“ସୋନାଲିଙ୍କ ପାଇଁ ପୋଲିସ ର ପାତର-ଅନ୍ତର ନୀତି…” ଆଜି Soumya ଙ୍କ ଦଶାହ ହୋଇଥିବା ବେଳେ ଏହି ମାମଲାରେ କିଛି ଏମିତି କହିଲେ ବିଶିଷ୍ଟ ଆଇନଜୀବୀ Bana Mohanty

ଭୁବନେଶ୍ବର ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ଆ-ତ୍ମ-ହ-ତ୍ୟା ଘଟଣାକୁ ପ୍ରାୟ ଦଶ ଦିନ ବିତିଗଲାଣି । କିନ୍ତୁ ପୋଲିସର ତଦନ୍ତ ପ୍ରକ୍ରିୟାରେ ଏବେବି ଶିଥିଳତା ଦେଖିବାକୁ ମିଳୁଛି । ସୋନାଲିଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିଲେ ମଧ୍ୟ ଏଯାଏଁ ପୋଲିସ ତାଙ୍କୁ ଆରେଷ୍ଟ କରିନାହିଁ । ସୌମ୍ଯ ନିଜ ସୁ-ଇ-ସା-ଇ-ଡ ନୋଟରେ ମଧ୍ୟ ସ୍ପଷ୍ଟ ଭାବେ ଲେଖିଥିଲେ କି, ସୋନାଲି ହିଁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି । ସୌମ୍ଯଙ୍କ ଘରଲୋକ ମଧ୍ୟ ପୋଲିସର ତଦନ୍ତରେ ଖୁସି ନଥିବା ଦେଖିବାକୁ ମିଳୁଛି ।

ତେବେ ବର୍ତ୍ତମାନ ଏହି ମାମଲାରେ ମୁହଁ ନିଜ ମତ ପ୍ରକାଶ କରିଛନ୍ତି ବିଶିଷ୍ଟ ଆଇନଜୀବୀ ବନ ମହାନ୍ତି । ସେ କହିଛନ୍ତି କି ସମସ୍ତ ପ୍ରମାଣରୁ ଜଣାପଡିଛି ଯେ ସୌମ୍ଯଙ୍କୁ ସୁ-ଇ-ସା-ଇ-ଡ କରିବା ପାଇଁ ସୋନାଲି ହିଁ ଉସୁକାଇ ଥିଲେ । ଆଉ ଏଥିପାଇଁ ସୋନାଲି ଦଫା ୩୦୬ରେ ଗିରଫ ହୋଇ କୋର୍ଟ ଚାଲାଣ ହେବା ଉଚିତ । ସାରା ଓଡିଶାବାସୀ ଦେଖୁଛନ୍ତି ଓ ଶୁଣୁଛନ୍ତି ଯେ ଏହି ମାମଲାରେ ସୋନାଲି ସଂପୂର୍ଣ୍ଣ ଭାବେ ଦୋଷୀ । ସେମାନଙ୍କ ଅଡିଓ କଲ୍ ମଧ୍ୟ ଭାଇରାଲ ହେଉଛି ।

ସେଥିରୁ ଜଣାପଡୁଛି କି, ସୋନାଲି କିପ୍ରକାର ଭାବେ ସୌମ୍ଯଙ୍କୁ ବ୍ୟବହାର କରୁଛନ୍ତି । ସୌମ୍ଯ ବାରମ୍ବାର ସୁ-ଇ-ସା-ଇ-ଡ କଥା କହୁଥିଲେ ମଧ୍ୟ ଏହାକୁ ସୋନାଲି କିମ୍ବା ତାଙ୍କ ମାଆ କେହି ମଧ୍ୟ ଗମ୍ଭୀରତାର ସହ ନେଉଆ ନାହାନ୍ତି । ସୌମ୍ଯ ଖୋଦ ନିଜ ସୁ-ଇ-ସା-ଇ-ଡ ନୋ-ଟ-ରେ ସୋନାଲିଙ୍କ ଉପରେ ତଦନ୍ତ କରାଯାଉ ବୋଲି ଲେଖିଛନ୍ତି । ଏହିସବୁ ସତ୍ତ୍ୱେ ସୋନାଲିଙ୍କୁ କଣ ପାଇଁ ଆରେଷ୍ଟ କରାଯାଉ ନାହିଁ ଏହାର ଉତ୍ତର କେବଳ ପୋଲିସ ଦେଇପାରିବ ।

ଏମିତି ଆଉ କଣ ପ୍ରମାଣ ରହିଛି ଯାହା ମିଳିଲେ ଯାଇ ସୋନାଲିଙ୍କୁ ପୋଲିସ ଆରେଷ୍ଟ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଭାରତୀୟ ଦଣ୍ଡବିଧି ପେନାଲ କୋଡ ୩୦୬ରେ ସୋନାଲିଙ୍କ ବିରୋଧରେ ଏକ ମାମଲା ସପଷ୍ଟ ଉଠୁଛି । କିନ୍ତୁ ଏହା ସତ୍ତ୍ୱେ ଆଜିକୁ ୧୦ଦିନ ହେଲା ପୋଲିସ କଣ ପାଇଁ ନୀରବ ରହିଛି ଏହା ସବୁଠୁ ବଡ ପ୍ରଶ୍ନ । ସୋନାଲିଙ୍କ ଜାଗାରେ ଯଦି ପୁଅଟିଏ ଥାଆନ୍ତା ତେବେ ସେ ତୁରନ୍ତ ଆରେଷ୍ଟ ଓ ତାଙ୍କ ପରିବାର ବର୍ଗଙ୍କୁ ଅନେକ ଅ-ତ୍ୟା-ଚା-ର ସହିବାକୁ ପଡିଥାନ୍ତା ।

କିନ୍ତୁ ଏହି ମାମଲାରେ ପୋଲିସ ପାତର-ଅନ୍ତର ନୀତି ଅବଲମ୍ବନ କରୁଛି ବୋଲି ସେ କହିଛନ୍ତି । ଏହି ମାମଲାରେ ପୋଲିସ ସୋନାଲିଙ୍କୁ ପଚରା ଉଚରା କରିବା ସହ ତାଙ୍କ ଅନ୍ୟ ବୟଫ୍ରେଣ୍ଡ ସାରସ୍ଵତଙ୍କ ଭୂମିକା ଏଥିରେ ରହିଛି କି ନାହିଁ ତାହା ତଦନ୍ତ କରିବା ଉଚିତ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।