ରାତି ସାରା ଦୌଡି ଥିଲା ନାରକୋଟିକ୍ସ ଟିମ, ଶୋଇ ରହିଥିଲା ଖାକି

ପ୍ରୟାଗ ରାଜ ଜିଲ୍ଲାର ନାରକୋଟିକ୍ସ ଟିମକୁ ବଡ ସଫଳତା ମିଳିଛି । ନାରକୋଟିକ୍ସ ଟିମ ପ୍ରୟାଗ ରାଜର ରାଷ୍ଟ୍ରୀୟ ରାଜମାର୍ଗରେ ସ୍ଥିତ ହର୍ରୋ ଗାଁରେ ଏକ ଟ୍ରକକୁ ଧରିଛନ୍ତି । ଏହି ଟ୍ରକ ଓଡିଶାରୁ ପ୍ରତାପଗଡ ଯାଉଥିଲା । ପୋଲିସକୁ ଟ୍ରକରେ ୪୫୨ କିଲୋ ଗ୍ରାମ ର ଗଞ୍ଜେଇ ମିଳିଥିଲା । ବର୍ତ୍ତମାନ ଟ୍ରକ ଡ୍ରାଇଭରକୁ ହାଜତରେ ରଖାଯାଇଛି । ଏହି ଘଟଣା ଘଟିଛି ପ୍ରୟାଗ ରାଜ ଜିଲ୍ଲାରେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଟ୍ରକକୁ ଧରିବା ସମୟରେ ଟ୍ରକ ଡ୍ରାଇଭର ଫେରାର ହେବା ପାଇଁ ଚେଷ୍ଟା କରିଥିଲା, ହେଲେ ଶେଷ ସମୟରେ ତାକୁ ଧରି ନେଇଥିଲେ । ଏହି ଖବର ପାଇ ଗଞ୍ଜେଇ ବ୍ୟାପାର କରୁଥିବା ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଖବର ଅନୁସାରେ ପ୍ରତାପ ଗଡରେ ମିଶ୍ରା ରୋଡ ଲାଇନ୍ସ ନାମକ ଟ୍ରାନ୍ସପୋର୍ଟ ରହିଛି । ଏହି ଟ୍ରାନ୍ସପୋର୍ଟରେ ବହୁତ ଦିନ ହେବ ଅବୈଧ ରୂପରେ ଗ୍ଳୁକୋଜ ନାମରେ ଗଞ୍ଜେଇ ଆଣି କାରୋବାର ହେଉଥିଲା ।

ଏହି ଟ୍ରକ ଓଡିଶାରୁ ଗଞ୍ଜେଇ ନେଇ ପ୍ରତାପ ଗଡ ସହ ଅନ୍ୟ କେତେକ ସ୍ଥାନରେ ବ୍ୟାପାର କରୁଥିଲା । ଏହାର ସୂଚନା ନାରକୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ ଲକ୍ଷ୍ନୌ ଟିମକୁ ଜଣା ପଡିଲା ପରେ, ସେମାନେ ଟ୍ରକ ଉପରେ ନଜର ରଖିଥିଲେ ।

ଟିମ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ସୀମାରେ ଥିବା ଶଙ୍କର ଗଡ ଥାନା କ୍ଷେତ୍ରରେ ଚେକିଙ୍ଗ କରିବା ଆରମ୍ଭ କରିଦେଇଥିଲା । ଅନ୍ୟ ଏକ ଟ୍ରକ ଉତ୍ତର ପ୍ରଦେଶରେ ପଶିବା ପରେ ସେମାନେ କୋତବଲି କ୍ଷେତ୍ରର ଗନ୍ନେ ଟୋଲ ପ୍ଲାଜା ପର୍ଯ୍ୟନ୍ତ ସେହି ଟ୍ରକର ପିଛା କରିଥିଲେ । ଯେତେବେଳେ ଗଞ୍ଜେଇ ଟ୍ରକ ଆସିଥିଲା, ସେମାନେ ସେହି ଟ୍ରକକୁ ଅଟକାଇ ଦେଇଥିଲେ ।

ପୋଲିସକୁ ସେହି ଟ୍ରକରେ ୪୫୨ କିଲୋ ଗ୍ରାମର ଗଞ୍ଜେଇ ମିଳିଥିଲା । ଯାହା କ୍ଲୁଗୋଜ ନାମରେ ଟ୍ରାନ୍ସପୋର୍ଟ ହେଉଥିଲା । ଟ୍ରକରୁ ମିଳିଥିବା ଗଞ୍ଜେଇର ମୂଲ୍ୟ ଅନ୍ତଃ ରାଷ୍ଟ୍ରୀୟ ବଜାରରେ ୫୦ ଲକ୍ଷ ଟଙ୍କାରୁ ବି ଅଧିକ ଅଟେ । ପୋଲିସ ଗଞ୍ଜେଇ ସହିତ ଟ୍ରକକୁ ସିଜ୍ କରିଦେଇଛି ଓ ଡ୍ରାଇଭରକୁ ହାଜତରେ ରଖିଛି ।