ସଉତୁଣୀ ହେବାକୁ ସଜବାଜ ହେଉଛନ୍ତି କି Jagrati Shukla ? ସୋସିଆଲ ମିଡିଆରେ Varsha ଙ୍କୁ ଟାର୍ଗେଟ କରି କଣ କହିଲେ ଦେଖନ୍ତୁ !

ସଉତୁଣୀ ହେବାକୁ ସଜବାଜ ହେଉଛନ୍ତି କି ଜାଗ୍ରତି ଶୁକ୍ଲା । ଫେସବୁକରେ ବର୍ଷାଙ୍କୁ ଦେଖେଇ ଦେଖେଇ ଗୋଟି ଗୋଟି କଥା ଲେଖି ଚାଲିଛନ୍ତି ଜାଗ୍ରତି । କେତେବେଳେ ବର୍ଷା ନିଜ ଡକ୍ୟୁମେଣ୍ଟରେ ଫେକ୍ ନାଁ ଲେଖୁଛନ୍ତି ତ ଆଉ କେତେବେଳେ ଶାଶୁ ଶ୍ଵଶୁରଙ୍କୁ କିଭଳି ବର୍ଷା ହତାଦର କରୁଛନ୍ତି ସେନେଇ ଦୁନିଆ ସାମ୍ନାରେ ଜଣାଇ ଦେଉଛନ୍ତି । ବର୍ଷାଙ୍କ ସହ ଶୀତଲ ଯୁଦ୍ଧ କରିବାକୁ ଦୁନିଆ ସାମ୍ନାରେ ଜାଗ୍ରତି ଅଣ୍ଟା ଭିଡି ସାରିଲେଣି । ଅନୁଭବ ମହାନ୍ତି ତାଙ୍କର ଭଲ ବନ୍ଧୁ ବୋଲି ସେ ଉଭୟ ପରିଚୟ ଦେଉଛନ୍ତି ।

କିନ୍ତୁ ବୁଲେଇ ବୁଲେଇ ପରସ୍ପରଙ୍କ ହିତ କଥା ଚିନ୍ତା କରୁଛନ୍ତି । ଆପଣ ଥରେ ଚିନ୍ତା କରନ୍ତୁ କି କେହି ଜଣେ ନିଜର ବ୍ୟକ୍ତି ହିଁ ଏମିତି କାହାର ହିତ କଥା ଭାବି ପାରିବ । ଅନୁଭବ ମହାନ୍ତିଙ୍କ ଲିଗାଲ ସ୍ତ୍ରୀ ବର୍ଷାଙ୍କୁ ବୁଲେଇ ବୁଲେଇ ଅନେକ କଥା ଲେଖି ସାରିବା ପରେ ଏବେ ଶାଶୁ ଶ୍ଵଶୁରଙ୍କ ଚିନ୍ତା ଘାରିଛି ଜାଗ୍ରତିଙ୍କୁ । ସେ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି କି ଜଣେ ଅଭିନେତାଙ୍କ ବୃଦ୍ଧ ଏବଂ ରୋଗିଣା ବାପମା’ ଏବେ ନିଜ ଘରଛାଡି ଭଡାଘରେ ରହୁଛନ୍ତି । ଏହାସହ ଅନେକ କଷ୍ଟ ମଧ୍ୟ ଭୋଗୁଛନ୍ତି ।

କିନ୍ତୁ ତାଙ୍କ ସ୍ତ୍ରୀ ପୁରା ଉପରେ ମାଡି ବସିଛନ୍ତି । ଆପଣ କୁହନ୍ତୁ ଏହା କଣ ଠିକ କଥା ବୋଲି ପ୍ରଶ୍ନ କରିଛନ୍ତି ଜାଗ୍ରତି ଶୁକ୍ଲା । ଏହାସହ ସେ ମିଡିଆକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି କି ମିଡିଆରେ ଏହି କଥାକୁ କାହିଁକି ପ୍ରସାରଣ କରା ଯାଉନାହିଁ ? ଯେବେ ସାଂସଦ ଅନୁଭବ ମହାନ୍ତି ପୁରା ପରିବାରକୁ ନେଇ ଦିଲ୍ଲୀ ଚାଲି ଯାଇଥିଲେ ସେତେବେଳେ ବର୍ଷା ତାଙ୍କ ଘରେ ଏକୁଟିଆ ରହିଥିଲେ ।

ଏହାକୁ ନେଇ ବର୍ଷା ମଧ୍ୟ ସେବେ ଅନେକ କଥା କହିଥିଲେ । ତେବେ ବର୍ଷାଙ୍କୁ ଏମିତି ସୋସିଆଲ ମିଡିଆରେ ଟାର୍ଗେଟ କରି ଜାଗ୍ରତି କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ? ଆଗକୁ ହୁଏତ ଏହି ସଉତୁଣୀ କଳି ଦେଖାଯିବ । ତେବେ ଜାଗ୍ରତିଙ୍କ ଏହି ପୋଷ୍ଟ ବିରୋଧରେ ବର୍ଷା କଟକ ପୁରୀଘାଟ ଥାନାରେ ଏକେ ଏତଲା ଦେଇଛନ୍ତି । ଅନ୍ୟପଟେ ଏହି ମାମଲାରେ ସାଂସଦ ଅନୁଭବ ମହାନ୍ତି ଏବେ ଯାଏଁ ନୀରବ ଅଛନ୍ତି ।

ବର୍ଷାଙ୍କ ସହ ତାଙ୍କ ବିବାଦକୁ ନେଇ ଜାଗ୍ରତି ଯାହା ପୋଷ୍ଟ କରିଛନ୍ତି ସେନେଇ ଅନୁଭବ କଣ ସିଧାସଳଖ ମତ ରଖିବେ ନା ଏହି କଥାକୁ ଏମିତି ବୁଲେଇ ବଙ୍କେଇ ରଖିବେ ତାହା କେବଳ ସମୟ ହିଁ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।