ତୁ ଭିଡିଓ

କହିବାକୁ ଗଲେ ପ୍ରାୟତଃ ଲୋକମାନେ ନିଜର ମନ ପସନ୍ଦର ଜୀବଜନ୍ତୁ ପାଳିଥାନ୍ତି । ସେଥି ମଧ୍ୟରୁ ପ୍ରାୟତଃ ଲୋକମାନେ କୁକୁର ପାଳିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକେ ଏମିତି କୁକୁର ଛୁଆ ବିଷୟରେ କହିବୁ ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଆପଣ କୁକର ଛୁଆ କଳା, ଧଳା କିମ୍ବା ମାଟିଆ ରଙ୍ଗର ଦେଖିଥିବେ । କିନ୍ତୁ ହଳଦିଆ ରଙ୍ଗର କୁକୁର ଛୁଆ କେବେ ଦେଖିଛନ୍ତି ? ଆପଣଙ୍କୁ କହିଦେଉଛୁ କି ସୋସିଆଲ ମିଡିଆରେ ଏମିତି ହିଁ ଏକ କୁକୁର ଛୁଆର ଫଟୋ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହାର ନାମ ହଲ୍କ ରଖା ଯାଇଛି ।

ଏହି କୁକୁର ଛୁଆ କ୍ୟାଲିଫର୍ନିୟାର ଜଣେ ମହିଲାଙ୍କ ଘରେ ଜନ୍ମ ହୋଇଛି । ତାଙ୍କ ଅନୁସାରେ ଜିପ୍ସୀ ନାମକ ଏକ ହ୍ଵାଇଟ ଜର୍ମାନ ସେଫର୍ଡ ଏହି ଅଦ୍ଭୁତ କୁକୁର ଛୁଆକୁ ଜନ୍ମ ଦେଇଛି । ଏହା ଅଳ୍ପ ହଳଦିଆ ରଙ୍ଗର ଅଟେ । ଏହାର ରଙ୍ଗକୁ ଦେଖି ଏହାର ନାମ ହଲ୍କ ରଖା ଯାଇଛି । ଏଥିପାଇଁ ସୋସିଆଲ ମିଡିଆରେ ଏହି କୁକୁର ଛୁଆକୁ ବହୁତ ପସନ୍ଦ କରାଯାଉଛି ।

ପ୍ରକୃତିର ଏହି ଅଦ୍ଭୁତ କରିସ୍ମାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । କୁକୁର ଛୁଆର ଏକ ଭିଡିଓ ସେଠିକାର ଏକ ସ୍ଥାନୀୟ ରିପୋର୍ଟର Rex Hodge ନିଜର ଟ୍ୱିଟର ଆକାଉଣ୍ଟରେ ପୋସ୍ଟ କରିଛନ୍ତି । ସେ କହିଲେ କି ଜିପ୍ସୀ ନାମକ କୁକୁର ୪ଟି ଛୁଆ ଜନ୍ମ ଦେଇଥିଲା । ସେଥିରେ ହଲ୍କ ର ରଙ୍ଗ ସବୁଠୁ ଅଲଗା ଥିଲା । କୁକୁର ଛୁଆର ଫଟୋ ତାହାର ମାଲିକାଣୀ ବି ନିଜର ଫେସବୁକରେ ଶେୟାର କରିଛନ୍ତି । ସେ ଲେଖିଲେ କି, ‘ଆମର ଜର୍ମନ ଶେଫର୍ଡ ଏକ ବ୍ରାଇଟ ଗ୍ରୀନ ରଙ୍ଗର କୁକୁର ଛୁଆକୁ ଜନ୍ମ ଦେଇଛି, ଯିଏକି ବର୍ତ୍ତମାନ ୫ ଦିନର ଅଟେ ।