ଓଡିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ Pushpa ର କ୍ରେଜ, ସାମୀ ସାମୀ ପରେ ଏବେ ସ୍ଵାମୀ ସ୍ଵାମୀ ଗୀତରେ ସମସ୍ତଙ୍କୁ ନଚାଉଛନ୍ତି Singer Humane Sagar ଏବଂ Aseema Panda, ଦେଖନ୍ତୁ Video

ଫିଲ୍ମ ପୁଷ୍ପାର ଗୀତ ‘ସାମୀ ସାମୀ’ ଏବେ ସାରା ଦେଶରେ ଟ୍ରେଣ୍ଡରେ ରହିଛି । ସେହିପରି ଓଡିଶାରେ ମଧ୍ୟ ଏହି ସାମୀ ସାମୀ ଗୀତର କ୍ରେଜ ବଢୁଛି । ଏହି ଗୀତକୁ ଓଡିଆରେ ‘ସ୍ଵାମୀ ସ୍ଵାମୀ’ ବୋଲି ରିମେକ କରାଯାଇଛି । ଯାହା ପ୍ରତ୍ଯେକ ଛକ ମୁଣ୍ଡରେ ବ୍ୟାଣ୍ଡ ବାଜାରେ ଏବେ ବାଜୁଛି । ଏହି ଓଡିଆ ଗୀତଟି ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଯେଉଁଠି ଦେଖିବେ କିଏ ନା କିଏ ଏହି ଗୀତକୁ ବଜାଉଥିବେ ନଚେତ ଶୁଣୁଥିବେ । ଓଡିଆ ଗାୟକ ହୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡା ଏହି ଗୀତରେ କଣ୍ଠଦାନ କରିଛନ୍ତି ।

ଆଉ ଏହି ଗୀତକୁ ନେଇଏ ଏବେ ଭାରି ଚର୍ଚ୍ଚା ହେଉଛି । “ପାଲିଙ୍କି ପଜାଇ ବାଜା ବଜାଇ ଆଣିଛି ମୁଁ ତୋତେ ସଜେଇ, ପ୍ରେମରେ ଡାକିବୁ ହେଇଟି ଶୁଣ, ରାନ୍ଧି ଖୁଆଇବୁ ମୋତେ ନଅ ତିଅଣ, ଭଲ ମନ୍ଦ କୋଉତିରେ ରଖିବିନି କମି, ମୁଁ ତୋ ସ୍ଵାମୀ ସ୍ଵାମୀ ।” ଏହି ଗୀତ ଏବେ ସୋସିଆଲ ମିଡିଆରେ ସେନ୍ସେସାନ ପାଲଟିଛି । ପୁଣି କେତେବେଳେ ମୁଁ ତୋ ପାଗଳ ସ୍ଵାମୀ ମଜନୁ ସ୍ଵାମୀ ବୋଲି ଗାଉଛନ୍ତି ହୁମାନ ସାଗର ।

ସେପଟେ ଅସୀମା ପଣ୍ଡା ଗାଉଛନ୍ତି, “ସବାରୀରେ ସଜେଇ ଆଣିଛୁ ଯେମିତି ମୋତେ ରଖିବୁ ସେମିତି, ପାଖରେ ବସେଇ କହିବି ମିଠା କଥା, କୋଉଥିରେ କରିବୁନି କମି, ତୁ ମୋ ସ୍ଵାମୀ ତୁ ମୋ ସ୍ଵାମୀ ।” ଲୋକମାନେ କହୁଛନ୍ତି କି ତେଲୁଗୁର ସାମୀ ସାମୀ ଗୀତକୁ ଫୁଲ୍ ଟକ୍କର ଦେଉଛି ମୁଁ ତୋ ସ୍ଵାମୀ ଗୀତ ।

ସାରା ଦେଶ ସମତେ ଆମ ରାଜ୍ୟ ଓଡିଶାରେ ମଧ୍ୟ ଅଭିନେତା ଅଲଲୁ ଅର୍ଜୁନ ଅଭିନୀତ ଫିଲ୍ମ ‘ପୁଷ୍ପା’ ର ଟ୍ରେଣ୍ଡ ଫୁଲ୍ ଦମ୍ ରେ ଦେଖିବାକୁ ମିଳୁଛି । କିଛିଦିନ ପୂର୍ବରୁ ଓଡିଶା ପରିବହନ ବିଭାଗ ଟ୍ବିଟ କରି କହିଥିଲା କି, “ପୁଷ୍ପା ହେଉକି ପୁଷ୍ପରାଜ, ବିନା ହେଲମେଟରେ ସମସ୍ତଙ୍କର କଟିବ ଚାଲାଣ ।” ଏହା ବ୍ଯତୀତ ବିଏମସି ପକ୍ଷରୁ ମଧ୍ୟ ପୁଷ୍ପାକୁ ନେଇ ଟ୍ବିଟ କରାଯାଇଛି । ଏଥିରେ କୁହାଯାଇଛି କି, “ଦିନ ହେଉ କି ରାତି ଘରର ମଇଳା ପକାଇବା କେବଳ ଡଷ୍ଟବିନରେ ।”

ଆଉ ଏହାର ହାଶଟ୍ୟାଗ ରଖାଯାଇଛି ‘ପୁଷ୍ପା ଫର୍ ଏନଭର୍ଣ୍ଣମେଣ୍ଟ’ । ଏହି ଟ୍ବିଟକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଚାଲିଛି । ସେ ଯାହାବି ହେଉ ଏବେ ସବୁଆଡେ ପୁଷ୍ପାର ଟ୍ରେଣ୍ଡ ଚାଲିଛି । ଆପଣଙ୍କୁ ଓଡିଆ ସ୍ବାମୀ ସ୍ଵାମୀ ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।