ଭାରତର ସେହି ରହସ୍ୟମୟୀ ଗୁମ୍ଫା, ଯେଉଁଠି ଅଛି ଭୂଲଭୁଲୈୟା, ଭିତରକୁ ଯିବେ ତ ବାହାରକୁ ବାହାରିବା ହେଇଯିବ ମୁସ୍କିଲ

ଭାରତ ଏକ ଏମିତି ଜାଗା ଅଟେ, ଯାହା ରହସ୍ୟମୟୀ ଜିନିଷ ଦ୍ଵାରା ଭରପୁର ଅଟେ । କହିବାକୁ ଗଲେ ଏକ ଏମିତି ହିଁ ରହସ୍ୟମୟୀ ଜାଗା ମେଘାଳୟରେ ଅଛି । କହିବାକୁ ଗଲେ ବର୍ଷ ୨୦୧୬ରେ ଏଠିକାର ବୈଜ୍ଞାନିକମାନେ ଏକ ରହସ୍ୟମୟୀ ଗୁମ୍ଫା ଖୋଜି ବାହାର କରିଥିଲେ, ଯାହାକୁ ବଳୁଆ ପଥର ଦୁନିଆର ସବୁଠୁ ଲମ୍ବା ଗୁମ୍ଫା କୁହାଯାଏ । ଭୟଙ୍କର ଦେଖାଯାଉଥିବା ଏହି ଗୁମ୍ଫାରେ ବହୁତ ଭୂଲଭୁଲୈୟା ଅଛି । ଗୁମ୍ଫା ଭିତରକୁ ଥରେ ଯଦି ପ୍ରବେଶ କରିବେ ତେବେ ସେଠୁ ବାହାରକୁ ବାହାରିବା ବଭୁତ କଷ୍ଟ ଅଟେ ।

ଏହି ଗୁମ୍ଫାର ନାମ କ୍ରେମ ପୁରୀ ଅଟେ । ୨୪.୫ କିଲୋମିଟର ର ଏହି ଗୁମ୍ଫା ପୃଥିବୀ ପୃଷ୍ଟରେ ସର୍ବାଧିକ ବର୍ଷା ପାଇଁ ପ୍ରସିଦ୍ଧ ମାସିନରାମର ସବୁଜ ପରିବେଶ ମଧ୍ୟରେ ୧୩ ବର୍ଗ କିଲୋମିଟରର ପର୍ଯ୍ୟନ୍ତ ବ୍ୟାପିଛି । ଏହି ଗୁମ୍ଫାକୁ ୩୦ ଜଣ ବୈଜ୍ଞାନିକମାନଙ୍କର ଏକ ଟିମ ଖୋଜିଥିଲେ । ଯେଉଁଥିରେ ଭୂବିଜ୍ଞାନୀ, ଜଳବିଜ୍ଞାନୀ, ଜୀବବିଜ୍ଞାନୀ ଓ ପୁରାତତ୍ତ୍ଵବିଦ ବି ସାମିଲ ଥିଲେ ।

ବିବିସି ଅନୁସାରେ, ଏହି ଗୁମ୍ଫା ଭିତରେ ନିଜ ନିଜ ମଧ୍ୟରେ ଯୋଡି ହୋଇଥିବା ଗଳି ଗୁଡିକର ଚକ୍ରବ୍ୟୁହ ଅଛି । ଏହାର ଆକୃତି ବି ବିଲକୁଲ ଅଲଗା ଅଟେ, ଯାହା ଏହାକୁ ବାସ୍ତବରେ ଏକ ଭୂଲଭୁଲୈୟା କରିଥାଏ । ଏଠି ପ୍ରଚୁର ମାତ୍ରାରେ ଜୀବ, ବେଙ୍ଗ, ମାଛ, ବିଶାଳ ଭୟଙ୍କର ବୁଢିଆଣୀ ଓ ବାଦୁଡି ବି ଅଛନ୍ତି । ବୈଜ୍ଞାନିକମାନଙ୍କୁ ଏହି ଗୁମ୍ଫାରେ ଶାର୍କ ଓ ସାମୁଦ୍ରିକ ଡାୟନାସୋରର କିଛି ହାଡ ବି ମିଳିଥିଲା ଯିଏ କି ପାଖାପାଖି ୬ କୋଟି ବର୍ଷ ପୂର୍ବେ ସମୁଦ୍ରରେ ମିଳୁଥିଲେ ।

ଏହି ଗୁମ୍ଫାର ତାପମାତ୍ରା ୧୬ – ୧୭ ଡିଗ୍ରୀ ଅଟେ । ବାହାର ତାପମାତ୍ରା ଯେତିକି ହୋଇଥାଉ ନା କାହିଁକି ଏହାର ତାପମାତ୍ରା ଏତିକି ହିଁ ରହିଥାଏ । ଏଠି ଅକ୍ସିଜେନର କୌଣସି ଅସୁବିଧା ନାହିଁ, କାରଣ ଏହି ଗୁମ୍ଫାରେ ଥିବା ଛୋଟ ଛୋଟ ରାସ୍ତାରେ ପବନ ଯିବା ଆସିବା କରିଥାଏ ।