ମା’ଙ୍କ ସ୍ଵପ୍ନ ପୂରଣ କରିବା ପାଇଁ ଜନ୍ମ ଦିନରେ ହେଲିକ୍ୟାପ୍ଟର ନେଇ ଆସିଲା ପୁଅ, ଦେଖି କି ଖୁସିରେ କାନ୍ଦିବାକୁ ଲାଗିଲେ ମା’, ଲୋକ କହିଲେ- ଶ୍ରବଣ କୁମାର…

ସବୁ ପୁଅଙ୍କ ପାଇଁ ତାଙ୍କ ମା ପୁରା ଦୁନିଆ ହୋଇଥାନ୍ତି । ନିଜ ମା ର ଖୁସି ପାଇଁ ପୁଅ କିଛି ମଧ୍ୟ କରି ଦେଇପାରେ । ଆପଣ ଥାନେ ଜିଲ୍ଲାର ଉଲ୍ହାସନଗରରେ ରହୁଥିବା ଏହି ପୁଅକୁ ହିଁ ଦେଖି ନିଅନ୍ତୁ । ପୁଅଟି ମା ର ଅନେକ ବର୍ଷର ଇଚ୍ଛା ପୂରଣ କରିବାକୁ ଯାହା କରିଲା ତାହା ଦେଖି ଲୋକେ ତାହାକୁ ବର୍ତ୍ତମାନ ଯୁଗର ଶ୍ରବଣ କୁମାର ବୋଲି କହୁଛନ୍ତି । ଉଲ୍ହାସନଗର ବାସିନ୍ଦା ପ୍ରଦୀପ ଗରଡଙ୍କ ମା ରେଖାଙ୍କର ଗତ କିଛି ଦିନ ତଳେ ୫୦ତମ ଜନ୍ମଦିନ ଥିଲା । ପ୍ରଦୀପ ଅନେକ ଦିନରୁ ଏହି ଦିନ ପାଇଁ ପ୍ଲାନିଂ କରୁଥିଲେ ।

ମା ଙ୍କୁ କଣ ଗିଫ୍ଟ ଦେଲେ ଦେଲେ ତାଙ୍କ ମା ବହୁତ ଖୁସି ହେବେ ବୋଲି ସେ ଭାଳି ହେଉଥିଲେ । ପୁଣି ତାଙ୍କୁ ମା ଙ୍କର ଅନେକ ବର୍ଷ ପୁରୁଣା ଗୋଟିଏ ଇଚ୍ଛା ମନେ ପଡିଗଲା । ଦିନେ ତାଙ୍କ ମା ଆକାଶରେ ଉଡୁଥିବା ଗୋଟିଏ ହେଲିକପ୍ଟର ଦେଖି କହିଥିଲେ କି, ଆମର ସେ ଭାଗ୍ୟ କାହିଁ ଯେ ଆମେ ବି ହେଲିକପ୍ଟରରେ ବସି ପାରିବୁ । ବାସ୍ ତା ପରେ ପ୍ରଦୀପ ଠାଣି ନେଲେ କି ମା ଙ୍କର ଏହି ସ୍ଵପ୍ନ ନିଶ୍ଚୟ ପୂରଣ କରିବେ ।

ସେଥିପାଇଁ ସେ ହେଲିକପ୍ଟର ରାଇଡ କରିବାର ପୁରା ବ୍ୟବସ୍ଥା କରି ନେଲେ । ଏହା ତାଙ୍କ ମା ଙ୍କ ପାଇଁ ସେ ସରପ୍ରାଇଜ ରଖିଥିଲେ । ମା ଙ୍କୁ ଟିକେ ମଧ୍ୟ ଏହାର ଖବର ଲାଗିବାକୁ ଦେଇ ନ ଥିଲେ । ସେ ସିଦ୍ଧିବିନାୟକ ନେଇ ଯାଉଛନ୍ତି ବୋଲି କହି ମା ଙ୍କୁ ଜୁହୁର ଏୟାରବେସ ନେଇଗଲେ । ସେଠାରେ ଠିଆ ହୋଇଥିବା ହେଲିକପ୍ଟରକୁ ଇଶାରା କରି କହିଲେ କି, ମା ଆଜି ଆମେ ଏଥିରେ ବସିବା । ପୁଅର ଏହି କଥା ଶୁଣି ମାଙ୍କ ଆଖିରେ ଲୋତକ ଆସି ଯାଇଥିଲା ।

ସେ କାନ୍ଦି କାନ୍ଦି କହିବାକୁ ଲାଗିଲେ କି, ଭଗବାନ ଏମିତି ସନ୍ତାନ ସମସ୍ତଙ୍କୁ ଦିଅନ୍ତୁ । ପ୍ରଦୀପଙ୍କ ମା ମୂଳତଃ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବାର୍ଶୀ ର ବାସିନ୍ଦା ଅଟନ୍ତି । ବିବାହ ପରେ ସେ ଉଲ୍ହାସନଗର ଶିଫ୍ଟ ହୋଇ ଯାଇଥିଲେ । ସେ ତିନୋଟି ସନ୍ତାନଙ୍କ ମା । ପ୍ରଦୀପ ମାତ୍ର ୧୧ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କ ନି-ଧ-ନ ହୋଇ ଯାଇଥିଲା । ଏହା ପରେ ମା ହିଁ ପିଲା ମାନଙ୍କୁ ଭରଣପୋଷଣ କରି ବହୁତ ସଂଘର୍ଷ କରି ବଡ କରିଥିଲେ । ଏପରିକି ଅନ୍ୟ ଘରେ ଯାଇ କାମ ମଧ୍ୟ କରୁଥିଲେ ।

ତାଙ୍କ ପରିଶ୍ରମ ସାର୍ଥକ ହୋଇଥିଲା ଓ ପିଲାମାନେ ଉତ୍ତମ ଶିକ୍ଷା ପ୍ରାପ୍ତ କରିଥିଲେ । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ପୁଅକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି । ଲୋକେ କହୁଛନ୍ତି କି ଭଗବାନ ଆମକୁ ବି ପ୍ରଦୀପଙ୍କ ପରି ଭାଇ ଓ ପୁଅ ଦିଅନ୍ତୁ । ଏନିତି ଏକ ନିଆରା ଗିଫ୍ଟ ଏବଂ ଶ୍ରବଣ କୁମାରଙ୍କ ପରି ଏହି ପୁଅଙ୍କ ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।