ଭାରତ ଉପରେ ଆକ୍ରମଣ କରିବାକୁ ଚାଇନା କରୁଛି କି ଯୋଜନା, ସୀମାରେ ଚାଇନାର କାର୍ଯ୍ୟକଳାପକୁ ନେଇ ଆମେରିକା କଣ କହିଲା ଦେଖନ୍ତୁ !

ଭାରତ ଉପରେ ଆକ୍ରମଣ ହେବାକୁ ସଜବାଜ ହେଉଛି ଚାଇନା । ଏନେଇ ଭାରତକୁ ସତର୍କ କରାଇଛି ଆମେରିକା । ହ୍ଵାଇଟ ହାଉସ ତରଫରୁ ଏନେଇ ଭାରତ ସରକାରଙ୍କୁ ସୂଚନା ଦିଆଯାଇଛି । ଆମେରିକା ସୂଚନା ଦେବା ସହ ଏନେଇ ପ୍ରସ୍ତୁତ ରହିବାକୁ ମଧ୍ୟ ଚେତାଇ ଦେଇଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ନିଜ ସୈନିକଙ୍କୁ ଏକାଠି କରୁଥିବା ଖବର ମିଳିଛି । କେତେବେଳେ ବି ଚାଇନା ଭାରତ ସୀମାରେଖା ମଧ୍ୟକୁ ପ୍ରବେଶ କରିପାରେ ବୋଲି ଆମେରିକା ସୁଚାଇ ଦେଇଛି ।

ସୀମାରେ ହଲଚଲ ପରେ ଭାରତ ଚୀନ ସୀମାରେ ଏବେ ସମସ୍ତଙ୍କ ନଜର । ଏପରିକି ନିୟନ୍ତ୍ରଣ ରେଖାରେ ଚାଇନା ସୈନ୍ୟ ଏକତ୍ରିତ ହେବା ଖବର ମିଳିବା ପରେ ଚିନ୍ତା ବଢିଛି । ଏପରିକି ଭାରତ ପ୍ରଶାନ୍ତ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । କିନ୍ତୁ ଉଭୟ ଦେଶ ମଧ୍ୟରେ ସ୍ଥିରତା ବଜାୟ ରହୁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ସେପଟେ କ୍ଵାକ ସମ୍ମିଳନୀ ଚାଲିଥିବା ବେଳେ ଚୀନର ଏପରି ଷଡଯନ୍ତ୍ର ସାମନାକୁ ଆସିଛି ।

ଏହାସହ କୂଟନୈତିକ କ୍ଷେତ୍ରରେ ମଧ୍ୟ ଚୀନ ଭାରତକୁ ବିଶ୍ବ ସ୍ତରରେ ଘେରିବା ପାଇଁ ଯୋଜନା କରୁଥିବା ମଧ୍ୟ କ୍ଵାକ ସମ୍ମିଳନୀରେ କୁହାଯାଇଛି । ତେବେ ହ୍ଵାଇଟ ହାଉସରୁ ଏଭଳି ସୂଚନା ମିଳିବା ପରେ ଭାରତ ସରକାର ଏ ବାବଦରେ ଚର୍ଚ୍ଚା ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ରଖିବେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଭାରତ ଏବଂ ଚୀନ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ ।

ଭାରତର ପ୍ରକୃତ ନିୟନ୍ତ୍ରଣ ରେଖା ପାର କରି ଚୀନ ସୈନ୍ୟ ଅନୁପ୍ରବେଶ କରୁଥିବାର ନଜିର ରହିଛି । ଏମିତିକି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିବା ନେଇ ସୂଚନା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ୨୮ ତାରିଖ ଦିନ ଚାଇନା ସ୍ପଷ୍ଟ ଭାବେ କହିଛି କି ସୀମାରେ ଯେଉଁ ବିବାଦ ଦେଖାଦେଇଛି ତାହା ଦୁଇ ଦେଶ ମଧ୍ୟରେ ରହିଛି । ତେଣୁ ଆମେରିକା ଏହି ମାମଲାରେ କୌଣସି ପ୍ରସଙ୍ଗ ଉଠାଇବା ବା ହସ୍ତକ୍ଷେପ ନ କରିବା ଉଚିତ ।

ଉଭୟ ଦେଶ ଏହି ପ୍ରସଙ୍ଗରେ ଆଲୋଚନା କରି ସମାଧାନ କରିବ । ଏହାସହ ଲଦାଖରେ ଚାଇନା କରୁଥିବା କାର୍ଯ୍ୟକୁ ଭାରତ ଦୃଢ ଭାବେ ବିରୋଧ କରୁଛି । ଆଉ ଏପରି ସମୟରେ ଭାରତ ଉପରେ ପୁଣି ଥରେ ଆକ୍ରମଣ କରିବାକୁ ଚାଇନା ଯୋଜନା କରୁଥିବା ଖବର ଆମେରିକା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।