“Sonali ର କଲ୍ ରେକର୍ଡରୁ ଜଣାପଡୁଛି ସେ…” Soumya ଙ୍କ ସୁଇସାଇଡ ମାମଲାରେ ଏମିତି କହୁଛନ୍ତି ଲୋକେ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ଭୁବନେଶ୍ବର ଯୁବ ବ୍ୟବସାୟୀ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ପ୍ରାୟ ୧୫ଦିନ ପାଖାପାଖି ହେଲାଣି । କିନ୍ତୁ ଏଯାଏଁ ତାଙ୍କ ପ୍ରେମିକା ସୋନାଲିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ପୋଲିସ । ସୌମ୍ଯ ଆତ୍ମହତ୍ୟା କରିବା ସହ ଏହା ପୂର୍ବରୁ ଏକ ସୁଇସାଇଡ ନୋଟ ମଧ୍ୟ ଛାଡି ଯାଇଥିଲେ । ଯେଉଁଥିରେ ସେ ପ୍ରେମିକା ସୋନାଲିଙ୍କ ଉପରେ ତଦନ୍ତ ହେଉ ବୋଲି ସ୍ପଷ୍ଟ ଲେଖିଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଭଲପାଇବା ପରେ ବି ସୋନାଲି ନନ୍ଦଙ୍କ ପ୍ରତାରଣା ସୌମ୍ଯଙ୍କୁ ବହୁତ ବାଧିଥିଲା ।

ସୌମ୍ଯ ଏବଂ ସୋନାଲିଙ୍କ ପରିବାର ଉଭୟ ସେମାନଙ୍କ ବାହାଘର ପାଇଁ ମଧ୍ୟ ରାଜି ଥିଲେ । ଏହି ବର୍ଷ ମଧ୍ୟରେ ହୁଏତ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । କିନ୍ତୁ ସୋନାଲି ସାରସ୍ଵତ ନାମକ ଅନ୍ୟ ଜଣେ ପୁଅଙ୍କ ସହ କଥା ହେବା ସୌମ୍ଯଙ୍କୁ ଭଲ ଲାଗି ନଥିଲା । ସେ ଏହି ବାବଦରେ ସୋନାଲିଙ୍କୁ ବୁଝାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ସୋନାଲି ଓଲଟା ସୌମ୍ଯଙ୍କୁ ମୁହଁ ଜବାବ ଦେଇ କୁକୁର ମାଙ୍କଡ ପରି ତାଙ୍କ କଥାର ଉତ୍ତର ଦେଇଥିଲା ।

ଯାହା କିଛିଦିନ ତଳେ ଭାଇରାଲ ହୋଇଥିବା ସୌମ୍ଯ ଏବଂ ସୋନାଲିଙ୍କ ଶେଷ କଲ୍ ରେକର୍ଡରୁ ଜଣାପଡିଛି । ମୃତ୍ୟୁ ପୂର୍ବରୁ ଏହା ଥିଲା ସୋନାଲି ଏବଂ ସୌମ୍ଯଙ୍କ ଶେଷ କଥା । ଏହାପରେ ସୌମ୍ଯ ଯେତେ କଲ୍ କଲେ ମଧ୍ୟ ସୋନାଲି ଉଠାଇ ନଥିଲେ କି ତାଙ୍କର କୌଣସି ମେସେଜର ମଧ୍ୟ ଉତ୍ତର ଦେଇ ନଥିଲେ । ସୌମ୍ଯ ସୁଇସାଇଡ କରିବା ରାତିରେ ଅନେକ ଥର ସୋନାଲିଙ୍କୁ କଲ୍ କରିଥିଲେ ।

ସୋନାଲିଙ୍କ ଏହିଭଳି ବ୍ୟବହାର ଏବଂ ପ୍ରତାରଣା ସହିବା ସୌମ୍ଯଙ୍କ ପକ୍ଷେ ସମ୍ଭବ ହେଉ ନଥିଲା । ଆଉ ସେଥିପାଇଁ ସେ ଶେଷରେ ଦୁନିଆ ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଲେ । ଆଉ ଶେଷରେ ସୁଇସାଇଡ ନୋଟରେ ସୋନାଲିଙ୍କ ପ୍ରତାରଣାକୁ ଗୋଟି ଗୋଟି ଲେଖିଗଲେ । ଏହାପରେ ଏବେ ସୋନାଲିଙ୍କୁ ସମସ୍ତେ ଦୋଷ ଦେଉଛନ୍ତି । ସୋନାଲିଙ୍କ ରୁକ୍ଷ ବ୍ୟବହାର ଏବଂ ସୌମ୍ୟଙ୍କ ପ୍ରତି ତାଙ୍କର ଏଭଳି କଥାବାର୍ତ୍ତାକୁ କେହି ମଧ୍ୟ ପସନ୍ଦ କରୁ ନାହାନ୍ତି ।

ସୋନାଲି ଜଣେ ଅଭଦ୍ର ଏବଂ ଅଶ୍ଳୀଳ ଝିଅ ବୋଲି ଲୋକେ ମତ ଦେଉଛନ୍ତି । ତେବେ ଦେଖାଯାଉ ସୋନାଲିଙ୍କ ବିରୋଧରେ ପୋଲିସ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।